News

Bank Holidays:ଏହି ଦିନ ସବୁ ଛୁଟି ରହିବ ବ୍ୟାଙ୍କ ; ବନ୍ଦ ରହିବ କାମ,ଜାଣନ୍ତୁ...

ବର୍ଷର ଦ୍ୱିତୀୟ ମାସରେ ଅର୍ଥାତ୍ ଫେବୃଆରୀରେ ୧୨ ଦିନ ବ୍ୟାଙ୍କ ଛୁଟି ହେବ । ଫେବୃଆରୀର ଏହି ଛୁଟିଦିନରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାରର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ ।

22 February, 2022 3:26 PM IST By: Sudesna Nayak

ବର୍ଷର ଦ୍ୱିତୀୟ ମାସରେ ଅର୍ଥାତ୍ ଫେବୃଆରୀରେ ୧୨ ଦିନ ବ୍ୟାଙ୍କ ଛୁଟି ହେବ । ଫେବୃଆରୀ (February)ର ଏହି ଛୁଟିଦିନରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର (Sunday)ର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇ (Reserve Bank Of India)ଦ୍ୱାରା ପ୍ରକାଶିତ ଛୁଟିଦିନର ତାଲିକା ଅନୁଯାୟୀ, ଜାତୀୟ ଛୁଟିଦିନରେ ବ୍ୟାଙ୍କଗୁଡ଼ିକ ସମଗ୍ର ଭାରତରେ ବନ୍ଦ ଥିବାବେଳେ ଆଞ୍ଚଳିକ ଛୁଟିଦିନ ଯୋଗୁଁ କେତେକ ରାଜ୍ୟରେ ବ୍ୟାଙ୍କ ଶାଖା ବନ୍ଦ ରହିବ ।

ଏହି ଛୁଟିଦିନଗୁଡ଼ିକ ବିଭିନ୍ନ ରାଜ୍ୟରେ ଲାଗୁ ହୋଇଛି । ଏହି ସମସ୍ତ ଛୁଟି ଏକକାଳୀନ ସମସ୍ତ ରାଜ୍ୟରେ ପ୍ରଯୁଜ୍ୟ ହେବ ନାହିଁ। ଏଥି ସହିତ, ଆରବିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ରବିବାର ବ୍ୟତୀତ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିଛି ।

୨୩-୨୪ ଫେବୃଆରୀ ପରିବର୍ତ୍ତେ ମାର୍ଚ୍ଚରେ ଷ୍ଟ୍ରାଇକ୍ ଅନୁଷ୍ଠିତ ହେବ ।

ସରକାରଙ୍କ ନୀତି ବିରୁଦ୍ଧରେ ୨୩ ଏବଂ ୨୪ ଫେବୃଆରୀରେ ଦେଶବ୍ୟାପୀ କେନ୍ଦ୍ରୀୟ ଟ୍ରେଡ ୟୁନିଅନମାନେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲେ । ସେହି ଦିନ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଧର୍ମଘଟ କରିବାକୁ ଯାଉଥିଲେ । କିନ୍ତୁ CITU ସୂଚନା ଦେଇଛି ଯେ ବର୍ତ୍ତମାନ ଏହି ଧର୍ମଘଟ ୨୩ ଏବଂ ୨୪ ଫେବୃଆରୀ ପରିବର୍ତ୍ତେ ମାର୍ଚ୍ଚରେ ହେବ । ଏହା ସହିତ ବ୍ୟାଙ୍କ କର୍ମଚାରୀ ଫେଡେରେସନ୍ ଅଫ୍ ଇଣ୍ଡିଆ (BEFI) ମଧ୍ୟ ଷ୍ଟ୍ରାଇକ୍ ତାରିଖକୁ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ଛୁଟିଦିନ ତାଲିକା,ଜାଣନ୍ତୁ...

ଫେବୃଆରୀ ୧୫:  ମହମ୍ମଦ ହଜରତ ଅଲି / ଲୁଇ ନାଗାଇ ନିଙ୍କ ଜନ୍ମଦିନ ହେତୁ ଇମ୍ଫାଲ, କାନପୁରରେ ବ୍ୟାଙ୍କ ଶାଖା ବନ୍ଦ ରହିବ ।

ଫେବୃଆରୀ ୧୬: ଗୁରୁ ରବିଦାସ ଜୟନ୍ତୀ ସେହି ଦିନ ପଡ଼େ । ଚଣ୍ଡିଗଡ଼ରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।

ଫେବୃଆରୀ ୧୮: କୋଲକାତାର ବ୍ୟାଙ୍କ ଶାଖାଗୁଡ଼ିକ ଡୋଲ ଯାତ୍ରା କାରଣରୁ ବନ୍ଦ ରହିବ ।

ଫେବୃଆରୀ ୧୯: ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ ହେତୁ ବେଲାପୁର, ମୁମ୍ବାଇ ଏବଂ ନାଗପୁରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଫେବୃଆରୀ ୨୦: ରବିବାର (Sunday)

ଫେବୃଆରୀ ୨୬: ମାସର ଚତୁର୍ଥ ଶନିବାର

ଫେବୃଆରୀ ୨୭: ରବିବାର (Sunday)

SBI ଆଲର୍ଟ ; ଏହି ତାରିଖ ସୁଦ୍ଧା ସାରି ନିଅନ୍ତୁ ଏହି ଜରୁରୀ କାମ, ନଚେତ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା

SBI Changes Rule: ୧ ଫେବୃଆରୀରୁ ବଦଳିବ ନୂଆ ନିୟମ ; ସମସ୍ତ ଗ୍ରାହକଙ୍କ ଉପରେ ପଡ଼ିବ ପ୍ରଭାବ,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)