News

ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ ,ବିଷ ପାଲଟିଣି ଏଠାକାର ବାୟୁ

ଅସ୍ୱାସ୍ଥ୍ୟକର ହେଉଛି ଦେଶର ରାଜଧାନୀ ଦିଲ୍ଲୀର ପରିବେଶ। ବିଷ ବଳୟରେ କଲବଲ ହେଉଛନ୍ତି ଲୋକେ। ନଭେମ୍ବର ପହିଲାରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ହ୍ରାସ ଘଟୁଛି ବାୟୁର ଗୁଣବତ୍ତା। ଶରୀରକୁ ଯାଉଛି ବିଶାକ୍ତ ପବନ। ସ୍ଥିତିକୁ ଅଧିକ ବିଗାଡ଼ୁଛି ଗାଡ଼ି। ଉତ୍ତର ପ୍ରଦେଶ ଆଗ୍ରାର ସ୍ଥିତି ଅଧିକ ଜଟିଳ ରହିଛି । ଆଲୋକର ପର୍ବ ଦୀପାବଳି ପରଠୁ ରାଜଧାନୀ ଦିଲ୍ଲୀ ରେ ବଢୁଛି ବାୟୁ ପ୍ରଦୂଷଣ। ବିନା ମାସ୍କ ରେ ଘରୁ ବାହାରିବା ସମ୍ଭବ ହେଉନାହିଁ । ବାହାରକୁ ଗଲେ ଆଖିରେ ଜଳାପୋଡା ହେବା ସହିତ ନିଶ୍ୱାସ ନେବାରେ ସମସ୍ୟା ଦେଖା ଦେଇଛି।

04 November, 2022 12:09 PM IST By: KJ Staff

ଅସ୍ୱାସ୍ଥ୍ୟକର ( health issue )ହେଉଛି ଦେଶର ରାଜଧାନୀ ଦିଲ୍ଲୀର ପରିବେଶ। ବିଷ ବଳୟରେ କଲବଲ ହେଉଛନ୍ତି ଲୋକେ। ନଭେମ୍ବର ପହିଲାରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ହ୍ରାସ ଘଟୁଛି ବାୟୁର ଗୁଣବତ୍ତା। ଶରୀରକୁ ଯାଉଛି ବିଶାକ୍ତ ପବନ। ସ୍ଥିତିକୁ ଅଧିକ ବିଗାଡ଼ୁଛି ଗାଡ଼ି। ଉତ୍ତର ପ୍ରଦେଶ ଆଗ୍ରାର( agra ) ସ୍ଥିତି ଅଧିକ ଜଟିଳ ରହିଛି । ଆଲୋକର ପର୍ବ ଦୀପାବଳି ( diwali )ପରଠୁ ରାଜଧାନୀ ଦିଲ୍ଲୀ ରେ ବଢୁଛି ବାୟୁ ପ୍ରଦୂଷଣ। ବିନା ମାସ୍କ ( mask )ରେ ଘରୁ ବାହାରିବା ସମ୍ଭବ ହେଉନାହିଁ । ବାହାରକୁ ଗଲେ ଆଖିରେ ଜଳାପୋଡା ହେବା ସହିତ ନିଶ୍ୱାସ ନେବାରେ  ସମସ୍ୟା ଦେଖା ଦେଇଛି। ଏନେଇ ଦିଲ୍ଲୀ ସରକାର ଯଥା ସମ୍ଭବ କମ୍ ଗାଡ଼ି ବ୍ୟବହାର କରିବା ସହିତ କର୍ମଚାରୀ ମାନଙ୍କୁ ୱାର୍କ ଫର୍ମ ହୋମ ପାଇଁ ଅପିଲ କରିଛନ୍ତି ।

ଏହି ପ୍ରଦୂଷଣ ପାଇଁ ପଡୋଶୀ ରାଜ୍ୟର ନଡ଼ା ପୋଡ଼ିବା ଘଟଣା ନେଇ କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ। ଏଥି ଯୋଗୁଁ ରାଜଧାନୀର ପ୍ରଦୂଷଣ ଆହୁରି ବଢ଼ିଛି ବୋଲି ସେ କହିଚନ୍ତି। ରିପୋର୍ଟ ଅନୁସାରେ ରାଜଧାନୀ ବାୟୁ ଗୁଣବତାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏୟାର ଇଣ୍ଡେକ୍ସ କ୍ୱାଲିଟି ୩୭୩ରେ ପହଞ୍ଚିଲାଣି। ତେଣୁ ଏଠିକାର ଲୋକଙ୍କ ସ୍ଵାସ୍ଥ୍ୟ ପ୍ରଭାବିତ ହେଉଛି । ଡ଼ାକ୍ତର ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

