News

ପ୍ରବାସୀ ଭାରତୀୟଙ୍କ ପାଇଁ ଖୋଲିବ ଭାରତ ବିଲ ପେମେଣ୍ଟ ସିଷ୍ଟମ

ମାନକୀକୃତ ବିଲ ପଇଠ ପାଇଁ ଭାରତ ବିଲ ପେମେଣ୍ଟ ସିଷ୍ଟମ (BBPS) ଏକ ଇଣ୍ଟରଅପରେବଲ (ଆନ୍ତଃପରିଚାଳନାଯୋଗ୍ୟ) ପ୍ଲାଟଫର୍ମ । ଏଣିକି ବିଦେଶରୁ ହେଉଥିବା ବିଲ ପରିଶୋଧ ଏହି ବ୍ୟବସ୍ଥାରେ ଗ୍ରହଣଯୋଗ୍ୟ ହୋଇପାରିବ ।

05 August, 2022 5:30 PM IST By: Shuvanshu Kar

ପ୍ରବାସୀ ଭାରତୀୟ(NRIs)ଙ୍କ ପାଇଁ ଖୋଲିବାକୁ ଯାଉଛି ଭାରତ ବିଲ ପେମେଣ୍ଟ ସିଷ୍ଟମ Bharat Bill Payment System (BBPS) । ମାନକୀକୃତ ବିଲ ପଇଠ ପାଇଁ ଭାରତ ବିଲ ପେମେଣ୍ଟ ସିଷ୍ଟମ (BBPS) ଏକ ଇଣ୍ଟରଅପରେବଲ (ଆନ୍ତଃପରିଚାଳନାଯୋଗ୍ୟ) ପ୍ଲାଟଫର୍ମ । ଏଣିକି ବିଦେଶରୁ ହେଉଥିବା ବିଲ ପରିଶୋଧ ଏହି ବ୍ୟବସ୍ଥାରେ ଗ୍ରହଣଯୋଗ୍ୟ ହୋଇପାରିବ ।

ଏହି ବ୍ୟବସ୍ଥାକୁ ବ୍ୟବହାର କରି ବିଦେଶରେ ଥିବା ପ୍ରବାସୀ ଭାରତୀୟମାନେ ଭାରତରେ ଥିବା ସେମାନଙ୍କ ପରିବାର ଲୋକଙ୍କ ପକ୍ଷରୁ ଉପଯୋଗିତା (ୟୁଟିଲିଟୀ), ଶିକ୍ଷା ଏବଂ ଏପରି ଅନ୍ୟ ସେବା ପାଇଁ ବିଲ୍‌ ପଇଠ କରିପାରିବେ । ବରିଷ୍ଠ ନାଗରିକମାନଙ୍କୁ ଏହା ବିଶେଷ ଭାବେ ସହାୟକ ହୋଇପାରିବ ।

ସେହିପରି ଆରବିଆଇଓଏସକୁ ଯୋଜନାକୁ ଅଧିକ ବିସ୍ତାରିତ କରିବା ଲାଗି, ଋଣ ସୂଚନା କମ୍ପାନୀ (ସିଆଇସି)ମାନଙ୍କୁ ଆରବି-ଆଇଓଏସ ବ୍ୟବସ୍ଥା ମଧ୍ୟକୁ ଅଣାଯାଉଛି । ଏଥିସହିତ, ଋଣ ସୂଚନା କମ୍ପାନୀମାନଙ୍କ ବିରୋଧରେ ରହିଥିବା ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଆମକୁ ଏକ ମାଗଣା ବିକଳ୍ପ ବ୍ୟବସ୍ଥା ମିଳିପାରିବ ।

ଏହି କମ୍ପାନୀମାନଙ୍କର ଏକ ନିଜସ୍ବ ଅନ୍ତରୀଣ ଲୋକପାଳ (ଆଇଓ) ବ୍ୟବସ୍ଥା ରହିବ । ଏହା ସିଆଇସିମାନଙ୍କ ଅନ୍ତରୀଣ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସୁଦୃଢ଼ କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷେ ସୁଧ ଦର ଡେରିଭେଟିଭସ୍‌ର ବିକାଶ ଏବଂ ଉପଯୋଗ ସହ ଜଡ଼ିତ ପ୍ରସଙ୍ଗର ଗଭୀର ଅନୁଧ୍ୟାନ ଲାଗି ଏକ ସମିତି ଗଠନ କରିବା ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ଏଥିରେ ମୁମ୍ବାଇ ଆନ୍ତଃବ୍ୟାଙ୍କ ପ୍ରତ୍ୟକ୍ଷ ଦର (ମୁମ୍ବାଇ ଇଣ୍ଟରବ୍ୟାଙ୍କ ଆଉଟରାଇଟ୍‌ ରେଟ୍‌) ପାଇଁ ଏକ ବିକଳ୍ପ ବେଞ୍ଚମାର୍କକୁ ପରିବର୍ତ୍ତିତ ହେବାର ଆବଶ୍ୟକତା ସାମିଲ ରହିଛି । ଏହି ସମିତି ଭବିଷ୍ୟତର ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେବ । ବିକଳ୍ପ ବେଞ୍ଚମାର୍କ ଦର ବିକଶିତ କରିବା ଲାଗି ସାମ୍ପ୍ରତିକ ଅନ୍ତର୍ଜାତୀୟ ପ୍ରୟାସକୁ ଦୃଷ୍ଟିରେ ରଖି ଏହି ଅଧ୍ୟୟନ କରାଯାଉଛି ।

NPAs: କୃଷି ଋୁଣ 15% ବୃଦ୍ଧି

Repo Rate hike: ଆଉ 50 ବେସିସ ପଏଣ୍ଟ ରେପୋ ଦର ବଢାଇଲା RBI

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)