News

ବଜେଟରେ ଚାଷୀଙ୍କ ପାଇଁ ବ୍ୟବସ୍ଥା, ପାରାଦୀପରେ ହେବ ଏହି ପ୍ରକଳ୍ପ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଚାଷୀଙ୍କ ବିରୋଧ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ୨୦୨୧-୨୦୨୨ ବଜେଟ୍‌ରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚାଷୀଙ୍କ ଆୟ ଦେଢ଼ ଗୁଣ ବୃଦ୍ଧି କରିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା କହିଛନ୍ତି।

02 February, 2021 7:14 PM IST By: KJ Staff

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଚାଷୀଙ୍କ ବିରୋଧ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ୨୦୨୧-୨୦୨୨ ବଜେଟ୍‌ରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚାଷୀଙ୍କ ଆୟ ଦେଢ଼ ଗୁଣ ବୃଦ୍ଧି କରିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା କହିଛନ୍ତି। 

ସେ କହିଛନ୍ତି, ଧାନ ସଂଗ୍ରହ ବାବଦରେ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଦିଆଯାଇଥିଲା। ୨୦୧୯ରେ ଚାଷୀଙ୍କୁ ଉତ୍ପାଦିତ ଧାନ ପାଇଁ ୧, ୪୧, ୯୩୦ କୋଟି ମିଳିଛି। ଚଳିତ ବର୍ଷ ଏହା ୧, ୭୨, ୭୫୨ କୋଟି ହେବ ବୋଲି ଆକଳନ କରାଯାଇଛି। କାରଣ ଏଥର ଚାଷୀଙ୍କ ଫସଲ ଅଧିକ ପରିମାରଣରେ ଅମଳ ହୋଇଛି। ସେହିପରି କୃଷି ଋଣର ପରିମାଣକୁ ୧୬.୫ ଲକ୍ଷ କୋଟି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପକ୍ଷରେ ସ୍ୱାମିତ୍ୱ ଯୋଜନାରେ ୧.୮୦ ଲକ୍ଷ ଲୋକଙ୍କୁ ଜମିପଟ୍ଟା ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ଏହି ଯୋଜନା ସବୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ବର୍ତ୍ତମାନ ଏହା କେବଳ ଆସାମରେ କାର୍ଯ୍ୟକାରୀ ହେଉଛି। ଭାରତ ସରକାର ୫ଟି ମେଗା ଫିସେରୀ ହାର୍ବର ପାଇଁ ବ୍ୟୟବରାଦ କରିଛନ୍ତି। ୫ଟି ପ୍ରସ୍ତାବିତ ମେଗା ଫିସେରୀ ହାର୍ବର ମଧ୍ୟରେ ପାରାଦୀପ ମଧ୍ୟ ରହିଛି। ପାରଦୀପରେ ଖୁବଶୀଘ୍ର ଫିସେରୀ ହାର୍ବର ସ୍ଥାପନ କରାଯିବ। ଆଉ ୧ ହଜାର ମଣ୍ଡିକୁ ସରକାରଙ୍କ ଡିଜିଟାଲ ପ୍ଲାଟଫର୍ମ ଇନାମରେ ସାମିଲ କରାଯିବ। ଗତବର୍ଷ ଗହମର ଏମଏସପି ପାଇଁ ୭୫,୧୦୦ କୋଟି ଟଙ୍କା ଦିଆଯାଇଛି। ପୂର୍ବରୁ ସରକାରଙ୍କ ଏମଏସପି ଯୋଗୁ ୩୫.୫୭ ଲକ୍ଷ ଚାଷୀ ଲାଭବାନ ହେଉଥିଲେ। ହେଲେ ଏବେ ଚାଷୀଙ୍କ ସଂଖ୍ୟା ୪୩ ଲକ୍ଷକୁ ବୃଦ୍ଧି ପାଇଛି। ଚାଷ କ୍ଷେତ୍ର ଭିତ୍ତିଭୂମି ପାଇଁ ପାଣ୍ଠିକୁ ୪୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯିବ। ସେହିପରି ଅଣୁ ଜଳ ସେଚନ ଫସଲ ପାଇଁ ପାଣ୍ଠିକୁ ଦୁଇ ଗୁଣ କରି ୧୦ ହଜାର କୋଟି ଟଙ୍କା କରାଯାଇଛି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)