News

ଆପଣଙ୍କ ପାଇଁ କୃଷି ଖବର, ନିଶ୍ଚୟ ପଢ଼ନ୍ତୁ !!

କୃଷକଙ୍କ ଉତ୍ପାଦ ପରିବହନ ପାଇଁ କେନ୍ଦ୍ର ସରକାର ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ସ୍ବତନ୍ତ୍ର ରେଳ ଚଳାଉଛନ୍ତି। ଯାହା ଫଳରେ କୃଷକମାନଙ୍କ ଫସଲ ଅନ୍ୟ ରାଜ୍ୟରେ ବିକ୍ରି କରିବା ସହ ଲାଭବାନ ହେଉଛନ୍ତି। ଉତ୍ତର କେନ୍ଦ୍ରୀୟ ରେଳବାଇ ପ୍ରଥମ କିସାନ ରେଳ ଆଗ୍ରା ଠାରୁ ଆସମ ପର୍ଯ୍ୟନ୍ତ ଯାତ୍ରା କରିବାର ସୁବିଧା ରଖାଯାଇଛି।

08 September, 2021 4:08 PM IST By: Sugyan Kumar Nayak

ଆଗ୍ରାରୁ ଆସାମ ଅଭିମୁଖେ କିସାନ ରେଳ ଯାତ୍ରା କରିବ

କୃଷକଙ୍କ ଉତ୍ପାଦ ପରିବହନ ପାଇଁ କେନ୍ଦ୍ର ସରକାର ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ସ୍ବତନ୍ତ୍ର ରେଳ ଚଳାଉଛନ୍ତି।  ଯାହା ଫଳରେ କୃଷକମାନଙ୍କ ଫସଲ ଅନ୍ୟ ରାଜ୍ୟରେ ବିକ୍ରି କରିବା ସହ ଲାଭବାନ ହେଉଛନ୍ତି। ଉତ୍ତର କେନ୍ଦ୍ରୀୟ ରେଳବାଇ ପ୍ରଥମ କିସାନ ରେଳ ଆଗ୍ରା ଠାରୁ ଆସମ ପର୍ଯ୍ୟନ୍ତ ଯାତ୍ରା କରିବାର ସୁବିଧା ରଖାଯାଇଛି।

କୃଷି ଜାଗରଣ ସିଲଭର ଜୟନ୍ତୀ ଅବସରରେ ୱେବିନାର ଅନୁଷ୍ଠିତ

କୃଷି ଜାଗରଣର ୨୫ ବର୍ଷ ପୂରଣ ଅବସରରେ ଏକ ଓ୍ବେବିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗତ ୨୫ ବର୍ଷ ଭିତରେ ଭାରତୀୟ କୃଷିର ଅଭିବୃଦ୍ଧି ଏବଂ ଆଗାମୀ ୨୫ ବର୍ଷ ପାଇଁ କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରାଯାଇଛି। ଏଥିରେ ଅନେକ ଅତିଥି ଯୋଗଦେଇ ବକ୍ତବ୍ୟ ଦେଇଥିଲେ। ଯାହାକି କୃଷି ଜାଗରଣ ଫେସବୁକ୍ ପେଜରେ ସିଧା ପ୍ରସାରଣ କରାଯାଇଛି।

ଏମଏସପିରେ ଫସଲ ବିକ୍ରୀ ପାଇଁ ପଞ୍ଜିକରଣ କରନ୍ତୁ

ମଧ୍ୟପ୍ରଦେଶ ସରକାର ଏମଏସପିରେ ଫସଲ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଚାଷୀମାନଙ୍କୁ ଧାନ, ବାଜରା ବିକ୍ରି କରିବା ପାଇଁ ପଞ୍ଜୀକୃତ କରିବାକୁ ପଡ଼ିବ। ଏହା ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ସଚିବ ସୂଚନା ଦେଇଛନ୍ତି।

ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଯୋଜନା

ବର୍ତ୍ତମାନ ଦେଶରେ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ମିଲେଟ୍ ରପ୍ତାନି ପାଇଁ APEDA ଇଣ୍ଡିଆନ୍ ମିଲେଟ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ସହିତ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛି।

ଚାଷୀଙ୍କୁ ନଡ଼ା ଜାଳିବାକୁ ପଡିବ ନାହିଁ

ନଡ଼ା ଜାଳିବା ଦ୍ବାରା ଦେଶରେ ପ୍ରଦୂଷଣ ବୃଦ୍ଧି ପାଉଛି । IARI କ୍ଷେତରେ ନଡ଼ା ନଷ୍ଟ କରିବା ପାଇଁ ଏକ କ୍ୟାପସୁଲ୍ ପ୍ରସ୍ତୁତ କରିଛି । ପଞ୍ଜାବ ଓ ହରିୟାଣା ରାଜ୍ୟରେ ନଡ଼ା ପୋଡ଼ିବାର ଅନେକ ସମସ୍ୟା ଦେଖାଯାଏ। ଏହାର ସମାଧାନ ପାଇଁ 'ଜଲନା ନେହିଁ ଗାଲାନା ହେ' ଏକ ସ୍ଲୋଗାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଏକ ଉପହାର ଦେବେ

କେନ୍ଦ୍ର ସରକାର କୃଷକଙ୍କ ପାଇଁଏକ ନିଷ୍ପତ୍ତି ନେଇଛନ୍ତି।ଏହାର ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। କୃଷକଙ୍କ ଆୟ ବୃଦ୍ଧି ଏବଂ ଚାଷରେ ଖର୍ଚ୍ଚ କମ କରିବା ପାଇଁ କେନ୍ଦ୍ର ସରକାର ଏକ କାର୍ଯ୍ୟ କରୁଛନ୍ତି। ଯାହାର ଉଦାହରଣ ହେଉଛି ପ୍ରଧାନମନ୍ତ୍ରୀ କିସାନ ନିଧୀ ଯୋଜନା। ୧୨.୪ କୋଟି କୃଷକ ଏହି ଯୋଜନାରେ ଲାଭବାନ ହୋଇସାରିଛନ୍ତି।