News

ଓୟୁଏଟି ଓ ଆଇଆଇଆଇଟି ଭୁବନେଶ୍ୱର ମଧ୍ୟରେ ଚୁକ୍ତିନାମା

ନୂତନ ଗବେଷଣା ପାଇଁ ସମ୍ବଳର ଆଦାନପ୍ରଦାନ ଆଦି ସରଳ ଓ ସୁବିଧା ହୋଇପାରିବ l

14 August, 2024 2:46 PM IST By: Tanushree Mahapatra

ଭୁବନେଶ୍ୱର :  ବୈଜ୍ଞାନିକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ତଥା ଗବେଷଣାତ୍ମକ ନୂତନ ଜ୍ଞାନ କୌଶଳର ଆଦାନପ୍ରଦାନ, ନୂତନ ଉଦ୍ଭାବନ, ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଓ ଆଇଆଇଆଇଟି ଭୁବନେଶ୍ୱର ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି I

ଓୟୁଏଟି ପକ୍ଷରୁ ଯୋଜନା ଓ ତଦାରଖ ନିର୍ଦେଶକ ଡ଼. ଦୟାନିଧି ମିଶ୍ର ଓ ଆଇଆଇଆଇଟି ଭୁବନେଶ୍ୱରର ଏକାଡେ଼ମିକସ ବିଭାଗର ଅଧ୍ୟକ୍ଷ ପ୍ରଫେସର ଆର. ସି. ବଳବନ୍ତରାୟ ବୁଝାମଣା ପତ୍ରରେ ସ୍ଵାକ୍ଷର କରିଥିଲେ I 

ଏହି ବୁଝାମଣା ଫଳରେ ଆର୍ଟିଫିସିଆଲ ଇଣ୍ଟେଲଲିଜେନ୍ସ ଦ୍ୱାରା ଜ୍ଞାନକୌଶଳର ଉଦ୍ଭାବନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଗବେଷଣା ପାଇଁ ସମ୍ବଳର ଆଦାନପ୍ରଦାନ ଆଦି ସରଳ ଓ ସୁବିଧା ହୋଇପାରିବ ବୋଲି ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି I

ଏହା ସହ ଉଭୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୂଚନା ଓ ବୈଷୟିକ ଜ୍ଞାନ କୌଶଳର ଆଦାନ ପ୍ରଦାନ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ସହାୟକ ହେବ I ଏହି ଅବସରରେ ଓୟୁଏଟିର ନିର୍ଦେଶକ, ଅଧ୍ୟକ୍ଷ, ବୈଜ୍ଞାନିକ ଓ ଆଇଆଇଆଇଟି ଭୁବନେଶ୍ୱରର ସଦସ୍ୟ ଉପସ୍ଥିତ ଥିଲେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)