News

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର, ୩% ବଢିଲା ମହଙ୍ଗା ଭତ୍ତା

ବର୍ତ୍ତମାନ ସମଗ୍ର ଭାରତବର୍ଷ ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ସୟରେ ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି । ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି ।

11 May, 2022 12:00 PM IST By: Sudesna Nayak

ବର୍ତ୍ତମାନ ସମଗ୍ର ଭାରତବର୍ଷ ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ସୟରେ ସରକାର କର୍ମଚାରୀ (Employees)ଏବଂ ପେନସନଭୋଗୀ (Pensioners)ଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି । ସରକାରୀ କର୍ମଚାରୀ (Government Employees) ଓ ପେନସନଭୋଗୀ (Pensioners)ଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀଠାରୁ ଏହା ଲାଗୁ ହେବ । ମଙ୍ଗଳବାର ଏନେଇ ସରକରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଅରୁଣାଚଳ ପ୍ରଦେଶ ସରକାର ଏହାର କର୍ମଚାରୀ ଏବଂ ପେନସନଭୋଗୀ (Pensioners)ଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି । ସୋମବାର ଅରୁଣାଚଳ ପ୍ରଦେଶ ଡେପୁଟି ସିଏମ୍ Chowna Mein ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ କହିଛନ୍ତି ଯେ, କର୍ମଚାରୀ (Employees) ଏବଂ ପେନସନଭୋଗୀ (Pensioners)ଙ୍କୁ ଏହି ମେ’ରୁ ସାଧାରଣ ମାସିକ ଦରମା ସହିତ ତିନି ପ୍ରତିଶତ ଅତିରିକ୍ତ DA (Dearness Allowance) ଏବଂ DR ପ୍ରଦାନ କରାଯିବ । ଚଳିତ ବର୍ଷ ଜାନୁଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ଏରିଏର ଭାବେ ମିଳିବ । ଡେପୁଟି ସିଏମ୍ Chowna Meinଙ୍କ ଅଧିନରେ ହିଁ ଅର୍ଥ, ଯୋଜନା ଏବଂ ବିନିଯୋଗ ବିଭାଗ ମଧ୍ୟ ଅଛି ।

ସେ ଟୁଇଟ୍ କରି କହିଛନ୍ତି ଯେ, ଚଳିତ ବର୍ଷ ଜାନୁଆରୀରୁ ଏପ୍ରିଲ୍ ପର୍ଯ୍ୟନ୍ତ ଚାରିମାସ ପାଇଁ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀ (Pensioners)ଙ୍କୁ ବକେୟା ଟଙ୍କା ନଗଦ ଆକାରରେ ପ୍ରଦାନ କରାଯିବ । ରାଜ୍ୟ ସରକାର DA ଏବଂ DR ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଇଥିବାରୁ ଡେପୁଟି ସିଏମ୍ ଖୁସି ଅଛନ୍ତି । ରାଜ୍ୟ ସରକାରୀ କର୍ମଚାରୀ (Government Employees)ଓ ପେନସନଭୋଗୀ (Pensioners)ଙ୍କୁ ଏଣିକି ୩୧% ବଦଳରେ ୩୪% DA ଏବଂ DR ମିଳିବ । ଏହା ଚଳିତ ବର୍ଷ ଜାନୁଆରୀରୁ ଆସନ୍ତା ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ଲାଗୁ ହେବ । ମେ ମାସର ଦରମାରେ ଅତିରିକ୍ତ ୩% ମହଙ୍ଗା ଭତ୍ତା ଯୋଡିହେବ ବୋଲି Chowna Mein ସୂଚନା ଦେଇଛନ୍ତି ।

ଗତ ୩୧ ମାର୍ଚ୍ଚ ୨୦୨୨ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA (Dearness Allowance)ରେ ୩% ବୃଦ୍ଧି କରିବାକୁ ଘୋଷଣା କରାଯାଇଥିଲା । ଯାହା ଚଳିତ ବର୍ଷ ଜାନୁୟାରୀରୁ କାର୍ଯ୍ୟକାରୀ ହେବ । ଆଉ କେନ୍ଦ୍ରର ବାଟରେ ଅରୁଣାଚଳ ସରକାର ଯାଇଛନ୍ତି । ଏହି ସମୟରେ, ଉପ-ମନ୍ତ୍ରୀ ସମସ୍ତ ସରକାରୀ ବିଭାଗର ମୁଖ୍ୟମାନଙ୍କୁ ଆସନ୍ତା ୩୧ ତାରିଖ ସୁଦ୍ଧା ନିଜ ନିଜ ବିଭାଗର ବିଚାରାଧୀନ ପେନସନ (Pension)ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ୩୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ସେବା କରିଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ସେମାନଙ୍କ ପେନସନ (Pension) ପାଇଁ ପୀଡିତ ହେବା ଉଚିତ୍ ନୁହେଁ ।

ପ୍ରକାଶ ଥାଉ ଯେ, ପେନସନ୍ (Pension)ସେଲ୍ ଖୋଲିବାକୁ ଏବଂ ପେନ୍‌ସନ୍‌ ସମସ୍ୟାର ସମାଧାନ ପାଇଁ ଅଭିଜ୍ଞ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଦିନ ମଧ୍ୟରେ ଅଡିଟ୍ ଏବଂ ପେନସନ୍ ନିର୍ଦ୍ଦେଶାଳୟକୁ ନୋଡାଲ୍ ଅଧିକାରୀଙ୍କ ନାମ ଅବଗତ କରାଇବା ଏବଂ ସମସ୍ତ ସରକାରୀ କର୍ମଚାରୀ ଏହି ମାସ ମଧ୍ୟରେ ସେମାନଙ୍କର ସର୍ଭିସ୍ ବୁକ୍ ଯାଞ୍ଚ ହେବା ନିଶ୍ଚିତ କରିବାକୁ ବିଭାଗୀୟ ମୁଖ୍ୟମାନଙ୍କୁ Chowna Mein ନିର୍ଦ୍ଦେଶ ଦେଇଛନ୍ତି ।

EPFO Latest Update:ଆଉ ରହିବନି ପେନସନର ଟେନସନ, EPFO ଆଣିଲା ନୂଆ ନିୟମ

ଖୁସି ଖବର; ଆଉ ରହିବନି ପେନସନର ଚିନ୍ତା,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)