News

ଜାଣନ୍ତୁ ଶୀତ ଦିନରେ ଶାଗର ଉପକାରିତା

ଶୀତ ଋତୁ ଆସିଲେ ଶାଗ ଖାଇବାର ମଜା ସତରେ ଖୁବ୍ ନିଆରା । ଶୀତ ଋତୁ ଆସିବା କ୍ଷଣି ବଜାରରେ ଜମିଥାଏ ବିଭିନ୍ନ ପ୍ରକାରର ଶାଗର ଆସର । ପାଳଙ୍ଗ, ମେଥି, ଶୁନୁଶୁନିଆ, ଖଡ଼ା ଶାଗ, ମୂଳା ଶାଗ ଏମିତି କେତେ ପ୍ରକାରର ଶାଗ ବଜାରରେ ମିଳିଥାଏ । ଶୀତ ଦିନେ ଶାଗ ପାଟିକୁ ମଧ୍ୟ ଖୁବ ସୁଆଦିଆ ଲାଗେ ।

24 December, 2022 3:45 PM IST By: Priyambada Rana

ଶୀତ ଋତୁ(winter season) ଆସିଲେ ଶାଗ(saag) ଖାଇବାର ମଜା ସତରେ ଖୁବ୍ ନିଆରା । ଶୀତ ଋତୁ ଆସିବା କ୍ଷଣି ବଜାରରେ ଜମିଥାଏ ବିଭିନ୍ନ ପ୍ରକାରର ଶାଗର ଆସର । ପାଳଙ୍ଗ(palag saag), ମେଥି, ଶୁନୁଶୁନିଆ, ଖଡ଼ା ଶାଗ, ମୂଳା ଶାଗ ଏମିତି କେତେ ପ୍ରକାରର ଶାଗ ବଜାରରେ ମିଳିଥାଏ । ଶୀତ ଦିନେ ଶାଗ ପାଟିକୁ ମଧ୍ୟ ଖୁବ ସୁଆଦିଆ ଲାଗେ । ତେବେ ବିଭିନ୍ନ ପ୍ରକାର ଶାଗର ସ୍ୱାଦ ସହ ତ ଆପଣ ସମସ୍ତେ ପରିଚିତ ଥିବେ ହେଲେ କେଉଁ ଶାଗକୁ ଖାଇଲେ ଆମକୁ କେଉଁ ପ୍ରକାରର ଲାଭ ମିଳିଥାଏ ତାହା ଆପଣ ଜାଣିଛନ୍ତି କି?

ରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ପନିପରିବା ମଧ୍ୟରେ ଶାଗର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଶୀତଦିନେ ମିଳୁଥିବା ମୂଳା ପନିପରିବା, ସାଲାଡ ଏବଂ ସୁପ୍ ଇତ୍ୟାଦିରେ ବ୍ୟବହାର କରାଯାଏ । କିନ୍ତୁ ମୂଳା ସହିତ ଏହାର ପତ୍ର ମଧ୍ୟ ଅନେକ ରୋଗରୁ ରକ୍ଷା କରିବାରେ ଆମକୁ ସାହାଯ୍ୟ କରିଥାଏ । ମୂଳା ଶାଗ: ମୂଳା ପତ୍ର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମୂଳା ପତ୍ରରେ ଲୌହ, କ୍ୟାଲସିୟମ୍(Calcium), ଭିଟାମିନ୍ ସି(Vitamin-C) ଏବଂ ଫସଫରସ୍ ଭରପୂର ମାତ୍ରାରେ ରହିଛି। ମଧୁମେହ ରୋଗୀମାନେ ସାଲାଡ ଆକାରରେ ମୂଳା ପତ୍ର ଖାଇପାରିବେ । ଏହା ବ୍ୟତୀତ ଖାଲି ପେଟରେ ମୂଳା ପତ୍ରର ରସ ପିଇବା ମଧ୍ୟ ଲାଭଦାୟକ ।ମୂଳା ପତ୍ରକୁ ଭାଜି ଅଳ୍ପ ଲୁଣ ପକାଇ ଖାଇପାରିବେ। ପତ୍ର ବ୍ୟତୀତ ମୂଳାକୁ ସାଲାଡ ଆକାରରେ ମଧ୍ୟ ଖାଇ ପାରିବେ ।ମଧୁମେହ(diabetes) ରୋଗୀ କାକୁଡି-ମୂଳା ସାଲାଡ୍ କିମ୍ବା ରସ ଆକାରରେ ଖାଇପାରିବେ । ଏହାଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ।

