News

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି, ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା!

ଓଡିଶାର କୃଷିଭିତ୍ତିକ ପର୍ବ ମଧ୍ୟରୁ ଅକ୍ଷୟ ତୃତୀୟା ଅନ୍ୟତମ । ଚାଷର ଆଦ୍ୟ ପର୍ବରେ କୃଷକମାନେ ଅକ୍ଷିମୁଠି ଅନୁକୂଳ କରି ଚାଷ କାମକୁ ଆଗେଇ ନିଅନ୍ତି । ଏହି ପବିତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଚାଷୀ ଭାଇ ଭଉଣୀଙ୍କୁ ଭେଟିର ଦେଇଛନ୍ତି ।

04 May, 2022 2:50 PM IST By: Sudesna Nayak

ଓଡିଶାର କୃଷିଭିତ୍ତିକ ପର୍ବ ମଧ୍ୟରୁ ଅକ୍ଷୟ ତୃତୀୟା (Akshaya Tritiya) ଅନ୍ୟତମ । ଚାଷର ଆଦ୍ୟ ପର୍ବରେ କୃଷକମାନେ ଅକ୍ଷିମୁଠି ଅନୁକୂଳ କରି ଚାଷ କାମକୁ ଆଗେଇ ନିଅନ୍ତି । ଏହି ପବିତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)ଚାଷୀ ଭାଇ ଭଉଣୀଙ୍କୁ ଭେଟିର ଦେଇଛନ୍ତି ।

ସୂଚନା ଅନୁଯାୟୀ, ଅକ୍ଷୟ ତୃତୀୟା (Akshaya Tritiya)ରେ ଚାଷୀ (Farmers)ଙ୍କୁ ରାଜ୍ୟ ସରକାରଙ୍କ ଭେଟି । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ମିଳିବ ୨ ହଜାର ଟଙ୍କା । ଏନେଇ ଘୋଷଣା କଲେ ରାଜ୍ୟ ସରକାର । ୨୦୧୮ରୁ ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୩ ଲକ୍ଷରୁ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ସିଧାସଳଖ ଉପକୃତ ହୋଇଛନ୍ତି । ଗତବର୍ଷ ଅକ୍ଷୟ ତୃତୀୟା ଅବସରରେ ଚାଷୀ (Farmers)ଙ୍କୁ କାଳିଆ ଟଙ୍କା ଦେଇଥିଲେ ସରକାର ।

ଚାଷୀ (Farmers)ଆମ ଅର୍ଥନୀତିର ମୁଖ୍ୟ ଆଧାର । ଆମର କୃଷକମାନେ କେବଳ ଓଡିଶା (Odisha)ନୁହେଁ, ସାରା ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକାଶ ଥାଉ ଯେ, ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ଦୃଢ଼ୀଭୂତ କରିବା ଓ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର କୃଷି କ୍ୟାବିନେଟ୍‍ ଠାରୁ ଆରମ୍ଭ କରି କୃଷି ଓ କୃଷକ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ଗ୍ରହଣ କରାଯାଉଛି। କାଳିଆ ଯୋଜନା ରାଜ୍ୟର ଚାଷୀଙ୍କ ହିତ ଲାଗି ଏକ ପରିବର୍ତ୍ତନକାରୀ କାର୍ଯ୍ୟକ୍ରମର ମାନ୍ୟତା ପାଇଛି ଏବଂ ଓଡ଼ିଶାର ଏହି ଯୋଜନାକୁ ଅନୁସରଣ କରି ଜାତୀୟସ୍ତରରେ କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ରାଜ୍ୟ ସରକାର ଅନୁରୂପ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି। ସରକାର ପ୍ରଥମ ପର୍ଯ୍ୟାୟରେ ୫ ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ହେଁ ପୁନର୍ବାର ଏହାର ଅବଧିକୁ ବୃଦ୍ଧି କରିଛନ୍ତି ।

ବଡ ଖୁସି ଖବର: ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ୨-୨ ହଜାର ଟଙ୍କା ପଠାଇଲେ ରାଜ୍ୟ ସରକାର

ବଢ଼ିବନି କେନ୍ଦ୍ରୀୟ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର! ଜାଣନ୍ତୁ ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)