News

ପ୍ରାକୃତିକ ଚାଷକୁ ମିଳିବ ପ୍ରୋତ୍ସାହନ, ବିଜେପି ଶାସିତ ରାଜ୍ୟର ମନ୍ତ୍ରୀଙ୍କ ସହ ବୈଠକ କଲେ ଶାହ

ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କୋଅପରେଟିଭି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ବିଜେପି ଶାସିତ ସମସ୍ତ ରାଜ୍ୟର କୃଷି ମନ୍ତ୍ରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରିଛନ୍ତି।

07 October, 2022 11:05 AM IST By: Shuvanshu Kar

ପ୍ରାକୃତିକ ଚାଷ(natural farming)କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କୋଅପରେଟିଭି ଏବଂ ଗୃହମନ୍ତ୍ରୀ ଅମିତ ଶାହା(Amit Shah) ଗୁରୁବାର ବିଜେପି ଶାସିତ ସମସ୍ତ ରାଜ୍ୟର କୃଷି ମନ୍ତ୍ରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରିଛନ୍ତି।

ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧିତ କରିବାବେଳେ ଶାହ କହିଛନ୍ତି ଯେ ସାରା ଦେଶରେ ପ୍ରାକୃତିକ ଚାଷ(natural farming)କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ନିରନ୍ତର ଚେଷ୍ଟା କରୁଛନ୍ତି।

ହିମାଚଳ ପ୍ରଦେଶର କୃଷି ମନ୍ତ୍ରୀ ବିରେନ୍ଦର କନୱାର କହିଛନ୍ତି ଯେ ପ୍ରାକୃତିକ ଚାଷକୁ ସମବାୟ କ୍ଷେତ୍ର ସହ ଯୋଡିବା ପାଇଁ କେନ୍ଦ୍ର ମଧ୍ୟ ବିଶେଷ ଉଦ୍ୟମ କରୁଛି। ଏହି ବୈଠକରେ କୃଷିକୁ ସମବାୟ କ୍ଷେତ୍ର ସହିତ ସଂଯୋଗ କରି କୃଷକମାନଙ୍କୁ ଲାଭ ପ୍ରଦାନ କରିବାର ଏଜେଣ୍ଡା ଉପରେ ଆଲୋଚନା କରାଯାଇଥିଲା।

କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ପରେ କୃଷି ମନ୍ତ୍ରୀ ବିରେନ୍ଦ୍ର କନୱାର କହିଛନ୍ତି ଯେ ହିମାଚଳ ପ୍ରଦେଶରେ ପ୍ରାକୃତିକ ଚାଷ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରାଯାଉଛି। କନୱାର ଆହୁରି ମଧ୍ୟ କହିଛନ୍ତି ଯେ କମ୍ପାନୀଗୁଡିକ ସହ କେନ୍ଦ୍ର ଦ୍ୱାରା ଏହି ସମବାୟ ସମିତି ଗଠନ କରାଯାଇଛି ଏବଂ କୃଷକମାନେ ଏଠାରେ ପ୍ରାକୃତିକ କୃଷିଜାତ ଦ୍ରବ୍ୟ ବିକ୍ରୟ କରି ଲାଭ ଉଠାଇ ପାରିବେ।

ବର୍ତ୍ତମାନ ରାଜ୍ୟର 1.71 ଲକ୍ଷ ଚାଷୀ 9,421 ହେକ୍ଟର ପ୍ରାକୃତିକ ପ୍ରଣାଳୀରେ ଚାଷ କରାଯାଉଛି । 2022-23 ବର୍ଷ ପାଇଁ ରାଜ୍ୟ ସରକାର 50,000 ଏକର ପ୍ରାକୃତିକ ଚାଷ ଅଧୀନରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।

ହିମାଚଳପ୍ରଦେଶର ପ୍ରାକୃତିକ ଚାଷ ଯୋଜନାର ଉଦ୍ଦେଶ୍ୟ ହେଉଛି ଫସଲ ଉତ୍ପାଦନର ମୂଲ୍ୟ ହ୍ରାସ କରି ଆୟ ବୃଦ୍ଧି କରିବା । ରାସାୟନିକ ଚାଷର କୁପ୍ରଭାବରୁ ମାଟି ଏବଂ ମଣିଷକୁ ରକ୍ଷା କରିବା ଏହାର ଲକ୍ଷ । ରାଜ୍ୟର ସମସ୍ତ 3,615 ପଞ୍ଚାୟତରେ ଏକ ପ୍ରାକୃତିକ ଚାଷ ମଡେଲର ବିକାଶ ବ୍ୟତୀତ 100ଟି ଗାଁକୁ ପ୍ରାକୃତିକ ଚାଷ ଗ୍ରାମରେ ପରିଣତ କରିବା ପାଇଁ କାର୍ଯ୍ୟ ଚାଲିଛି।

Natural Farming: ଏହି ରାଜ୍ୟରେ 1.71 ଲକ୍ଷ ଚାଷୀ ଆପଣାଇଛନ୍ତି ପ୍ରାକୃତିକ ଚାଷ

ଚିନି ଉତ୍ପାଦନରେ ଭାରତର ରେକର୍ଡ, ୫୦୦୦ LMT ଆଖୁ ଉତ୍ପାଦିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)