News

କୃଷି କ୍ଷେତ୍ରର ହେବ ଡିଜିଟାଇଜେସନ, କ୍ଲାଉଡ ପ୍ଲାଟଫର୍ମ ଲଞ୍ଚ କଲା କ୍ରପିନ

ବିଲ୍ ଏବଂ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍(Bill and Melinda Gates Foundation) ଏବଂ ସିଡିସି ଗ୍ରୁପ୍(CDC Group) ସହିତ ନିବେଶକଙ୍କ ଦ୍ବାରା ସମର୍ଥିତ କ୍ରପିନ କୃଷି ଶିଳ୍ପକୁ ଡିଜିଟାଇଜେସନ୍ କରିବାକୁ ସ୍ଥିର କରିଛି । ଆଜି କମ୍ପାନୀ ଇଣ୍ଟିଗ୍ରେଟେଡ୍ ଆପ୍ ସହିତ କ୍ଲାଉଡ୍ ପ୍ଲାଟଫର୍ମ କ୍ରପିନ୍ କ୍ଲାଉଡ୍ ଲଞ୍ଚ କରିବାକୁ ଘୋଷଣା କରିଛି।

06 September, 2022 2:17 PM IST By: Shuvanshu Kar

ଡିଜିଟାଲ କ୍ଷେତ୍ରରେ ଏବେ ଆଗକୁ ବଢୁଛି ଭାରତ । ଏହି କ୍ରମରେ କୃଷି ଜଗତକୁ ଡିଜିଟାଇଜ କରିବାକୁ କ୍ରପିନ ଲଞ୍ଚ କରିଛି କ୍ଲାଉଡ ପ୍ଲାଟଫର୍ମ(cloud platform) । ବିଲ୍ ଏବଂ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍(Bill and Melinda Gates Foundation) ଏବଂ ସିଡିସି ଗ୍ରୁପ୍(CDC Group) ସହିତ ନିବେଶକଙ୍କ ଦ୍ବାରା ସମର୍ଥିତ କ୍ରପିନ କୃଷି ଶିଳ୍ପକୁ ଡିଜିଟାଇଜେସନ୍ କରିବାକୁ ସ୍ଥିର କରିଛି । ଆଜି କମ୍ପାନୀ ଇଣ୍ଟିଗ୍ରେଟେଡ୍ ଆପ୍ ସହିତ କ୍ଲାଉଡ୍ ପ୍ଲାଟଫର୍ମ କ୍ରପିନ୍ କ୍ଲାଉଡ୍ ଲଞ୍ଚ କରିବାକୁ ଘୋଷଣା କରିଛି।

2010 ରେ ପ୍ରତିଷ୍ଠିତ ହୋଇଥିବା, କ୍ରପିନର ଅନ୍ୟାନ୍ୟ ଉତ୍ପାଦ 92 ଦେଶରେ ଲାଇଭ ରହିଛି । ଏହା 250 ବିଜନେସ ଟୁ ବିଜନେସ( B2B)ରୁ ଅଧିକ ଗ୍ରାହକଙ୍କ ସହ ସହଭାଗୀ ହୋଇଛି ଏବଂ 26 ନିୟୁତ ଏକର ଚାଷ ଜମିକୁ ଡିଜିଟାଇଜ୍ କରିଛି । ଏହା 500 ରୁ ଅଧିକ ଫସଲ ଏବଂ 10,000 ଫସଲ କିସମର ବିଶ୍ୱର ସର୍ବ ବୃହତ ଫସଲ ଜ୍ଞାନର ଗ୍ରାଫ ନେଇ ଦାବି କରେ ।

କ୍ରପିନର ପ୍ରତିଷ୍ଠାତା ତଥା ସିଇଓ କୃଷ୍ଣ କୁମାର କହିଛନ୍ତି ଯେ କ୍ରପିନ କ୍ଲାଉଡ୍ ବିକଶିତ ହୋଇଛି । କାରଣ କୃଷି ଶିଳ୍ପରେ ଏକୀକୃତ, ସମନ୍ୱିତ ପ୍ଲାଟଫର୍ମ ଉପଲବ୍ଧ ହୋଇପାରି ନାହିଁ । ତେଣୁ ଏହା ବିଭିନ୍ନ ପ୍ରକାରର ସମାଧାନର ସହାୟକ ହେବ। ଜଳବାୟୁ ପରିବର୍ତ୍ତନ, ଭୌଗୋଳିକ-ରାଜନୈତିକ ତିକ୍ତତା, ଖାଦ୍ୟ ଯୋଗାଣ ଶୃଙ୍ଖଳା ବ୍ୟାଘାତ ଏବଂ ବିଶ୍ୱବ୍ୟାପୀ ଜନସଂଖ୍ୟା ବୃଦ୍ଧି ଆଦି ସମସ୍ୟାର ସମାଧାନ ଦିଗରେ ସହାୟକ ହେବ ।

ଭାରତୀୟ କୃଷିରେ ଅନେକ ସୁଯୋଗ ରହିଛି । ଆଜିବି ଭାରତ କୃଷି କ୍ଷେତ୍ରରେ ବିଶ୍ବରେ ଆଗୁଆ । କୃଷି କ୍ଷେତ୍ରକୁ ବଳ ଯୋଗାଇବାକୁ ଅନେକ ଯୋଜନା ମଧ୍ୟ ଆଣୁଛନ୍ତି ସରକାର । ହେଲେ ଏସବୁର ସଫଳ ରୂପାୟନ ପାଇଁ ଡାଟା ସଂରକ୍ଷଣର ଆବଶ୍ୟକତା ରହିଛି । ତଥ୍ୟ ତ ଅନେକ ରହିଛି, ହେଲେ ଏହା ଗୋଟିଏ ସ୍ଥାନରେ ଉପଲବ୍ଧ ନଥିବାରୁ ଚାଷୀକୁ ଖୋଜିବାରେ ଅସୁବିଧାର ସାମ୍ନା କରିବାକୁପଡୁଛି । ତେବେ ଆଉ ଏହି ଡାଟା ସଂରକ୍ଷଣର ଟେନସନ ରହିବ ନାହିଁ । କାରଣ ଦଶନ୍ଧିର ଡାଟା ଯୋଗାଇବାକୁ ପ୍ରସ୍ତୁତ ହୋଇସାରିଛି ଏଗ୍ରିକଲଚ ଇଣ୍ଟେଲିଜେନ୍ସ କ୍ଲାଉଡ ।

ବିଶ୍ବର ପ୍ରଥମ ଏଗ୍ରି ଇଣ୍ଟେଲିଜେନ୍ସ କ୍ଲାଉଡ୍ ଲଞ୍ଚ କରିବ cropin

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)