News

ରିଫାଇନ୍ ତେଲ ଉପରେ ମୂଳ ଶୁଳ୍କ ୩୨.୫%କୁ ବୃଦ୍ଧି

ସରକାର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ୦%ରୁ ୨୦%କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଅନ୍ୟାନ୍ୟ ଉପାଦାନକୁ ମିଶାଇଲେ ଏହାର ସମୁଦାୟ ପ୍ରଭାବୀ ଶୁଳ୍କ ୨୭.୫% ରହିବ ।

16 September, 2024 9:49 AM IST By: Tanushree Mahapatra

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି କୃଷକ ମାନଙ୍କର ବନ୍ଧୁ ଏବଂ କୃଷି ଓ କୃଷକ କଲ୍ୟାଣ ତାଙ୍କର ସର୍ବୋଚ୍ଚ ପ୍ରାଥମିକତା । କୃଷକ ମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୋଦୀ ସରକାର କିଛି ବଡ ନିଷ୍ପତ୍ତି ନେଇଛନ୍ତି । ଶ୍ରୀ ଚୌହାନ କହିଛନ୍ତି ଯେ କୃଷକ ଅନୁକୂଳ ମୋଦୀ ସରକାର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ୦%ରୁ ୨୦%କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଅନ୍ୟାନ୍ୟ ଉପାଦାନକୁ ମିଶାଇଲେ ଏହାର ସମୁଦାୟ ପ୍ରଭାବୀ ଶୁଳ୍କ ୨୭.୫% ରହିବ । ଏହି ପଦକ୍ଷେପ ଦ୍ୱାରା ସମସ୍ତ ତୈଳବୀଜ ଚାଷୀ ବିଶେଷ କରି ସୋୟାବିନ୍ ଓ ସବୁଜ ଚଣା ଚାଷୀ, ଯେଉଁମାନଙ୍କ ଫସଲ ବଜାରକୁ ଆସିବାକୁ ଯାଉଛି, ସେମାନଙ୍କୁ ଭଲ ମୂଲ୍ୟ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ଏହା ସହିତ ରବି ଋତୁରେ ତୈଳବୀଜ ବୁଣିବା ବୃଦ୍ଧି ପାଇବ ଏବଂ ସୋରିଷ ଫସଲକୁ ମଧ୍ୟ ଭଲ ମୂଲ୍ୟ ମିଳିବ । ଶ୍ରୀ ଚୌହାନ କହିଛନ୍ତି ଯେ ଏହି ନିଷ୍ପତ୍ତି ଦ୍ୱାରା ସୋୟା ଖଳିର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ ଏବଂ ଏହା ରପ୍ତାନି ହେବ ଏବଂ ଏହା ସହିତ ସୋୟା ସହ ଜଡିତ ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ଲାଭବାନ ହେବେ । କୃଷକ ମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ଚୌହାନ କହିଛନ୍ତି ଯେ , ମୋଦୀ ସରକାର କୃଷକ ମାନଙ୍କର କଲ୍ୟାଣ ପ୍ରତି ବେଶ୍ ସମ୍ବେଦନଶୀଳ ଏବଂ ବାସମତୀ ଚାଉଳ ଉପରେ ସର୍ବନିମ୍ନ ରପ୍ତାନି ଶୁଳ୍କ ହଟାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ରପ୍ତାନି ଶୁଳ୍କ ହଟିବା ଦ୍ୱାରା ବାସମତୀ ଚାଉଳ ଉତ୍ପାଦନକାରୀ କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବେ ଏବଂ ନିଆଯାଇଥିବା ପଦକ୍ଷେପ ଫଳରେ ବାସମତୀ ଚାଉଳର ଚାହିଦା ବୃଦ୍ଧି ପାଇବ ଏବଂ ରପ୍ତାନି ମଧ୍ୟ ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ମୋଦୀ ସରକାର କୃଷକ ମାନଙ୍କର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ରିଫାଇନ୍ ତେଲ ଉପରେ ମୌଳିକ ଶୁଳ୍କକୁ ୩୨.୫% କୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ସୋରିଷ, ସୂର୍ଯ୍ୟମୁଖୀ ଓ ଚିନାବାଦାମ ଫସଲର ଚାହିଦା ବୃଦ୍ଧି ପାଇବ ।

ଶ୍ରୀ ଚୌହାନ କହିଛନ୍ତି ଯେ କୃଷକମାନେ ଏହି ଫସଲର ଉତ୍ତମ ମୂଲ୍ୟ ପାଇପାରିବେ ଏବଂ କ୍ଷୁଦ୍ର ଏବଂ ଗ୍ରାମାଞ୍ଚଳରେ ବିଶୋଧନାଗାର ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ । ମୋଦୀ ସରକାର କୃଷକଙ୍କ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ପିଆଜ ଉପରେ ରପ୍ତାନି ଶୁଳ୍କ ୪୦%ରୁ ୨୦%କୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ରପ୍ତାନି ଶୁଳ୍କ ହ୍ରାସ ପାଇଲେ ପିଆଜ ଉତ୍ପାଦନକାରୀ ଚାଷୀ ପିଆଜର ଭଲ ମୂଲ୍ୟ ପାଇବେ ଏବଂ ପିଆଜ ରପ୍ତାନି ମଧ୍ୟ ବୃଦ୍ଧି ପାଇବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଚାଷୀ ତଥା ପିଆଜ ସହ ଜଡିତ ଅନ୍ୟାନ୍ୟ କ୍ଷେତ୍ର ସିଧାସଳଖ ଉପକୃତ ହେବ ।

ଅଧିକ ପଢ଼ନ୍ତୁ

Pumpkin Seed: ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ଭଲ କରିବ ଭୟଙ୍କର ରୋଗ !

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି, ଉପକୃତ ହେବେ ୪.୫ କୋଟି ପରିବାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)