News

କୃଷି ଆଇନ କୃଷକମାନଙ୍କ ପାଇଁ ମୃତ୍ୟୁର ପରୱାନା: ଅରବିନ୍ଦ କେଜରିୱାଲ

ବର୍ତ୍ତମାନ ଚାଲୁରହିଥିବା କୃଷକ ଆନ୍ଦୋଳନର କୃଷକମାନଙ୍କୁ ଉତ୍ସାହିତ କରିବାକୁ ଯାଇ ଆମ ଆଦମୀ ଦଳର ନେତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ଅରବିନ୍ଦ କେଜରିୱାଲ ଶାସକ ଦଳ ବିରୋଧରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି l କୃଷକ ନେତାମାନଙ୍କୁ ସାକ୍ଷାତ କରି ସେ ସରକାରଙ୍କର କୃଷି ଆଇନର ଘୋର ନିନ୍ଦା କରିଛନ୍ତି l

25 February, 2021 7:10 PM IST By: Sugyan Kumar Nayak

ବର୍ତ୍ତମାନ ଚାଲୁରହିଥିବା କୃଷକ ଆନ୍ଦୋଳନର କୃଷକମାନଙ୍କୁ ଉତ୍ସାହିତ କରିବାକୁ ଯାଇ ଆମ ଆଦମୀ ଦଳର ନେତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ଅରବିନ୍ଦ କେଜରିୱାଲ ଶାସକ ଦଳ ବିରୋଧରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି l କୃଷକ ନେତାମାନଙ୍କୁ ସାକ୍ଷାତ କରି ସେ ସରକାରଙ୍କର କୃଷି ଆଇନର ଘୋର ନିନ୍ଦା କରିଛନ୍ତି l

ରବିବାର ଦିନ ପଶ୍ଚିମ ଉତ୍ତର ପ୍ରଦେଶର କୃଷକ ନେତାମାନଙ୍କୁ ସାକ୍ଷାତ କରି ଶ୍ରୀଯୁକ୍ତ ଅରବିନ୍ଦ କେଜରିୱାଲ ଦାବି କରି କହିଛନ୍ତି ଯେ, କୃଷକମାନଙ୍କ ଉପରୁ କେନ୍ଦ୍ର ସରକାର ଏହି ପ୍ରକାର ଆଇନକୁ ଉଠାଇ ଦେବା ଦରକାର l ଏହି କୃଷି ଆଇନ କୃଷକମାନଙ୍କ ପାଇଁ ମୃତ୍ୟୁର ପରୱାନା ସାଜିଛି l ଏହି ନିୟମଗୁଡ଼ିକ ଲାଗୁ ହେବା ପରେ ସମସ୍ତ ଫସଲ ଶିଳ୍ପପତିମାନଙ୍କ ହାତକୁ ଚାଲିଯିବ ଏବଂ ଭାରତର କୃଷକମାନେ କେବଳ ଶ୍ରମିକ ଭାବରେ ବଞ୍ଚି ରହିବେ ବୋଲି ଶ୍ରୀଯୁକ୍ତ କେଜରିୱାଲ ମତବ୍ୟକ୍ତ କରିଛନ୍ତି l ଏହି କୃଷି ଆଇନଗୁଡ଼ିକ ସମ୍ପର୍କରେ ନିଜର ଅସନ୍ତୋଷ ବ୍ୟକ୍ତ କରି ସେ ଏଗୁଡ଼ିକୁ କଳା ଆଇନ ବୋଲି କହିଛନ୍ତି l

 କେନ୍ଦ୍ର ସରକାର ଏହି ଆଇନଗୁଡ଼ିକୁ ଉଚ୍ଛେଦ କରି କେନ୍ଦ୍ର ସରକାର ସ୍ଵାମୀନାଥନ କମିଶନର ଅନୁମୋଦନ ଅନୁସାରେ ୨୩ଗୋଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସମର୍ଥିତ ମୂଲ୍ୟ ନିର୍ଦ୍ଧାରଣ କରନ୍ତୁ ବୋଲି ଶ୍ରୀଯୁକ୍ତ କେଜରିୱାଲ କହିଛନ୍ତି l ଦିଲ୍ଲୀ ବିଧାନସଭା ପରିସରରେ ହୋଇଥିବା ବୈଠକରେ ୪୦ ରୁ ଅଧିକ କୃଷକ ନେତା ଅଂଶ ଗ୍ରହଣ କରିଥିଲେ l ଏମାନେ ସମସ୍ତେ ପଶ୍ଚିମ ଉତ୍ତର ପ୍ରଦେଶ ଅଞ୍ଚଳର ଅଟନ୍ତି l

କୃଷକ ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ କରିବା ଉଚିତ ଏବଂ ଉପଯୁକ୍ତ ଭାବରେ ଏହାର ସମାଧାନ କରିବା ଦରକାର l ସରକାର ଯଦି ଏହା ପ୍ରତି ଦୃଷ୍ଟି ନ ଦେବେ ତେବେ ଏହି ବିଷୟକୁ କିଏ ଦୃଷ୍ଟି ଦେବ ବୋଲି ସେ ପରୋକ୍ଷରେ ଯୁକ୍ତି ବାଢ଼ିଛନ୍ତି l 

ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନରେ ଆମ ଆଦମୀ ଦଳ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢ଼ୁଛି ବୋଲି ଦଳ ସୂତ୍ରରୁ ପ୍ରକାଶ l ଏହାକୁ ଦୃଷ୍ଟିରେ ରଖି ଫେବୃଆରୀ ୨୮ ତାରିଖରେ ଦଳ ପକ୍ଷରୁ ମିରଟ ଠାରେ ଏକ ବିଶାଳ ଜନସମାବେଶର ଆୟୋଜନ କରାଯାଇଛି l ଏହାର ନାମ 'କିଷାନ ମହାପଞ୍ଚାୟତ' ରଖାଯାଇଛି l ଏହି ବିଶାଳ ଜନସମାବେଶରେ ଶ୍ରୀ ଅରବିନ୍ଦ କେଜରିୱାଲ ଉପସ୍ଥିତ କୃଷକମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟସୂଚୀ ରହିଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)