 

ମେଥି ଶାଗ: ଶାଗକୁ ଭାଜି ନଚେତ୍ ମେଥି ଶାଗର ରୁଟି ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ। ଭିଟାମିନ୍ ସି, ଫାଇବର୍, ପ୍ରୋଟିନ୍, ଲୌହ, ମ୍ୟାଗ୍ନେସିୟମ୍, ଜିଙ୍କ୍, କପର୍, ଫଲିକ୍ ଏସିଡ୍ ଇତ୍ୟାଦି ତତ୍ତ୍ୱ ମେଥି ଶାଗରେ ଥିବାବେଳେ ମଧୁମେହ ରୋଗୀଙ୍କ ପାଇଁ ଏହା ଶରୀର ପାଇଁ ଏକ ଔଷଧ ଭଳି କାମ କରିଥାଏ। ପେଟ ସମସ୍ୟା ଉପୁଜୁଥିଲେ କିମ୍ବା ଖାଦ୍ୟ ବଦ୍‌ହଜମ ହେଉଥିଲେ, ଏଇ ଶାଗ ଖାଇବା ଦ୍ୱାରା ଉପଶମ ମିଳିଥାଏ ବୋଲି ବିଶେଷଜ୍ଞଙ୍କମାନେ ମତ ଦେଇଛନ୍ତି ।

ପଞ୍ଜାବରେ ଶୀତଦିନରେ ମକ୍କା ରୁଟି  ଓ ସୋରିଷ ଶାଗ ଖୁବ ପ୍ରସିଦ୍ଧ ।ସୁଆଦିଆ ଏଇ ସୋରିଷ ଶାଗ ଆମ ଦୃଷ୍ଟି ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ସୋରିଷ ଶାଗରେ ଭିଟାମିନ୍ ଏ, ବି-୧୨, ସି, ଫାଇବର୍, ଲୌହ ଭରପୂର ମାତ୍ରାରେ ରହିଥାଏ । ଯାହା କି ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥଆଏ। ନିୟମିତ ଏଇ ଶାଗ ଖାଇଲେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହୁଥିବାର ଅନୁଧ୍ୟାନ କରାଯାଇଛି ।

ସେହିପରି ପାଳଙ୍ଗ ଶାଗରେ ଥିବା ପୋଷକ ତତ୍ତ୍ୱ ଶରୀରରେ ନୂତନ କୋଷିକା ବା ସେଲ ତିଆରି କରିଥାଏ। ଏଥିରେ ଫାଇବର , ଆଣ୍ଟି ଅକ୍ସିଡ଼ାଣ୍ଟ, ଭିଟାମିନ ସି , ଆଇରନ ରହିଛି। ଯାହା ଆମ ଶରୀରକୁ ସୁସ୍ଥ ।ଶୀତ ଋତୁରେ କେଶଝଡ଼ା ସମସ୍ୟା ସବୁଠୁ ଅଧିକ, ପାଳଙ୍ଗ ଶାଗର ପୋଷକତତ୍ତ୍ୱ କେଶର ଘନତ୍ୱ ବୃଦ୍ଧିରେ ସହାୟକ ହୋଇଥାଏ। ଫାଇବର୍, ପ୍ରୋଟିନ୍ ଭରପୂର ଏହି ଶାଗ ଖାଇଲେ ଶରୀରକୁ ଶକ୍ତି ମଧ୍ୟ ମିଳେ।
ସେହିପରି ଲେଉଟିଆ, ବ୍ରାହ୍ମୀ, ଶୁନଶୁନିଆ ଇତ୍ୟାଦି ଯେ କୌଣସି ପ୍ରକାରର ଶାଗ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ବିଶେଷ କରି ଶୀତ ଋତୁରେ ପରିବେଶରେ ଶରୀରକୁ ଏସବୁ ଶାଗ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)