News

ଛାତିଥରା ଘଟଣା ! ଟ୍ରକରୁ ମିଳିଲା 46 ମୃତଦେହ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟ୍ରକରୁ ପ୍ରାୟ 46 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଟେକ୍ସାସର ସେନ ଆଣ୍ଟୋନିଓରେ ଟ୍ରକ ଭିତରୁ ଏତେ ସଂଖ୍ୟାରେ ମୃତଦେହ ମିଳିବା ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

28 June, 2022 5:24 PM IST By: Shuvanshu Kar

ଆମେରିକାର ଟେକ୍ସାସରୁ ସାମ୍ନାକୁ ଆସିଛି ଛାତିଥରା ଘଟଣା(Heart break incident) । ସେନ ଏଣ୍ଟୋନିୟୋ(San Antonio) ସହରରେ ଘଟିଛି ବଡ ଅଘଟଣ । ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ଏକ ଟ୍ରକ୍ ଭିତରେ 46 ଜଣଙ୍କର ମୃତ୍ୟୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟ୍ରକରୁ ପ୍ରାୟ 46 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଟେକ୍ସାସର ସେନ ଆଣ୍ଟୋନିଓରେ ଟ୍ରକ ଭିତରୁ ଏତେ ସଂଖ୍ୟାରେ ମୃତଦେହ ମିଳିବା ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଟ୍ରକ ଭିତରେ 46 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଟ୍ରକଟି ସହରର ଦକ୍ଷିଣ ସୀମାବର୍ତ୍ତୀ ରେଳବାଇ ଟ୍ରାକ୍ ନିକଟରୁ ଏକ ଦୁର୍ଗମ ଅଞ୍ଚଳରେ ଦେଖିବାକୁ ମିଳିଛି । ଅନ୍ୟମାନଙ୍କୁ ବିଭିନ୍ନ ପରିସ୍ଥିତିରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି । ଘଟଣାସ୍ଥଳରେ ଅନେକ ପୋଲିସ ଗାଡି ଏବଂ ଦମକଳ (San Antonio Fire Depratment) ଏବଂ ଆମ୍ବୁଲାନ୍ସ ଉପସ୍ଥିତ ଅଛି । ସୂଚନା ଅନୁଯାୟୀ, ଆମେରିକାରେ ବେଆଇନ ଭାବେ ପ୍ରବେଶ କରିବାକୁ ନେଇ ଏଭଳି ଘଟଣା ଘଟିଥଇବା କୁହାଯାଉଛି । ଟ୍ରକରୁ ଯେଉଁମାନଙ୍କ ମୃତଦେହ ମିଳିଛି ​​ସେମାନେ ସମସ୍ତେ ପ୍ରବାସୀ ।

ବର୍ତ୍ତମାନ ସୁଦ୍ଧା କିଭଳି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ । ସେନ ଆଣ୍ଟୋନିଓ ପୋଲିସ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ । ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଫଟୋଗୁଡ଼ିକରେ ଏକ ବଡ଼ ଟ୍ରକ ଚାରିପାଖରେ ପୋଲିସ ଗାଡି ଏବଂ ଆମ୍ବୁଲାନ୍ସ ଦେଖାଯାଇଛି । ମେକ୍ସିକୋ ସୀମାଠାରୁ ପ୍ରାୟ 160 ମାଇଲ ଦୂରରେ ଥିବା ସେନ ଆଣ୍ଟୋନିଓରେ ତାପମାତ୍ରା ପ୍ରାୟ 103 ଡିଗ୍ରୀ ଫାରେନ୍ହାଇଟ୍ (39.4 ଡିଗ୍ରୀ ସେଲସିୟସ୍) ରେ ପହଞ୍ଚିଛି ।

ଭୟଙ୍କର ସଡକ ଦୁର୍ଘଟଣାରେ 22 ଛାତ୍ରଛାତ୍ରୀ ଆହତ

ଆସାମ ବନ୍ୟା ବିପତ୍ତି : 22 ଜିଲ୍ଲାର 21 ଲକ୍ଷ ପ୍ରଭାବିତ

ସେନ ଆଣ୍ଟୋନିଓ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସୋମବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା 16 ଜଣ ବ୍ୟକ୍ତି ଅଂଶୁଘାତର ଶିକାର ହୋଇଥିଲେ । ତେବେ ସମସ୍ତେ ଏକ ବନ୍ଦ ଟ୍ରକ୍ ଭିତରେ ବସିଥିଲେ ଏବଂ ପ୍ରବଳ ଉତ୍ତାପ ହେତୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ ଅନେକ ଲୋକ ପ୍ରାଣ ହରାଇଥିବା କୁହାଯାଉଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)