News

ଆପଣଙ୍କ ପାଇଁ ଆମ ଦେଶର କୃଷି ଖବର !!

୧) କୃଷି ଅନୁସନ୍ଧାନ ପରିଷଦ ପକ୍ଷରୁ କୃଷକମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି l ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଆର) ପକ୍ଷରୁ କୁହାଯାଇଛି ଯେ, କୃଷକମାନଙ୍କୁ ଚାଷ ସମୟରେ ପରାମର୍ଶ ଦିଆଯିବ। ଆସନ୍ତା ସେପ୍ଟେମ୍ବର ୫ ଠାରୁ ଏହା କାର୍ଯ୍ୟକାରୀ ହେବ। କୃଷକ ଯଦି ଏହାକୁ ଅନୁସରଣ କରନ୍ତି ତେବେ ଭଲ ଚାଷ କରିବା ସହ ଲାଭବାନ ହୋଇପାରିବେ।

06 September, 2021 7:39 PM IST By: Sugyan Kumar Nayak

୧) କୃଷି ଅନୁସନ୍ଧାନ ପରିଷଦ ପକ୍ଷରୁ  କୃଷକମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି l ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଆର) ପକ୍ଷରୁ କୁହାଯାଇଛି ଯେ, କୃଷକମାନଙ୍କୁ ଚାଷ ସମୟରେ ପରାମର୍ଶ ଦିଆଯିବ। ଆସନ୍ତା ସେପ୍ଟେମ୍ବର ୫ ଠାରୁ ଏହା କାର୍ଯ୍ୟକାରୀ ହେବ। କୃଷକ ଯଦି ଏହାକୁ ଅନୁସରଣ କରନ୍ତି ତେବେ ଭଲ ଚାଷ କରିବା ସହ ଲାଭବାନ ହୋଇପାରିବେ।

୨) ରାଜସ୍ଥାନରେ ମରୁଡ଼ି ହେତୁ ବ୍ୟାପକ କ୍ଷତି ହୋଇଛି, ଏହାକୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ। ରାଜସ୍ଥାନରେ କମ୍ ବର୍ଷା ହେତୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଏଥି ପାଇଁ ଚାଷୀମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ରାଜସ୍ଥାନର ଅନେକ ଜିଲ୍ଲାରେ ଏଭଳି ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଅଳ୍ପ କିଛି ଦିନ ମଧ୍ୟରେ ସର୍ଭେ କରାଯାଇ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  

୩) ବ୍ୟାଟେରୀଚାଳିତ ପମ୍ପ ସ୍ପ୍ରେ କିଣିଲେ ମିଳିବ ୫୦ ପ୍ରତିଶତ ରିହାତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିହନ ଓ ଯନ୍ତ୍ରପାତି କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। କିନ୍ତୁ ହରିୟାଣା ସରକାର ତାଙ୍କ ରାଜ୍ୟରେ ଚାଷୀଙ୍କୁ ବ୍ୟାଟେରୀ ଚାଳିତ ପମ୍ପ ସ୍ପ୍ରେ କିଣିବା ପାଇଁ ସବସିଡି ପ୍ରଦାନ କରୁଛନ୍ତି।

୪) ଆଧାର କାର୍ଡରେ ମୋବାଇଲ୍ ନମ୍ବର ଲିଙ୍କ୍ ନହେଲେ କୃଷକମାନେ ଧାନ ବିକ୍ରି କରିପାରିବେ ନାହିଁ । ଧାନ ବିକ୍ରି ଓ କିଣାରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାର ଏକ ନୂତନ ପ୍ରୟାସ କରିଛନ୍ତି। କୃଷକମାନଙ୍କୁ ଧାନ ବିକ୍ରି କରିବାକୁ ହେଲେ ଆଧାର କାର୍ଡ଼ ସହ ମୋବାଇଲ୍ ନମ୍ବର ଲିଙ୍କ୍ କରିବା ଜରୁରୀ। ଚାଷୀମାନେ ଯେପରି କୌଣସି ସମସ୍ୟାରେ  ନ ପଡ଼ିବେ ସେଥି ପାଇଁ ସାର୍ବଜନୀନ ଭାବେ କାର୍ଯ୍ୟାଳୟ ନମ୍ବର ଜାରି କରାଯାଇଛି।

୫) ଗୋପାଳକଙ୍କ ରୋଜଗାର ବୃଦ୍ଧି ପାଇବ, ସରକାର କ୍ଷୀର ଲିଟର ପିଛା ୧ ଟଙ୍କା ସବସିଡ଼ି ଦେବେ। ଝାଡ଼ଖଣ୍ଡ ସରକାର ଗୋପାଳକଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏହା ସହ ବିଭିନ୍ନ ପ୍ରକାର ଚାଷ ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଗୋପାଳକମାନଙ୍କୁ ସରକାର ରାସନ ସାମଗ୍ରୀ ମଧ୍ୟ ଦେଉଛନ୍ତି। ଆଗକୁ ଦୁଗ୍ଧ ଉତ୍ପାଦକ ଚାଷୀମାନଙ୍କୁ ଏକ ଟଙ୍କା ହାରରେ ସବସିଡ଼ି ଦିଆଯିବ ବୋଲି ଘୋଷଣା କରିଛନ୍ତି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)