News

ଏବେ ଶସ୍ତାରେ କିଣନ୍ତୁ କୃଷି ଉପକରଣ

ଓଡିଶା ରାଜ୍ୟ ସରକାର ଚାଷୀଙ୍କ ପାଇଁ ପୁଣିଥରେ ଖୁବ କମ ଦରରେ କୃଷି ଯନ୍ତ୍ରପାତି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହା ପ୍ରତିଟି ଜିଲ୍ଲାରେ ଅନୁଷ୍ଠିତ କରାଯାଉଛି l ଆଉ ଏବେ ଏହି କୃଷି ମେଳା ରାୟଗଡା ଜିଲ୍ଲାରେ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି l

07 December, 2023 3:51 PM IST By: Tanushree Mahapatra

ଓଡିଶା ରାଜ୍ୟ ସରକାର ଚାଷୀଙ୍କ ପାଇଁ ପୁଣିଥରେ ଖୁବ କମ ଦରରେ  କୃଷି ଯନ୍ତ୍ରପାତି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହା ପ୍ରତିଟି ଜିଲ୍ଲାରେ ଅନୁଷ୍ଠିତ କରାଯାଉଛି l ଆଉ ଏବେ ଏହି କୃଷି ମେଳା ରାୟଗଡା ଜିଲ୍ଲାରେ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି l ଏହି ମେଳା ୫ ଦିନଧରି ଅନୁଷ୍ଠିତ ହେବାକୁ ଯାଉଛି l

ଏହା ଆପଣମାନଙ୍କ ପାଇଁ ଏକ ସୁବର୍ଣ୍ଣ  ସୁଯୋଗ । ରାଜ୍ୟସରକାର ସବୁବେଳେ ଚାଷୀ ଭାଇ ଓ ଭଉଣୀ ମାନଙ୍କର ବିକାଶ ପାଇଁ ସର୍ବଦା ଅନବରତ ପ୍ରୟାସ କରିଥାନ୍ତି । ଉନ୍ନତ କୃଷି ଯନ୍ତ୍ରପାତି,ବିହନ ,ସାର, ନୂଆ ଜ୍ଞାନ କୌଶଳ ସହଜରେ ଯେମିତି ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଉପଲବ୍ଧ ହବ, ସେଥିପାଇଁ ଓଡିଶା ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ସଦା ସର୍ବଦା ପ୍ରସଂଶଯୋଗ୍ୟ ।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ କୃଷି ଓ ସଶକ୍ତିକରଣ ବିଭାଗ ,ରାୟଗଡାଙ୍କ ଅନୁକୂଲ୍ୟରେ ଜି.ସି.ଡି ପଡ଼ିଆ ରାୟଗଡା ଠାରେ ତା.16.12.2023ରିଖ ଠାରୁ ତା.20.12.2023ରିଖ  ପର୍ଯ୍ୟନ୍ତ (ମୋଟ 5 ଦିନ) ରାୟଗଡା ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କର କୃଷିକାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇଦେବା ପାଇଁ ଏକ ମେଗା କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯାଉଛି ।

ଏହି ମେଳାରେ ସମସ୍ତ କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା, ବିତରଣକାରୀ ସଂସ୍ଥା,ବିଭିନ୍ନ ବିଭାଗୀୟ ଅଧିକାରୀ,ଅନ୍ୟ କର୍ମଚାରୀ ଉପସ୍ଥିତ ରହି କୃଷିକାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର ଯନ୍ତ୍ରପାତି,ଉପକରଣ ,ରିହାତି ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା ରହିଛି । ଏହି ମେଳାରେ ଚାଷୀଭାଇ ଓ ଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା,ବ୍ୟବହାର,ରକ୍ଷଣାବେକ୍ଷଣା ଓ ସରକାରୀ ରିହାତି ସମ୍ବଦ୍ଧରେ ତାଲିମ/ପାଠଶାଳା ମାଧ୍ୟମରେ ସଚେତନ କରାଯିବ । ଏତତ ବ୍ୟତୀତ ମେଳାରେ ସରକାରଙ୍କ ତରଫରୁ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଏଣୁ ଆପଣମାଙ୍କୁ ବିନମ୍ର ଅନୁରୋଧ ,ଆପଣମାନେ ଉକ୍ତ ମେଳାରେ ବିପୁଳ ସଂଖ୍ୟାରେ ଯୋଗଦେଇ ଆବଶ୍ୟକୀୟ କୃଷି ଯନ୍ତ୍ରପାତି /ଉପକରଣ ସରକାରୀ ରିହାତି ମୂଲ୍ୟରେ କିଣିବାର ସୁଯୋଗ ନିଅନ୍ତୁ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)