News

ଡକ୍ଟର ଏମଏସ ସ୍ବାମୀନାଥନଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ

ଭାରତୀୟ କୃଷିରେ ନୂଆ ପରିବର୍ତ୍ତନ ତଥା ଦେଶର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବାରେ ଡ. ଏମଏସ ସ୍ୱାମୀନାଥନଙ୍କ ମହତ୍ୱପୂର୍ଣ୍ଣ ଭୂମିକାକୁ ସରକାର ସ୍ୱୀକାର କରିଛନ୍ତି ।

09 February, 2024 2:59 PM IST By: Tanushree Mahapatra

ଚଷଜଗତକୁ ଯିଏ ନୂଆ ରୂପ ନୂଆ ପରିଚୟ ଦେଇଛନ୍ତି ଯାହାଙ୍କୁ ସବୁଜ ବିପ୍ଳବର ପିତା କୁହାଯାଏ ତାଙ୍କୁ ମିଳିବ ଭାରତ ରତ୍ନ l ଭାରତ ସରକାରଙ୍କ ପକ୍ଷରୁ ଶୁକ୍ରବାର ଅର୍ଥାତ ଅଜି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ ବିଷୟରେ ଘୋଷଣା କରାଯାଇଛି । ବିଭିନ୍ନ କ୍ଷେତ୍ରରେ ଦେଶ ପାଇଁ ନିଜର ଅବିସ୍ମରଣୀୟ ଅବଦାନ ଦେଇଥିବା ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତକରାଯିବ ।

ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇଁ ୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଚୟନ କରିଛନ୍ତି ଭାରତ ସରକାର । ଅଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂହ ଓ ଡକ୍ଟର ଏମଏସ ସ୍ବାମୀନାଥନଙ୍କ ନାମ ଭାରତ ରତ୍ନ ପାଇଁ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଜି ନିଜ ‘ଏକ୍ସ’ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ଡକ୍ଟର ଏମଏସ ସ୍ବାମୀ ନାଥନଙ୍କୁ ବି ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ସେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଦେଶରେ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାରେ ଏମ୍‌ଏସ୍‌ ସ୍ବାମୀନାଥନଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଭାରତୀୟ କୃଷିକୁ ଆଧୁନିକୀକରଣ ଦିଗରେ ଏକ ଉଲ୍ଲେଖନୀୟ ଉଦ୍ୟମ କରିଥିଲେ ସେ । କୃଷି ବିପ୍ଳବର ଜଣେ ଅଗ୍ରଦୂତ ହେଉଛନ୍ତି ଏମଏସ ସ୍ୱାମୀନାଥନ । ଭାରତୀୟ କୃଷିରେ ନୂଆ ପରିବର୍ତ୍ତନ ତଥା ଦେଶର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବାରେ ଡ. ଏମଏସ ସ୍ୱାମୀନାଥନଙ୍କ ମହତ୍ୱପୂର୍ଣ୍ଣ ଭୂମିକାକୁ ସରକାର ସ୍ୱୀକାର କରିଛନ୍ତି । ଏହି ପୁରସ୍କାର ପ୍ରଦାନ ଘୋଷଣା ପରେ ସମସ୍ତେ ନିଜର ଖୁସି ପ୍ରକାଶ କରିଛନ୍ତି l

ଭାରତରେ ସବୁଜ ବିପ୍ଳବର ପିତା ଭାବରେ ଜଣାଶୁଣା, କୃଷି ଆଧୁନିକୀକରଣରେ ଏମଏସ ସ୍ୱାମୀନାଥନଙ୍କ ଉଦ୍ୟମ ଅତି ଜଟିଳ ଥିଲା l ସେହି ସମୟରେ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ ।

ବିଦ୍ୟାର୍ଥୀଙ୍କ ମଧ୍ୟରେ ଗବେଷଣା ଏବଂ ଶିକ୍ଷଣକୁ ଉତ୍ସାହିତ କରିବାରେ ଜଣେ ଅଭିନବ ଭାବେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ବ୍ୟକ୍ତିଗତ ଭାବେ ଏମଏସ ସ୍ୱାମୀନାଥନଙ୍କ ଠାରୁ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରୁ ଅନେକ ଶିକ୍ଷା ପାଇଛନ୍ତି । ତାଙ୍କ ବଳିଷ୍ଠ ଚେଷ୍ଟାରେ ସେ ଅଜି ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)