News

ଆସାମ ବନ୍ୟା ବିପତ୍ତି : 22 ଜିଲ୍ଲାର 21 ଲକ୍ଷ ପ୍ରଭାବିତ

ଆସାମରେ ବନ୍ୟା ଯୋଗୁଁ 22 ଜିଲ୍ଲାର 21 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ସୂଚନା ଅନୁଯାୟୀସିଲଚରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି ।

28 June, 2022 10:36 AM IST By: Shuvanshu Kar

ଆସାମରେ ଧିରେ ଧିରେ ସୁଧୁରୁଛି ବନ୍ୟାସ୍ଥିତି(Assam floods) । ହେଲେ ବର୍ତ୍ତମାନସୁଦ୍ଧା ରାଜ୍ୟରେ 22 ଜିଲ୍ଲାର 21 ଲକ୍ଷ ଲୋକେ ପ୍ରଭାବିତ( flood affected) ହୋଇଛନ୍ତି । ସୂଚନା ଅନୁଯାୟୀ ସିଲଚରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି । ଏଠାରେ ଅନେକ ଅଞ୍ଚଳ ଏବେ ବି ପାଣି ଘେରରେ ଥିବା କୁହାଯାଉଛି ।

ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆସାମରେ ବନ୍ୟା( flood) ଯୋଗୁଁ ଏପର୍ଯ୍ୟନ୍ତ 126 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ ରବିବାର ବାରପେଟା, କଛାର, ଦରାଙ୍ଗ, କରିମଗଞ୍ଜ ସମେତ ମୋରିଗାଙ୍ଗର ବିଭିନ୍ନ ସ୍ଥାନରେ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ବାଲାଜୀ, ବକସା, ଧେମାରି, ଧୁବ୍ରି, ଗୋଲାଘାଟ, ନାଲବାଡି, ସୋନିତପୁର, ତମୁଲପୁର ଏବଂ ଅନ୍ୟାନ୍ୟ ଜିଲ୍ଲାର 22,21,500 ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ଅଧିକାରୀ କହିଛନ୍ତି ଯେ ଅଧିକାଂଶ ନଦୀର ଜଳ ସ୍ତର ହ୍ରାସ ପାଉଛି। ହେଲେ ନଗାଓଁରେ କୋପିଲି, କଛାର ବାରାକ, କୁଶିଆରା ଆଦି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏକ ସପ୍ତାହରୁ ଅଧିକ ସମୟ ଧରି ସିଲଚର ସହର ଜଳମଗ୍ନ ହୋଇପଡିଥିବାରୁ ଭାରତୀୟ ବାୟୁସେନା ହେଲିକପ୍ଟରଗୁଡ଼ିକ ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଜରୁରୀ ରିଲିଫ ପହଞ୍ଚାଉଛନ୍ତି ।

ରାଜ୍ୟର ପରିବହନ ମନ୍ତ୍ରୀ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ ଢୋଲଇର ବୋରଜାଲେଙ୍ଗା ଏବଂ ନରସିଂହପୁର ବ୍ଲକ ପରିଦର୍ଶନ କରି ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ ସାମଗ୍ରୀର ବଣ୍ଟନ ସମୀକ୍ଷା କରିଛନ୍ତି।

Assam Flood: ଚାଷ ଜମିରେ ବ୍ୟାପକ କ୍ଷତି, 42 ଲକ୍ଷ ବାସହରା

ଆସାମରେ ବନ୍ୟା ବନ୍ୟା ବିତ୍ପାତ, ପାଣିରେ ଘେରରେ 40 ହଜାର ହେକ୍ଟର ଚାଷ ଜମି

ବର୍ତ୍ତମାନର ରାଜ୍ୟରେ ବନ୍ୟା ପରିସ୍ଥିତି କାରଣରୁ 2,254 ଟି ଗାଁ ପ୍ରଭାବିତ କରିଥିବାବେଳେ 1,91,194 ଜଣ ଲୋକ 538 ଟି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ଏନେଇ ASDMA ବୁଲେଟିନରେ କୁହାଯାଇଛି। ବନ୍ୟା ଜଳ 79 ଟି ରାସ୍ତା ଏବଂ ପାଞ୍ଚଟି ପୋଲ ଧୋଇ ନେଇଛି । ସେହିପରି 6ଟି ବନ୍ଧ ଭାଙ୍ଗିଯାଇଛି । ଅନ୍ୟପକ୍ଷେ 74,655.89 ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)