News

ପ୍ରସ୍ତୁତ ହେବ ଜାତୀୟ ସମବାୟ ନୀତି ଦସ୍ତାବିଜ, ଜାତୀୟସ୍ତରୀୟ କମିଟି ଘୋଷଣା କଲେ ଅମିତ ଶାହ

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଜାତୀୟ ସମବାୟ ନୀତି ଦସ୍ତାବିଜ୍ ପ୍ରସ୍ତୁତ ନିମନ୍ତେ ଜାତୀୟସ୍ତରୀୟ କମିଟି ଘୋଷଣା କରିଛନ୍ତି ।

06 September, 2022 5:30 PM IST By: Shuvanshu Kar

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା(Amit Shah) ଜାତୀୟ ସମବାୟ ନୀତି ଦସ୍ତାବିଜ୍(national cooperation policy document) ପ୍ରସ୍ତୁତ ନିମନ୍ତେ ଜାତୀୟସ୍ତରୀୟ କମିଟି ଘୋଷଣା କରିଛନ୍ତି । ଏହି ନୂତନ ଜାତୀୟ ସମବାୟ ନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ 'ସମବାୟରୁ ସମୃଦ୍ଧି' ଦୃଷ୍ଟିକୋଣକୁ ସାକାର କରିବା ନିମନ୍ତେ ପ୍ରସ୍ତୁତ ହେଉଛି ।

ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କ ଅଧ୍ୟକ୍ଷତାରେ ଏହି ଜାତୀୟସ୍ତରୀୟ କମିଟି ଦେଶରେ ବିଭିନ୍ନ ଭାଗରୁ ୪୭ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ଏହି କମିଟିରେ ସମବାୟ କ୍ଷେତ୍ର, ଜାତୀୟ, ରାଜ୍ୟ, ଜିଲ୍ଲା ଓ ପ୍ରାଥମିକ ସମବାୟ ସମିତି ବିଶେଷଜ୍ଞ, ସମବାୟ ସଚିବ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ସମିତିର ପଞ୍ଜୀକାର ଓ କେନ୍ଦ୍ର ମନ୍ତ୍ରଣାଳୟ/ ବିଭାଗର ଅଧିକାରୀଗଣ ସଦସ୍ୟ ରହିଛନ୍ତି ।

ନିକଟରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ପିଏସିଏସ୍‌‌ଗୁଡିକୁ ଉନ୍ନୀତ କରିବା ଲକ୍ଷ୍ୟ ରଖି ଜାତୀୟ ସମବାୟ ନୀତି ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ ବୋଲି ଘୋଷଣା କରିଥିଲେ ।

ବର୍ତ୍ତମାନର ଜାତୀୟ ସମବାୟ ନୀତି ୨୦୦୨ ମସିହାରେ ପ୍ରଣୀତ ହୋଇଥିଲା । ସମବାୟ ସଂସ୍ଥାଗୁଡିକୁ ଆବଶ୍ୟକ ସହଯୋଗ ପ୍ରୋତ୍ସାହନ ଓ ସହାୟତା ପ୍ରଦାନ କରି ସେମାନେ ଯେପରି ସ୍ୱୟଂଶାସିତ ଭାବେ କାର୍ଯ୍ୟ କରିବେ ଓ ଆତ୍ମନିର୍ଭର ହୋଇ ଗଣତାନ୍ତ୍ରିକ ପଦ୍ଧତି ଅନୁସରଣ କରି ସଂସ୍ଥା ପରିଚାଳନା କରିବେ ଓ ତାହା ଜାତୀୟ ଅର୍ଥନୀତିକୁ ଉଲ୍ଲେଖନୀୟ ଅବଦାନ ଦେବ ତାହାର ପରିକଳ୍ପନା କରାଯାଇଥିଲା । ଆଜି ସମଗ୍ର ଦେଶରେ ପାଖାପାଖି ୮.୫ଲକ୍ଷ ସମବାୟ ସମିତି ଥିବାବେଳେ ଏହାର ପ୍ରାୟ ୨୯କୋଟି ସଦସ୍ୟ ଅଛନ୍ତି । ଏହି ସମବାୟ ସମିତି ଗୁଡିକ କୃଷି ପ୍ରକ୍ରିୟାକରଣ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ, ଘରତିଆରି, ବୟନ, ଋଣ, ବିପ୍ପଣନ ଭଳି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ।

ନୂତନ ଜାତୀୟ ସମବାୟ ନୀତି ଦସ୍ତାବିଜ୍ ନୂତନ, ସମବାୟ ମନ୍ତ୍ରଣାଳୟରୁ ମିଳିଥିବା ଜନମତ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ତିଆରି ହେଉଛି । ଏଥିରେ ଅନ୍ୟ ବିଷୟ ମଧ୍ୟରେ 'ସମାବେରୁ ସମୃଦ୍ଧି' ଦୃଷ୍ଟିକୋଣକୁ ସାକାର କରିବା, ଦେଶର ସମବାୟ ଆନ୍ଦୋଳନକୁ ମଜବୁତ କରିବା ଓ ଏହାର ସୁଫଳ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ତଥା ସମବାୟ ଭିତ୍ତିକ, ଆର୍ଥିକ ମଡେଲ ପ୍ରବର୍ତ୍ତନ, ଉପଯୁକ୍ତ ନୀତି ନିର୍ଦ୍ଧାରଣ, ସମବାୟ ସଂସ୍ଥାଗୁଡିକ ସେମାନଙ୍କ ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଆଇନ ଓ ଆନୁଷ୍ଠାନିକ ବ୍ୟବସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ନୂତନ ନୀତି ଦେଶର ସମବାୟ ଆନ୍ଦୋଳନକୁ ମଜବୁତ କରିବା ପାଇଁ ଯଥେଷ୍ଟ ପ୍ରୋତ୍ସାହନ ଦେବ ।

ଆସୁଛି ମୌସୁମୀ, ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଗୃହମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

କଟକରେ କେନ୍ଦ୍ର ଗୃହମନ୍ତ୍ରୀ, ପ୍ରଜାତନ୍ତ୍ରର ପ୍ରତିଷ୍ଠା ଦିବସରେ ହେଲେ ସାମିଲ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)