News

ଓଡିଶା କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ...

ଚାଷୀଙ୍କ ଆୟ ବୃଦ୍ଧି କରିବାକୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ଅନେକ ଯୋଜନା କରୁଛନ୍ତି।

13 December, 2021 3:34 PM IST By: Sudesna Nayak

ଚାଷୀଙ୍କ ଆୟ ବୃଦ୍ଧି କରିବାକୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ଅନେକ ଯୋଜନା କରୁଛନ୍ତି । ହେଲେ ଚାଷୀଙ୍କ ଆୟରେ ସେତେଟା ଆଖି ଦୃଶିଆ ଉନ୍ନତି ଦେଖିବାକୁ ମିଳୁନି । ଓଡ଼ିଶାରେ ରହୁଥିବା ଚାଷୀଙ୍କ ମାସିକ ଆୟ ଦେଶରେ ତଳ ଆଡ଼ୁ ଦ୍ୱିତୀୟ । ଓଡ଼ିଶା ତଳେ କେବଳ ଝାରଖଣ୍ଡ ରହିଛି । ଯାହାକୁ ନେଇ ଭୁବନେଶ୍ୱରରେ ଜଏଣ୍ଟ ଡାଇରୋକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT)ଙ୍କ କାର୍ଯ୍ୟାଳୟରେ ରପ୍ତାନି ପ୍ରୋତ୍ସାହନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଛି ।

ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଓଡିଶାରୁ ଯଦି ଏକ୍ସପୋର୍ଟ ହବ୍ ତିଆରି ହୁଏ ତେବେ କୃଷକମାନେ ଏଥିରୁ ବହୁତ ଲାଭ ପାଇବେ ।

ରପ୍ତାନି ପାଇଁ କଣ ଆବଶ୍ୟକ ଜାଣନ୍ତୁ

ଓଡିଶାରେ ରପ୍ତାନି ବୃଦ୍ଧି ପାଇଁ ବିଦେଶରୁ ସିଧାସଳଖ ବିମାନ ସଂଯୋଗ, ପାରାଦୀପ ବନ୍ଦରରେ ସିପିଂ ଲାଇନର୍ସର ଉପଲବ୍ଧତା ଏବଂ ଅନ୍ୟ ବନ୍ଦରର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି । କୁହାଯାଇଛି ଯେ, ଓଡିଶାରୁ ରପ୍ତାନି ବୃଦ୍ଧିରେ ପାରାଦୀପ, ଗୋପାଳପୁର ଏବଂ ଧାମରା ବନ୍ଦରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ହେବ ।

ବୃହତ ରପ୍ତାନି ସମ୍ଭାବନା

ଆସାମ, ବିହାର, ଛତିଶଗଡ, ଝାଡ଼ଖଣ୍ଡ, ମେଘାଳୟ, ସିକିମ, ମିଜୋରାମ, ମଣିପୁର, ନାଗାଲାଣ୍ଡ ରାଜ୍ୟ ଏହି କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି । ଏହି ସମୟରେ WODC ସଭାପତି ଅସିତ ତ୍ରିପାଠୀ, ଏପିଇଡିଏ ନିର୍ଦ୍ଦେଶକ ତରୁଣ ବଜାଜ ମଧ୍ୟ ଏହା ଉପରେ ନିଜର ମତ ରଖିଛନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)