News

ମହାରାଷ୍ଟ୍ର ଭୂଷଣ ପୁରସ୍କାରରେ ସମ୍ମାନିତ ହେବେ ଆଶା

ପ୍ରଶିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ‘ମହାରାଷ୍ଟ୍ର ଭୂଷଣ’ ଲାଗି ମନୋନୀତ କରାଯାଇଛି। ମହାରାଷ୍ଟ୍ର ସରକାର ଏହି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨୦୨୦ ବର୍ଷ ନିମନ୍ତେ ପୁରସ୍କାର ଲାଗି ଆଶାଙ୍କୁ ମନୋନୀତ କରିଛନ୍ତି।

08 December, 2022 2:00 PM IST By: Tanushree Mahapatra

ପ୍ରଶିଦ୍ଧ ଗାୟିକା ଆଶା ଭୋସଲେଙ୍କୁ  ( Asha bhosle ) ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ‘ମହାରାଷ୍ଟ୍ର ଭୂଷଣ’ ( Maharastra Bhusan ) ଲାଗି ମନୋନୀତ କରାଯାଇଛି। ମହାରାଷ୍ଟ୍ର ସରକାର ଏହି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨୦୨୦ ବର୍ଷ ନିମନ୍ତେ ପୁରସ୍କାର ଲାଗି ଆଶାଙ୍କୁ ମନୋନୀତ କରିଛନ୍ତି। ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ କୃତିକୁ ମାନ୍ୟତା ଦେବାକୁ ମହାରାଷ୍ଟ୍ର ସରକାର ୧୯୯୬ ମସିହାରେ ଏହି ପୁରସ୍କାରର ସ୍ଥାପନା କରିଥିଲେ।

ପୁରସ୍କାର ଭାବେ ନଗଦ ୧୦ଲକ୍ଷ ଟଙ୍କା, ସ୍ମୃତି ଫଳକ ଓ ମାନପତ୍ର ସହ ଆଶାଙ୍କୁ ସମ୍ବର୍ଦ୍ଧିତ କରାଯିବ। ୧୯୯୭ ମସିହାରେ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ଆଶାଙ୍କ ଭଉଣୀ ଲତା ମଙ୍ଗେସକର ଏହି ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ। ୨୦୨୦ ବର୍ଷ ଲାଗି ଏହି ପୁରସ୍କାର ନିମନ୍ତେ ମୋତେ ଚୟନ କରାଯାଇଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ଠାରୁ ଜାଣିବାକୁ ପାଇଥିବା ଆଶା କହିଛନ୍ତି। ଏଥିଲାଗି ତାଙ୍କୁ ଚୟନ କରାଯାଇଥିବାରୁ ମନୋନୟନ କମିଟିକୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ୮ ସେପ୍ଟେମ୍ବର ୧୯୩୩ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ । ଆଶା ଭୋସଲେ ପିଲାଦିନରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ। ଏହି କାରଣରୁ ସେ ୧୦ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ। ଆଶାଙ୍କୁ ୯ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା, ଏହାପରେ ଘରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା ।

ଏହି କାରଣରୁ ଆଶା ଭଉଣୀ ଲତା ମଙ୍ଗେଶକରଙ୍କ ସହ ସଙ୍ଗୀତ ଜଗତରେ ପାଦ ଦେଇଥିଲେ। ଆରମ୍ଭରୁ ଘରେ ସଙ୍ଗୀତର ପରିବେଶ ରହିଥିଲା କାରଣ ଆଶା ଭୋସଲେଙ୍କ ପିତା ଦିନାନାଥ ମଙ୍ଗେଶକର ଜଣେ ଜଣାଶୁଣା ଥିଏଟର କଳାକାର ତଥା ଶାସ୍ତ୍ରୀୟ ସଙ୍ଗାୀତ ଗାୟକ ଥିଲେ । ଆଶାଙ୍କ ୧୦ ବର୍ଷ ବୟସରେ ଆରମ୍ଭ ହୋଇଥିବା ସଙ୍ଗୀତ ଯାତ୍ରା ଐତିହାସିକ ଥିଲା। ସେ ପର୍ଯ୍ୟନ୍ତ ୧୨,୦୦୦ରୁ ଅଧିକ ଗୀତ ଗାଇଛନ୍ତି। ଆଶା ତାଇଙ୍କ ବ୍ୟକ୍ତିଗତ ଜୀବନ ଉତ୍ଥାନ-ପତନରେ ପରିପୂର୍ଣ୍ଣ ଥିଲା। ତାଙ୍କୁ ୧୬ ବର୍ଷ ହୋଇଥିବାବେଳେ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ନିଜ ଠାରୁ ୧୬ ବର୍ଷ ବଡ ଗଣପତି ରାଓ ଭୋସଲେଙ୍କୁ ବିବାହ କରିଥିଲେ। ଏହି ବିବାହ ମାତ୍ର ୧୧ ବର୍ଷ ଧରି ଚାଲିଥିଲା ଏବଂ ଉଭୟ ଅଲଗା ହୋଇଗଲେ।

୨୦ ବର୍ଷ ଏକୁଟିଆ ରହିବା ପରେ ଆଶା ଭୋସଲେ ଦ୍ୱିତୀୟ ଥର ପାଇଁ ଆରଡି ବର୍ମନଙ୍କୁ ବିବାହ କରିଥିଲେ। ଆରଡି ବର୍ମନ ଅର୍ଥାତ୍‌ ପଞ୍ଚମ ଦା’ ଆଶା ଜୀ ଠାରୁ ୬ ବର୍ଷ ସାନ ଥିଲେ। ଏହା ମଧ୍ୟ ପଞ୍ଚମ ଦାଙ୍କର ଦ୍ୱିତୀୟ ବିବାହ ଥିଲା। ଉଭୟ ନିଜ ବିବାହରେ ବହୁତ ଖୁସି ଥିଲେ କିନ୍ତୁ ୧୪ ବର୍ଷ ପରେ ପଞ୍ଚମ ଦା’ଙ୍କର ଦେହାନ୍ତ ହୋଇଥିଲା। ଖୁବ କମ ଲୋକ ଜାଣନ୍ତି ଯେ ତାଙ୍କ ଗୀତ କ୍ୟାରିଅର୍‌ ବ୍ୟତୀତ ଆଶା ତାଇ ଏକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମର ନାମ ଥିଲା ମାଇ ଥିଲା। ଏହା ୨୦୧୩ରେ ମୁକ୍ତିଲାଭ କରିଥିଲା।

ମେଲିଣ୍ଡା ଗେଟ୍ସଙ୍କୁ ଭେଟିଛନ୍ତି ନରେନ୍ଦ୍ର ସିଂ ତୋମାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)