ଏଭଳି ସ୍ଥିତିରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଲୋକମାନେ ଛାତି, ଚକ୍ଷୁ, ଗଳା, ଚର୍ମ ଓ ନାକ ଜନିତ ରୋଗର ସାମ୍ନା କରୁଚନ୍ତି। ଅନେକ ଶ୍ୱାସ ଜନିତ ସମସ୍ୟା ଯୋଗୁଁ ଇଣ୍ଟେନ୍ସିଭ କେୟାର ରେ ଭର୍ତ୍ତି ହେଇଛନ୍ତି । ଏପଟେ ବୟସ୍କ ଲୋକଙ୍କ ପାଇଁ ପ୍ରଦୂଷଣ ଦ୍ଵାରା ହୃଦଘାତର ସମ୍ଭାବନା 10ଗୁଣ ବୃଦ୍ଧି ପାଉଛି।

ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ ଆଜି ୪୨୬ ରହିଛି । ବାୟୁର ମାନ ଯେତେବେଳେ ୪୦୧ରୁ ୫୦୦ ମଧ୍ୟରେ ରହେ ତାକୁ ଅତି ସାଂଘାତିକ ଧରାଯାଏ । ବାୟୁ ପ୍ରଦୂଷଣ ( air pollution )ଭୟଙ୍କର ସ୍ଥିତିରେ ଥିବାରୁ ଡିଜେଲଚାଳିତ କମର୍ସିଆଲ ( commercial truck )ଟ୍ରକ୍‌କୁ ବ୍ୟାନ୍ କରିଛନ୍ତି ଦିଲ୍ଲୀ ସରକାର ।  ତେଣୁ ବାଧ୍ୟ ହୋଇ ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ, ଜରୁରୀ ସାମଗ୍ରୀ ନେଇଯାଉଥିବା ଟ୍ରକ୍ ଓ ସିଏନ୍‌ଜି କିମ୍ବା ଇଲେକ୍ଟ୍ରିକ୍‌ ଶକ୍ତିରେ ପରିଚାଳିତ ହେଉଥିବେ ଗାଡ଼ିଗୁଡ଼ିକୁ ଦିଲ୍ଲୀରେ ଯାତାୟତ ପାଇଁ ଅନୁମତି ମିଳିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଅତି ଜରୁରୀ ସାମଗ୍ରୀ ପରିବହନ ହେଉ ନଥିଲେ ବଡ଼ କିମ୍ବା ମଧ୍ୟମ ଧରଣର ଯାନବାହନକୁ ବି ଦିଲ୍ଲୀରେ ଚାଲିବାକୁ ବନ୍ଦ କରାଯାଇଛି। ପ୍ରଦୂଷିତ ଏରିଆରେ ବିଏସ୍-୪ ଡିଜେଲ୍ ଗାଡ଼ି ବି ଚାଲିବା ବନ୍ଦ କରାଯାଇଛି। କେବଳ ସେତିକି ନୁହେଁ, ଯେଉଁ କାରଖାନାଗୁଡ଼ିକ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରୁନଥିବେ ସେଗୁଡ଼ିକୁ ବନ୍ଦ କରାଯିବ। ତେବେ କ୍ଷୀର କାରଖାନା, ଔଷଧ ଓ ଔଷଧ ସମ୍ପର୍କିତ ଉତ୍ପାଦନକାରୀ କାରଖାନାକୁ ଏଥିରୁ ବାଦ ଦିଆଯାଇଛି। ସେହିପରି ପ୍ରଦୂଷଣ ରୋକିକାକୁ ବଡ଼ ପ୍ରୋଜେକ୍ଟ ଯଥା ହାଇୱେ ନିର୍ମାଣ, ରାସ୍ତା, ଫ୍ଲାଏଓଭର, ଓଭରବ୍ରିଜ୍, ଶକ୍ତି ପ୍ରକଳ୍ପ ଏବଂ ପାଇପ୍‌ଲାଇନ୍ସ ଆଦି କାମ ବନ୍ଦ ରଖାଯାଇଛି।

ପ୍ରଦୂଷଣ ହ୍ରାସ କରୁଛି ହେଜ..

ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଗବେଷଣା କରିବେ ଜାପାନ-ଭାରତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)