News

କୃଷି ଆଇନରେ ରୋକ୍: ସୁପ୍ରିମ କୋର୍ଟ ଦ୍ବାରା ବିଶେଷଜ୍ଞ କମିଟି ଗଠିତ

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ଏବଂ ଏହାକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ନୂଆ କୃଷି ଆଇନ ଉପରେ‌ ସୁପ୍ରିମ କୋର୍ଟ ଆଜି ରୋକ୍ ଲଗାଇବା ସହିତ ଚାଷୀମାନଙ୍କ ସହିତ ଆଲୋଚନା ପାଇଁ ଏକ କମିଟି ଗଠନ କରିଛନ୍ତି। କିନ୍ତୁ ଆନ୍ଦୋଳନକାରୀମାନେ ଏହି କମିଟିକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିରେ ଥିବା ସଭ୍ୟମାନଙ୍କୁ ନେଇ ଆପତ୍ତି ଉଠାଇବା ସହିତ ସେମାନେ କହିଛନ୍ତି ଯେ ତିନିଟି ବିବାଦୀୟ ଆଇନ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ କରିବାର ପ୍ରଶ୍ନ ଉଠୁନାହିଁ।

13 January, 2021 9:21 AM IST By: KJ Staff

ଆଲୋଚନା ପାଇଁ ମନାକଲେ ଚାଷୀ, ଆଇନ ପ୍ରତ୍ୟାହାର ଦାବିରେ ଅଟଳ

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ଏବଂ ଏହାକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ନୂଆ କୃଷି ଆଇନ ଉପରେ‌ ସୁପ୍ରିମ କୋର୍ଟ ଆଜି ରୋକ୍ ଲଗାଇବା ସହିତ ଚାଷୀମାନଙ୍କ ସହିତ ଆଲୋଚନା ପାଇଁ ଏକ କମିଟି ଗଠନ କରିଛନ୍ତି। କିନ୍ତୁ ଆନ୍ଦୋଳନକାରୀମାନେ ଏହି କମିଟିକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିରେ ଥିବା ସଭ୍ୟମାନଙ୍କୁ ନେଇ ଆପତ୍ତି ଉଠାଇବା ସହିତ ସେମାନେ କହିଛନ୍ତି ଯେ ତିନିଟି ବିବାଦୀୟ ଆଇନ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ କରିବାର ପ୍ରଶ୍ନ ଉଠୁନାହିଁ।

ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ଚାଲିଥିବା ଆଲୋଚନା ବାରମ୍ବାର ବିଫଳ ହେଉଥିବାରୁ ସ୍ଥାୟୀ ସମାଧାନର ପନ୍ଥା ବାହାର କରିବାକୁ ଯାଇ ସୁପ୍ରିମ କୋର୍ଟ ନୂଆ ଆଇନ ଉପରେ ରୋକ୍ ଲଗାଇଥିଲେ। ଏହାସହିତ ଚାଷୀମାନଙ୍କ ସହିତ ଆଲୋଚନା କରିବା ଲାଗି ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହି କମିଟି ଦୁଇ ମାସ ମଧ୍ୟରେ ସିଧାସଳଖ ଅଦାଲତକୁ ରିପୋର୍ଟ ପ୍ରଦାନ କରିବ ଏବଂ ୧୦ ଦିନ ମଧ୍ୟରେ କମିଟିର ପ୍ରଥମ ବୈଠକ ହେବ ବୋଲି କୋର୍ଟ କହିଥିଲେ। ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ଗଠିତ କମିଟିରେ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, ଭୂପିନ୍ଦର ସିଂହ ମାନ୍‌ (ସଭାପତି, ଭାରତୀୟ କିଶାନ୍‌ ୟୁନିଅନ), ଅନୀଲ ଘନୱଟ (ସଭାପତି, ଶେତକାରୀ ସଂଗଠନ) ଏବଂ ପ୍ରମୋଦ କୁମାର ଯୋଶୀ (ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ସଂସ୍ଥାନ) ରହିଛନ୍ତି।

ତେବେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡ଼େଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଆଜି ଶୁଣାଣି ବେଳେ ଚାଷୀଙ୍କ ପକ୍ଷରୁ କମିଟି ଗଠନକୁ ବିରୋଧ କରାଯାଇଥିଲା। ଚାଷୀମାନେ ଏହି କମିଟିରେ ହାଜର ହେବେନାହିଁ ବୋଲି କୁହାଯାଇଥିଲା। ଖଣ୍ଡପୀଠ କହିଥିଲେ ଯେ ଚାଷୀନେତା ଏହି କମିଟିରେ ହାଜର ହୁଅନ୍ତୁ। ଚାଷୀ ସଂଗଠନମାନେ ଦୀର୍ଘକାଳୀନ ଆନ୍ଦୋଳନ ଚଳାଇପାରବେ, କିନ୍ତୁ ଦେଶର ସ୍ବାର୍ଥ ଦୃଷ୍ଟିରୁ କମିଟି ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ଏହି କମିଟି କୌଣସି ମଧ୍ୟସ୍ଥତା ପାଇଁ କାମ କରିବ ନାହିଁ, ଏହା ବିବାଦର ସମାଧାନ ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏମ୍‌ଏସ୍‌ପିକୁ ନେଇ ଜାରି ରହିଥିବା ବିବାଦରେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବର୍ତ୍ତମାନ ପ୍ରଚଳିତ ଏମ୍‌ଏସ୍‌ପି ବ୍ୟବସ୍ଥା ମଧ୍ୟ ଜାରି ରହିବ।

ଅନ୍ୟପକ୍ଷରେ ସୁପ୍ରିମ୍‌ କୋର୍ଟଙ୍କ କମିଟି ଗଠନ ନିଷ୍ପତ୍ତିରେ ଚାଷୀ ସଂଗଠନ ସହମତି ନାହାନ୍ତି ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି। ସେ କହିଛନ୍ତି ଯେ କମିଟିରେ ଥିବା ସମସ୍ତ ୪ ଜଣ ସଦସ୍ୟ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ନୂଆ କୃଷି ଆଇନକୁ ସମର୍ଥନ କରୁଛନ୍ତି। ଆନ୍ଦୋଳନ ଚଳାଇଥିବା ସର୍ବଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ କୁହାଯାଇଛି ଯେ ଆଇନ ଉପରେ ରୋକ୍ ଲାଗି ଉଚ୍ଚତମ ଅଦାଲତଙ୍କ ନିର୍ଦେଶକୁ ‌ସେମାନେ ସ୍ବାଗତ କରୁଛନ୍ତି। କିନ୍ତୁ ଏହି କମିଟି ସହିତ ସେମାନେ ଆଲୋଚନା କରିବେ ନାହିଁ। କାରଣ ଏଥିରେ ଥିବା ସଭ୍ୟ ସରକାରଙ୍କର। ପଂଜାବର ବିଭିନ୍ନ ଚାଷୀ ସଂଗଠନ ମଧ୍ୟ କମିଟି ଗଠନକୁ ବିରୋଧ କରି କହିଛନ୍ତି ଯେ ସରକାର ସୁପ୍ରିମ୍‌ କୋର୍ଟ ମାଧ୍ୟମରେ କମିଟି ଗଠନ କରି ନୂଆ କୃଷି ଆଇନ ସପକ୍ଷରେ ବାତାବରଣ ସୃଷ୍ଟି କରିବାକୁ ଚାହୁଛନ୍ତି। ବିବାଦୀୟ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ସ୍ପଷ୍ଟ କରିଦେଇଛନ୍ତି। କଂଗ୍ରେସ ମଧ୍ୟ କମିଟିର ସଦସ୍ୟମାନଙ୍କୁ ନେଇ ପ୍ରଶ୍ନ ଉଠାଇଛି। ଚାଷୀ ଆଇନ ସମର୍ଥନରେ ସମସ୍ତ ସଦସ୍ୟ ପୂର୍ବରୁ ତାଙ୍କ ମତ ଦେଇଥିବାରୁ ସେମାନେ ‌କିଭଳି ନ୍ୟାୟ କରିବେ ବୋଲି କଂଗ୍ରେସ ନେତା ରଣଦୀପ ସୁର୍ଯ୍ୟେୱାଲା ପ୍ରଶ୍ନ କରିଛନ୍ତି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)