News

୧୭,୪୬୮ କୋଟିର କୃଷି ବଜେଟ୍

ଭୁବନେଶ୍ବର : ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ କୃଷି ବଜେଟ ଉପସ୍ଥାପନ କରିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧୭,୪୬୮ କୋଟିର ବ୍ୟୟବରାଦ କରାଯାଇଛି।

23 February, 2021 8:22 AM IST By: Gyanadutta Behra

ଭୁବନେଶ୍ବର : ପୂର୍ବ ବର୍ଷ ଭଳି  ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ କୃଷି ବଜେଟ ଉପସ୍ଥାପନ କରିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧୭,୪୬୮ କୋଟିର ବ୍ୟୟବରାଦ କରାଯାଇଛି।

ରାଜ୍ୟ ସରକାର କାଳିଆ ଯୋଜନା ପାଇଁ ମୋଟ ୧ ହଜାର ୮ଶହ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ସହିତ କାଳିଆ ଯୋଜନାର ହିତାଧିକାରୀମାନଙ୍କ ସନ୍ତାନମାନଙ୍କ ପାଇଁ କାଳିଆ ମେଧାବୃତ୍ତି ମଧ୍ୟ ପ୍ରଦାନ କରାଯିବା ଲାଗି ବଜେଟରେ ବ୍ୟବସ୍ଥା ରହିଛି।

କୃଷି ବଜେଟରେ ଜୈବିକ କୃଷିକୁ ପ୍ରେତ୍ସାହନ ଦିଆଯିବା ସହ ପରମ୍ପରାଗତ କୃଷି ବିକାଶ ଯୋଜନା ପାଇଁ ୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଗୁଆ ବିହନ ଯୋଗାଇଦେବାକୁ ୧ ଶହ କୋଟି ଟଙ୍କା ଓ ସାର ଯୋଗାଇଦେବାକୁ ୧ ଶହ କୋଟି ଟଙ୍କାର ଆବର୍ତ୍ତିପାଣ୍ଠି ଗଠନ କରାଯାଇଛି ।

ରାଜ୍ୟରେ କୃଷି ଗବେଷଣା ଏବଂ ଶିକ୍ଷା ଓ ଭିତ୍ତିଭୂମିର ବିକାଶ କରିବାକୁ ୧୪୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଓୟୁଏଟିକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବାକୁ ଘୋଷଣା କରାଯାଇଛି । ସେହିପରି ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୧୩୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଜାତୀୟ ଉଦ୍ୟାନ କୃଷି ବିକାଶ ମିଶନ ପାଇଁ ୧୨୦ କୋଟିର ବ୍ୟୟବରାଦ କରାଯାଇଛି ।

ଅନ୍ୟପକ୍ଷରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୪୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ୧୩୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମକା ମିଶନ ପାଇଁ ୧୦୬ କୋଟିର ବ୍ୟୟବରାଦ ଚଳିତ ବଜେଟରେ ରଖାଯାଇଛି।

ଜଳସେଚନ ଉପରେ ଗୁରୁତ୍ବ: 

୨୦୨୧-୨୨ ଆର୍ଥିକ ବର୍ଷରେ ଅତିରିକ୍ତ ୨ ଲକ୍ଷ ୭୪ ହଜାର ହେକ୍ଟର ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ନୂଆ ଆର୍ଥିକ ବର୍ଷରେ ୭୯୫ କୋଟି ଟଙ୍କାର ବ୍ୟୟବରାଦରେ ଆଉ ୨୩ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ କରାଯିବା ପ୍ରସ୍ତାବ ରହିଛି।

ନିର୍ମାଣାଧିନ ସମସ୍ତ ବୃହତ,ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକୁ ଆସନ୍ତା ୨-୩ ବର୍ଷରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପାବର୍ତୀ ଗିରି ବୃହତ ଉଠା ଜଳେସଚନ ପ୍ରକଳ୍ପ ଯୋଜନାରେ ଅସମ୍ପୂର୍ଣ୍ଣ  ୬୦ଟି ଚାଲୁରହିଥିବା ପ୍ରକଳ୍ପଗୁଡିକୁ ସଂପୂର୍ଣ୍ଣ କରିବାକୁ ୨୦୨୧-୨୨ ଆର୍ଥିକ ବର୍ଷରେ ୮୬୦ କୋଟିର ବ୍ୟୟବରାଦ କରାଯାଇଛି ।

ପିଏମକେଏସଓ୍ବାଇ ଯୋଜନାରେ ଅସଂପୂର୍ଣ୍ଣ ଥିବା ତ୍ବରିତ ଜଳସେଚନ ସୁବିଧା ଯୋଜନାରେ ସଂପୂର୍ଣ୍ଣ କରିବା ନିମନ୍ତେ ୨୨୫୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)