News

ପ୍ରାଣୀ ସଂଖ୍ୟା ଗଣନା ଆଞ୍ଚଳିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସଫ୍ଟୱେର ବିଶେଷକରି ମୋବାଇଲ ଆପ୍ ଓ ଡ୍ୟାଶବୋର୍ଡ ଉପରେ ଏହି ତାଲିମ ଦିଆଯିବ ।

20 July, 2024 2:40 PM IST By: Tanushree Mahapatra

ସଫ୍ଟୱେର ଓ ପ୍ରାଣୀଙ୍କ କିସମ ଉପରେ ଏକବିଂଶତମ ଆଞ୍ଚଳିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତାକାଲି ପୁରୀରେ ଆୟୋଜିତ ହେବ । ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରର ରାଜ୍ୟ ଓ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀମାନେ ଏଠାରେ ପ୍ରଶିକ୍ଷଣ ନେବେ । ସଫ୍ଟୱେର ବିଶେଷକରି ମୋବାଇଲ ଆପ୍ ଓ ଡ୍ୟାଶବୋର୍ଡ ଉପରେ ଏହି ତାଲିମ ଦିଆଯିବ ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ କେନ୍ଦ୍ର ମତ୍ସ୍ୟପାଳନ, ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ.ପି. ସିଂ ବାଘେଲ ଦୀକ୍ଷାନ୍ତ ଅଭିଭାଷଣ ରଖିବେ । ସେହିପରି ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବେ ।

ଭାରତ ସରକାରଙ୍କ ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ସଚିବ ଅଳକା ଉପାଧ୍ୟାୟ, ଉପଦେଷ୍ଟା (ପରିସଂଖ୍ୟାନ) ଜଗତ ହଜାରିକା, ଆଇସିଏଆର-ଏନବିଏଜିଆର ନିର୍ଦ୍ଦେଶକ ଡକ୍ଟର ବି.ପି ମିଶ୍ର, ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀ ସମ୍ପଦ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାମାଶିଷ ହାଜରା ପ୍ରମୁଖ ଉପସ୍ଥିତ ରହିବେ ।

କାର୍ଯ୍ୟକ୍ରମରେ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର କ୍ଷେତ୍ରରେ ବିଭିନ୍ନ କିସମର ଗୃହପାଳିତ ପ୍ରାଣୀଙ୍କ ଗଣନା ସମ୍ପର୍କରେ ତାଲିମ ଦିଆଯିବ । ଗୃହପାଳିତ ପ୍ରାଣୀଙ୍କ ଗଣନାର କେତେକ ବୈଷୟିକ ଦିଗ ଏବଂ ମୋବାଇଲ ଆପ୍ ଓ ଡ୍ୟାଶବୋର୍ଡର ଉପଯୋଗ ସମ୍ପର୍କରେ ମଧ୍ୟ ତାଲିମ ଦିଆଯିବ।

ଅଧିକ ପଢ଼ନ୍ତୁ

୬ଷ୍ଠ ପ୍ରଫେସର ନିରଞ୍ଜନ ପଣ୍ଡା ସ୍ମାରକୀ ବକ୍ତୃତାମାଳା

ମାଲଦାଠାରେ ସଫଳ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)