News

OUAT: ଅକ୍ଷି ମୁଠି ଅନୁକୂଳ କଲେ କୁଳପତି

I ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅକ୍ଷି ମୁଠି ଅନୁକୂଳ ସହ ଭୂମି ପୂଜନ କରିଥିଲେ I

10 May, 2024 1:53 PM IST By: Tanushree Mahapatra

ଆଜି ହେଉଛି  ପବିତ୍ର ଅକ୍ଷୟ ତୃତୀୟା l  ବୈଶାଖ ମାସ ଦିନ ଶୁକ୍ଳପକ୍ଷ ତୃତୀୟା ତିଥ୍ୟକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଇଥାଏ l ଏହା ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଓଡ଼ିଶାର ଗାଁ ଗାଁ ରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଉତ୍ସାହର ସହିତ ପାଳନ କରିଥାନ୍ତି ।

ଏହିଦିନ କୃଷକମାନେ ଭଲ ତିଥି ଓ ଉପଯୁକ୍ତ ସମୟ ଯୋଗ ଦେଖି ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଅକ୍ଷୟ ତୃତୀୟା ଜଣେ କୃଷକ ସମାଜ ପାଇଁ ଏକ ମହାନ ପର୍ବ ବୋଲି ବିଶ୍ୱାସ କରାଯାଏ ।

ସେହିପରି ଆଜି ଓଡ଼ିଶା ବୈଷୟିକ କୃଷି ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହି ପର୍ବ ବଡ ଧୂମଧାମରେ ପାଳିତ ହୋଇଛି l ଧରିତ୍ରୀ ମାତାର ପୂଜା ଓ ବନ୍ଦନର ସ୍ମାରକୀ ତଥା କୃଷି ଓ କୃଷକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆଗରୋନମି ମେନ ରିସର୍ଚ୍ଚ ଫାର୍ମଠାରେ ପାଳିତ ହୋଇଯାଇଛି I ପ୍ରତିବର୍ଷ ପରି ବୈଶାଖ ଶୁକ୍ଲପକ୍ଷ ତୃତୀୟା ତିଥିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅକ୍ଷି ତୃତୀୟା ପାଳନ ହୋଇଛି I ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅକ୍ଷି ମୁଠି ଅନୁକୂଳ ସହ ଭୂମି ପୂଜନ କରିଥିଲେ I

ଏହା ସହ ସମଗ୍ର ଚାଷୀକୁଳଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ । ଚଳିତ ବର୍ଷ ଯେପରି ଚାଷୀ କ୍ଷେତରେ ସୁନାର ଫସଲ ଅମଳ ହେବ ଏବଂ ଉନ୍ନତ ଧରଣ ଯନ୍ତ୍ରପାତି ଓ ବିହନ ଦ୍ୱାରା ଚାଷ କାର୍ଯ୍ୟ ସୁଗମ କରାଯାଇପାରିବ ସେ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚେଷ୍ଟା ଜାରି ରହିବ ବୋଲି କୁଳପତି କହିଛନ୍ତି I ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟକ୍ଷ, ନିର୍ଦେଶକ, ବୈଜ୍ଞାନିକମାନେ ଯୋଗ ଦେଇଥିଲେ I

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)