News

“ଦଲାଲ ଉଠାଉଛନ୍ତି ଚାଷୀଙ୍କ ଫାଇଦା, କ୍ଷତି ସହୁଛନ୍ତି ଚାଷୀ”

ସଥାଶିଭନ୍ କହିଛନ୍ତି ଯେ ସେ ଅବସର ପରେ ସେପ୍ଟେମ୍ବର ୨୦୧୯ ଠାରୁ ସେ ପୂର୍ଣ୍ଣକାଳୀନ ଭାବେ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେ କହିଛନ୍ତି ଯେ ସେ ତାଙ୍କ ଗାଁରେ ଥିବା ୩୦ ଏକର ଜମିରେ ଆଖୁ, ଚିନା ବାଦାମ, ବନ୍ଧାକୋବି ଏବଂ ନଡ଼ିଆ ଗଛ ସହିତ ପ୍ରାୟତଃ ଅନେକ ଚାଷ କରୁଛନ୍ତି ।ଡ୍ରପ୍ ଜଳସେଚନ ଏବଂ ଆଧୁନିକ କୃଷି ଜ୍ଞାନ କୌଶଳ ବ୍ୟବହାର କରି ଏହି ସବୁ ଚାଷ ସେ କରିଆସୁଥିବା ଜଣାଇଛନ୍ତି ।

16 June, 2023 4:45 PM IST By: Priyambada Rana

ରାଜଧାନୀ ଦିଲ୍ଲୀ ସ୍ଥିତ କୃଷି ଜାଗରଣର ମୁଖ୍ୟ କାର୍ଯ୍ୟଳୟକୁ ଏକ ସ୍ୱତନ୍ତ୍ର ଗସ୍ତରେ ଆସିଥିଲେ ସୁପ୍ରିମ୍ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା କେରଳର ପୂର୍ବତନ ରାଜ୍ୟପାଳ ପଲ୍ଲାନିସାମି ସଥାଶିଭନ୍( P. Sathasivam) । ତାଙ୍କ ଉଦ୍ଦେଶ୍ୟରେ କୃଷି ଜାଗରଣ ଚୌପାଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂପାଦକ ତଥା କୃଷ୍ଣ ଜାଗ୍ରନ୍ ମିଡିଆ ଡୋମନିକ୍, ସାଇନି ଡୋମନିକ୍, ସୋନାଲିକା ଗ୍ରୁପ୍ ସିଇଓ ବିମଲ କୁମାର, ଉଦ୍ଭିଦ ଭିତ୍ତିକ ଖାଦ୍ୟ ଶିଳ୍ପ ସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ ସେଠୀ, ପୂର୍ବତନ ଡିଡିଜି (ପଶୁ ବିଜ୍ଞାନ-ଆଇସିଆର) ମଧ୍ୟ ଅଂଶଗ୍ରହଣ କରିଥିଲେ।

କୃଷି ଜାଗରଣର ପ୍ରତିଷ୍ଠାତା ଏମ.ସି ଡୋମିନିକ୍ ସମ୍ମାନିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କୃଷି ଜାଗରଣର ଯୁବ ସାମ୍ବାଦିକମାନଙ୍କ ସମ୍ମୁଖରେ ପି. ସଥାଶିଭନ୍ କୃଷିର ଉନ୍ନତି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ । ପୂର୍ବତନ ରାଜ୍ୟପାଳ ସଥାଶିଭନ୍ ତାଙ୍କ ଚାଷ ଜମିରେ ଚାଷ ହୋଇଥିବା ଫସଲ, ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ସରକାର ଗ୍ରହଣ କରିବାକୁ ଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ସଥାଶିଭନ୍ କହିଛନ୍ତି ଯେ ସେ ଅବସର ପରେ ସେପ୍ଟେମ୍ବର ୨୦୧୯ ଠାରୁ ସେ ପୂର୍ଣ୍ଣକାଳୀନ ଭାବେ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେ କହିଛନ୍ତି ଯେ ସେ ତାଙ୍କ ଗାଁରେ ଥିବା ୩୦ ଏକର ଜମିରେ ଆଖୁ, ଚିନା ବାଦାମ, ବନ୍ଧାକୋବି ଏବଂ ନଡ଼ିଆ ଗଛ ସହିତ ପ୍ରାୟତଃ ଅନେକ ଚାଷ କରୁଛନ୍ତି ।ଡ୍ରପ୍ ଜଳସେଚନ ଏବଂ ଆଧୁନିକ କୃଷି ଜ୍ଞାନ କୌଶଳ ବ୍ୟବହାର କରି ଏହି ସବୁ ଚାଷ ସେ କରିଆସୁଥିବା ଜଣାଇଛନ୍ତି । ସେ ଗାଈ ଗୋବରକୁ ପ୍ରାକୃତିକ ସାର ଭାବରେ ବ୍ୟବହାର କରୁଛନ୍ତି ।

ସେ କହିଛନ୍ତି ଯେ ଏହା ସତ ଯେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ମଧ୍ୟ ଚାଷୀମାନେ ସେତେଟା ଭଲ ଆୟ କରିପାରୁନାହାଁନ୍ତି । ଦଲାଲମାନଙ୍କ ପାଦୃଭାବ ଯୋଗୁ ଚାଷୀମାନେ ନିଜ ଉପାର୍ଜିତ ଫସଲର ଭଲ ମୂଲ୍ୟ ପାଇପାରୁନାହାଁନ୍ତି । ଉଦାହରଣ ସ୍ୱରୁପ ଖାଉଟି ବଜାରରେ ପଇଡ଼ ୩୦ ରୁ ୪୦ ଟଙ୍କାରେ ବିକ୍ରୀ ହେଉଥିବା ବେଳେ କୃଷକମାନେ ଭଲ ମାର୍କେଟ ନ ପାଇ ପାରି ମାତ୍ର ୫ ରୁ ୭ ଟଙ୍କାରେ ଦଲାଲଙ୍କୁ ବିକ୍ରି କରୁଛନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)