News

ସି. ଆଇ. ପି. ସହିତ ସରକାରଙ୍କ ବୁଝାମଣା.....ବଢିବ ଚାଷୀଙ୍କ ଆର୍ଥିକ ମାନଦଣ୍ଡ

କନ୍ଦମୂଳ ଭଳି ଲାଭଜନକ ଚାଷରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ।ଦେଶରେ ବାର୍ଷିକ ଉତ୍ପାଦନ ହେଉଥିବା କନ୍ଦମୂଳର ୪୦ ପ୍ରତିଶତ କେବଳ ଓଡ଼ିଶାରେ ହିଁ ଉତ୍ପାଦିତ ହୁଏ।କମ୍ ଖର୍ଚ୍ଚରେ କିଭଳି ଅଧିକ ପୃଷ୍ଟିଯୁକ୍ତ କନ୍ଦମୂଳ ଉତ୍ପାଦିତ ହୋଇପାରିବ ସେନେଇ କୃଷି ବିଭାଗ ପକ୍ଷରୁ ୨୦୧୩ ରେ ଏକ ମିସନ୍ ହତାକୁ ନିଆଯାଇଥିଲା।

10 December, 2018 9:29 PM IST By: KJ Staff

କନ୍ଦମୂଳ ଭଳି ଲାଭଜନକ ଚାଷରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ।ଦେଶରେ ବାର୍ଷିକ ଉତ୍ପାଦନ ହେଉଥିବା କନ୍ଦମୂଳର ୪୦ ପ୍ରତିଶତ କେବଳ ଓଡ଼ିଶାରେ ହିଁ ଉତ୍ପାଦିତ ହୁଏ।କମ୍ ଖର୍ଚ୍ଚରେ କିଭଳି ଅଧିକ ପୃଷ୍ଟିଯୁକ୍ତ କନ୍ଦମୂଳ ଉତ୍ପାଦିତ ହୋଇପାରିବ ସେନେଇ କୃଷି ବିଭାଗ ପକ୍ଷରୁ ୨୦୧୩ ରେ ଏକ ମିସନ୍ ହତାକୁ ନିଆଯାଇଥିଲା।ପ୍ରଥମ ପର୍ଯ୍ୟାୟରେ ୫ ବର୍ଷ ପାଇଁ ହାତକୁ ନିଆଯାଇଥିବ ଏହି ମିଶନ ଏବେ ରାଜ୍ୟରେ ବର୍ଷକୁ ୪୨ ହଜାର ହେକ୍ଟର ଜମିରେ କନ୍ଦମୂଳ ଚାଷ କରାଯାଇ ୪ ଲକ୍ଷ ମେଟ୍ରିକ୍ ଟନ୍ କନ୍ଦମୂଳ ଉତ୍ପାଦିତ ହୋଇଛି ।ଆଗାମୀ ଦିନରେ ଏହି ଚାଷକୁ ସମ୍ପ୍ରସାରିତ କରିବା ସହିତ ଚାଷୀଙ୍କୁ ପୃଷ୍ଟିଯୁକ୍ତ ଓ ମୂଲ୍ୟଯୁକ୍ତ ଉତ୍ପାଦନ ଯୋଗାଇଦେବା ଲାଗି ସୋମବାର ପେରୁ ସ୍ଥିତ ଆନ୍ତର୍ଜାତୀୟ ଆଳୁ କେନ୍ଦ୍ର (ସି. ଆଇ. ପି) ସହିତ କୃଷି ଭବନରେ ଏକ ବୁଝବନ ପତ୍ର ସ୍ବାକ୍ଷରିତ ହୋଇଛି ।

"ଏହି ବୁଝାବନ ଦ୍ୱାରା ଆଗାମୀ ୩ ବର୍ଷ ସି ଆଇ ପି ଜରିଆରେ ରାଜ୍ୟର କେନ୍ଦୁଝର,ଗଜପତି ,ଅନୁଗୁଳ ଓ ରାୟଗଡ଼ା ଜିଲ୍ଲାରେ ଉନ୍ନତ ମାନର କନ୍ଦମୂଳ ଚାଷ ହେବା ।୧୬୨୫ ହେକ୍ଟର ଚାଷ ଜମିରେ ହେବାକୁ ଥିବା କନ୍ଦମୂଳ ଚାଷରେ ଜିଲ୍ଲାର ବହୁ ଚାଷୀ ଉପକୃତ ହେବେ "ବୋଲି କହିଥିଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ।ସେହିପରି କାର୍ଯ୍ୟକ୍ରମରେ କୃଷି ସଚିବ ସୈାରବ୍ ଗର୍ଗ କହିଥିଲେ ଯେ ସି.ଆଇ. ପି. ସହିତ ରାଜିନାମା ଫଳରେ ରାଜ୍ୟର ପାରମ୍ପରିକ ଲାଲ ଓ ହଳଦୀ ରଙ୍ଗର କନ୍ଦମୂଳ ଚାଷ ହେଉଥିବା ବେଳେ ଏବେ ପୃଷ୍ଟିଯୁକ୍ତ କମଳା ରଙ୍ଗର କନ୍ଦମୂଳ ମଧ୍ୟ ଚାଷ କରାଯିବ ।

 

ପ୍ରଥମ ପର୍ଯ୍ୟାୟରେ କନ୍ଦମୂଳ ଚାଷ ବିଶେଷ ଉତ୍ସାହଜନକ ହୋଇଥିବାରୁ ଦ୍ଵିତୀୟ ପର୍ଯ୍ୟାୟରେ ଚାଷୀମାନେ ଅଧିକ ଲାଭବାନ ହେବେ।ଏହି ଚାଷ ଦ୍ୱାରା ଉତ୍ପାଦିତ ପଦାର୍ଥ ଅଧିକ ମୂଲ୍ୟଯୁକ୍ତ ହୋଇଥିବାରୁ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ ।ସି.ଆଇ..ପି. ପ୍ରବନ୍ଧକ ଡ଼ଃ ଜର୍ଗନ୍ କ୍ରୋସ୍ଚେଲ୍ କହିଲେ ଯେ ଓଡ଼ିଶା ହେଉଛି କନ୍ଦମୂଳ ଚାଷ ର ପ୍ରମୁଖ କ୍ଷେତ୍ର ।ଏହି ପୃଷ୍ଟିଯୁକ୍ତ କନ୍ଦମୂଳ ଚାଷ ହେବା ଦ୍ବାରା ଚାଷୀମାନେ ବିଶେଷ ଉପକୃତ ହେବେ ।ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ପାଇଁ ପ୍ରାଧାନ୍ୟ ଦିଆଯିବ।
ଏହି ଅବସରରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଓ ଶ୍ରୀ କ୍ରୋସଚେଲ୍ ଙ୍କ ମଧ୍ୟରେ ଏକ ବିଶେଷ ବୁଝାବନ ପତ୍ର ସ୍ବାକ୍ଷରିତ ହୋଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)