News

ନୀତିନ ଗଡକରୀଙ୍କୁ କଣ ଅନୁରୋଧ କଲେ ଆନନ୍ଦ ମହିନ୍ଦ୍ରା ? ଜାଣନ୍ତୁ...

ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଗୋଟିଏ ଅନୁରୋଧ କରିଛନ୍ତି ଆନନ୍ଦ ମହିନ୍ଦ୍ରା । ଆନନ୍ଦ ମହିନ୍ଦ୍ରାଙ୍କ ଟ୍ବିଟ କେଇ ସେକେଣ୍ଡ ମଧ୍ୟରେ ଭାଇରାଲ ହୋଇଯାଇଛି ।

28 August, 2022 2:00 PM IST By: Shuvanshu Kar

ସୋସିଆଲ ମିଡିଆରେ ବେଶ ସକ୍ରିୟ ନଜର ଆସିଥାନ୍ତି ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା(Anand Mahindra) । ସମୟ ସମୟରେ ଆନନ୍ଦ ମହିନ୍ଦ୍ରା ନିଜର ଟ୍ବିଟରେ ଅନେକ ଭିଡିଓ ପୋଷ୍ଟ କରୁଥିବା ଦେଖିବାକୁ ମିଳିଥାଏ । ଏଗୁଡିକ ମଧ୍ୟରୁ ଏଭଳି ପୋଷ୍ଟ ଥାଏ, ଯାହା ଭାଇରାଲ ମଧ୍ୟ ହୁଏ । ଏହି କ୍ରମରେ ଏକ ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ( Nitin Gadkari)ଙ୍କୁ ଗୋଟିଏ ଅନୁରୋଧ କରିଛନ୍ତି ଆନନ୍ଦ ।

ଆନନ୍ଦ ମହିନ୍ଦ୍ରାଙ୍କ ଟ୍ବିଟ କେଇ ସେକେଣ୍ଡ ମଧ୍ୟରେ ଭାଇରାଲ ହୋଇଯାଇଛି । ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ନିଜର ଟ୍ବିଟରେ ମନ୍ତ୍ରୀଙ୍କୁ ନୂଆ କରି ନିର୍ମାଣ ହେଉଥିବା ଗ୍ରାମାଞ୍ଚଳ ସଡକରେ ଗଛ ଲଗାଇବାକୁ ଅନୁରୋଧ କରିଛନ୍ତି ।

27 ଅଗଷ୍ଟରେ ଶିଳ୍ପପତି ମହିନ୍ଦ୍ରା ଏକ ଭିଡିଓ ସେୟାର କରିଥିଲେ । ଏଥିରେ ଗଛ ଦ୍ବାରା ଘେରେଇ ହୋଇ ରହିଥିବା ସୁନ୍ଦର ରାସ୍ତାର ଦୃଶ୍ୟ ରହିଛି । ସେ ଏହି କ୍ଲିପ ସେୟାର କରି ଏଭଳି ନୂଆ ଗ୍ରାମାଞ୍ଚଳ ସଡକରେ ଗଛ ଲଗାଇ ଏହାକୁ ଟନେଲର ରୂପ ଦେବାକୁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଅନୁରୋଧ କରିଛନ୍ତି ।

ଆନନ୍ଦ ମହିନ୍ଦ୍ରା ଟ୍ବିଟରେ ଲେଖିଛନ୍ତି ଯେ ତାଙ୍କୁ ଏହି ଟନେଲ ଅତ୍ୟନ୍ତ ପସନ୍ଦ । ହେଲେ ସତ କହିବାକୁଗଲେ ଭିଡିଓରେ ଦର୍ଶାଯାଇଥିବା ବୃକ୍ଷ ଆଚ୍ଛାଦିତ ଟନେଲ ଦେଇ ଯାତ୍ରା କରିବାକୁ ଅଧିକ ପସନ୍ଦ ହେବ ବୋଲି କହିଛନ୍ତି ଆନନ୍ଦ । ମହିନ୍ଦ୍ରା ଏହାକୁ Tree Tunnel ନାଁ ଦେଇଛନ୍ତି, ଯାହା ଗଛ ଓ ସୁଡଙ୍ଗ ଉଭୟ ଶବ୍ଦର ସମାହାର ।

କୃଷି ବିଦ୍ୟୁତ କ୍ଷେତ୍ରକୁ ନେଇ ବଡ ବୟାନ ଦେଲେ ଗଡକରୀ

ଆସନ୍ତା 5 ବର୍ଷରେ ରାସ୍ତାରୁ ଗାଏବ ହୋଇଯିବ ପେଟ୍ରୋଲ ଗାଡି !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)