News

7th Pay Commission: ୪% ବଢିବ DA! ଆସିବ ଅଧିକ ଦରମା!

ମୁଦ୍ରାସ୍ଫୀତିର ଭାର ହ୍ରାସ ଏବଂ କର୍ମଚାରୀଙ୍କ ଜୀବନଶୈଳୀକୁ ଉନ୍ନତ ରଖିବା ପାଇଁ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରିଥାନ୍ତି ।

16 September, 2024 5:10 PM IST By: Tanushree Mahapatra

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର l ବଢିବାକୁ ଯାଉଛି ମହଙ୍ଗା ଭତ୍ତା l କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର । ୧ କୋଟିରୁ ଅଧିକ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତାକୁ ନେଇ ବଡ ଖବର ଏବେ ସାମ୍ନାକୁ ଆସିଛି । ମହଙ୍ଗା ଭତ୍ତା ବୃଦ୍ଧି କରିବା ପାଇଁ କେନ୍ଦ୍ରର ଲକ୍ଷ ଲକ୍ଷ କର୍ମଚାରୀ ଅପେକ୍ଷା କରି ରହିଛନ୍ତି l ଏ ନେଇ ଖୁବଶୀଘ୍ର ବଡ ଘୋଷଣା କରିବେ ସରକାର । ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । ଦଶହରା ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଟଙ୍କା ବୃଦ୍ଧି କରିପାରନ୍ତି ସରକାର ।

କେନ୍ଦ୍ର ସରକାର ବର୍ଷକୁ ୨ଥର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ସଂଶୋଧନ କରନ୍ତି । ପ୍ରଥମ ସଂଶୋଧନ ଜାନୁଆରୀ ୧ ରୁ ଏବଂ ଦ୍ୱିତୀୟଟି ଜୁଲାଇ ୧ ରୁ ଲାଗୁ କରାଯାଏ । ପୂର୍ବରୁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା କର୍ମଚାରୀଙ୍କର । ବର୍ତ୍ତମାନ କର୍ମଚାରୀ ୫୦ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରି ରହିଛନ୍ତି । ଖବର ଅନୁସାରେ ସରକାର ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବର ମାସରେ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି ।

ମୁଦ୍ରାସ୍ଫୀତିର ଭାର ହ୍ରାସ ଏବଂ କର୍ମଚାରୀଙ୍କ ଜୀବନଶୈଳୀକୁ ଉନ୍ନତ ରଖିବା ପାଇଁ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରିଥାନ୍ତି । ଶ୍ରମ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ AICPI ସୂଚକାଙ୍କ ଅନୁସାରେ ସରକାର ପ୍ରତି ୬ ମାସରେ ଦୁଇଥର ଗଣନା କରନ୍ତି । ମହଙ୍ଗା ଭତ୍ତାର ହିସାବ ସମ୍ପୃକ୍ତ ବେତନ ସ୍କେଲକୁ ଆଧାର କରି କର୍ମଚାରୀଙ୍କ ମୂଳ ଦରମା ଉପରେ ପ୍ରଦାନ କରାଯାଇଥାଏ ।

ଏଥର ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍‌ ଟଙ୍କାରେ ୪ ପ୍ରତିଶତ ବୃଦ୍ଧି ହେବା ନେଇ ଆଶା କରାଯାଉଛି । ତେବେ, AICPI ଅନୁଯାୟୀ କରାଯାଉଛି କେନ୍ଦ୍ରୀୟ କର୍ମଚାରୀଙ୍କ ପ୍ରାୟତଃ ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ହୋଇପାରେ । ଏଥର ମହଙ୍ଗା ଭତ୍ତାରେ କେତେ ପ୍ରତିଶତ ବୃଦ୍ଧି କରାଯିବ , ତାହା ସରକାରଙ୍କ ସରକାରୀ ଘୋଷଣା ଉପରେ ହିଁ ସ୍ପଷ୍ଟ ହେବ ।

ଅଧିକ ପଢ଼ନ୍ତୁ

କୃଷକମାନଙ୍କ ପାଇଁ ମୋଦୀ ସରକାରଙ୍କ ୪ ଟି ବଡ ନିଷ୍ପତ୍ତି

ଖୁଚୁରା ବଜାରରେ ଅଟା ମହଙ୍ଗା, ପିଡିଏସ୍‌ରେ ମିଳୁନି ଗହମ!