News

ODISHA GOVT: ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି!

ବଢ଼ିବ ଭତ୍ତା ଟଙ୍କା l ବୃଦ୍ଧି ପାଇ ୩୦୦୦ ହେବ ଭତ୍ତା ଟଙ୍କା l

03 July, 2024 10:43 AM IST By: Tanushree Mahapatra

ଗତକାଲି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି l ଯାହା ବରିଷ୍ଠ ନାଗରିକଙ୍କ ମଧ୍ୟରେ ଏକ ଖୁସି ଲହରୀ ଖେଳାଇ ଦେଇଛି l କାରଣ, ସରକାର ଦେଇଥିବା ପ୍ରତିଶୃତି ରଖିଛନ୍ତି l ଗତକାଲି ଏକ ବଡ଼ ଘୋଷଣା କରିଛନ୍ତି ସରକାର l ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କରିଥିଲେ ଏହି ବଡ଼ ଘୋଷଣା ।

କାରଣ, ବଢ଼ିବ ଭତ୍ତା ଟଙ୍କା l ବୃଦ୍ଧି ପାଇ ୩୦୦୦ ହେବ ଭତ୍ତା ଟଙ୍କା l ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟିତ୍ୱ ନେବା ପରଠାରୁ ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ଉପହାର ଦେଉଛନ୍ତି । ଏହି କ୍ରମରେ ଗତକାଲି ରାଜ୍ୟବାସୀଙ୍କ ଭତ୍ତା ପ୍ରସଙ୍ଗରେ ଏକ ବଡ଼ ଘୋଷଣା କରିଥିଲେ ।

ସୂଚନା ଅନୁଯାୟୀ ଖୁବଶୀଘ୍ର ବିଭିନ୍ନ ବର୍ଗଙ୍କୁ ଦିଆଯାଉଥିବା ଏହି ଭତ୍ତା ଟଙ୍କା ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି କହିଛନ୍ତି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାଗଣ୍ଡ l  ଏନେଇ ରାଜ୍ୟ ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟର ବିଭିନ୍ନ ବର୍ଗର ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନା ଅଧୀନରେ ଭତ୍ତା ପ୍ରଦାନ କରାଯାଉଛି l ତେବେ କେଉଁ ବର୍ଗର ଭତ୍ତା ବଢାଯିବ ସେନେଇ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦଷ୍ଟ ସୂଚନା ମିଳିନାହିଁ । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା କିମ୍ୱା କଳାକାର ଭତ୍ତା ଭଳି ବର୍ଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି ।

ସେହିପରି କେଉଁ କ୍ଷେତ୍ରରେ କେତେ ଟଙ୍କା ଭତ୍ତା ବୃଦ୍ଧି କରାଯିବ ଏ ନେଇ ପରେ ସୂଚନା ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସ୍ପଷ୍ଟିକରଣ କରିଥିଲେ ଗତକାଲି । ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଆଗରୁ ବନ୍ଦ ରହିଥିବା ସ୍କୁଲ ଗୁଡିକୁ ପୁଣିଥରେ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ଜଣାଇ ଦିଆଯାଇଛି ।

ଅଧିକ ପଢ଼ନ୍ତୁ

ପଞ୍ଜାବରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ରାଜସ୍ଥାନ ଶିକାରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)