News

ଭୁବନେଶ୍ୱର ରେ ୨୦୩୨ ଅଲମ୍ପିକ

ଭୁବନେଶ୍ୱର ରେ ୨୦୩୨ ଅଲମ୍ପିକ

15 June, 2019 2:02 PM IST By: KJ Staff

ଓଡିଶା ରାଜଧାନୀ ଭୁବନେଶ୍ୱର ଏବେ କ୍ରୀଡା ର ସ୍ଥଳୀ କହିଲେ ଭୁଲ ହେବ ନାହିଁ |ଯଦି ଭାରତ ରେ ବିଶ୍ୱ ର ସର୍ବ ବୃହତ କ୍ରୀଡା ପ୍ରତିଯୋଗିତା ହୁଏ ,ତେବେ ଭୁବନେଶ୍ୱର ନିଶ୍ଚିନ୍ତ ଭାବେ ଶାମ୍ଭବୀୟ ସହର ମାନଙ୍କ ତାଲିକା ରେ ସ୍ଥାନ ପାଇବ|ଏହା କହିଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନ ର ସଭାପତି ,ନରିନ୍ଦର ବ୍ରାତା|

ବ୍ରାତା ଙ୍କ ଅନୁସାରେ ୨୦୩୨ ଗ୍ରୀଷ୍ମ କାଳୀନ ଅଲମ୍ପିକସ ଆୟୋଜନ କରିବାକୁ ଦାବି ଉପସ୍ଥାପନା ଲାଗି ମନସ୍ତ କରିସାରିଛି |ଗଣମାଧ୍ୟମକୁ ନରିନ୍ଦର ବ୍ରାତା କହିଛନ୍ତି ,୨୦୩୨ ଅଲମ୍ପିକ୍ସ ର ଆୟୋଜକ ସହର ଘୋଷଣା କରିବା ପାଇଁ ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ଏବେ ସମ୍ଭାବ୍ୟ ସହର ମଧ୍ୟରେ ଦିଲ୍ଲୀ ମୁମ୍ବାଇ ସହ ଭୁବନେଶ୍ୱର କୁ ରଖାଯାଇଛି |ନିକଟରେ ଭୁବନେଶ୍ୱର ରେଏହିପରି ଅନ୍ତର୍ଜାତୀୟ କ୍ରୀଡା ଟୁର୍ନାମେଣ୍ଟ ସଫଳତା ସହ ଆୟୋଜିତ ହୋଇଛି ପ୍ରମୁଖ ୨୦୧୮ ହକି ବିଶ୍ୱକପ ,୨୦୧୬ ରେ ଏସୀୟ ଆଥଲେଟିକ ଚାମ୍ପିଅନସିପ | ଏସବୁ ପ୍ରତିଯୋଗିତା ହେତୁ ଭୁବନେଶ୍ୱର କୁ ସମ୍ଭାବ୍ୟ ସହର ତାଲିକା ରେ ରଖାଯାଇଛି |

ଅଲମ୍ପିକ ଆୟୋଜକ ସହର ହେବ ଲାଗି ଆବଶ୍ୟକ ସର୍ତ୍ତ ମଧ୍ୟରୁ ପ୍ରମୁଖ ହେଲା ଅନ୍ତର୍ଜାତୀୟ ବିମାନ ବନ୍ଦର ଯାହା ଭୁବନେଶ୍ୱର ରେ ରହିଛି |ଏହା ବ୍ୟତୀତ ଭାରତ ରେ ଆଗାମୀ ୨୦୨୬ ରେ ଯୁବ ଅଲମ୍ପିକ୍ସ ଏବଂ ୨୦୩୦ ଏସୀୟ କ୍ରୀଡାର ଆୟୋଜନ ହେବାର ଯୋଜନା ରହିଛି |ଏହାର ମଧ୍ୟ ସମ୍ଭାବିୟ ସହର ଦିଲ୍ଲୀ ,ମୁମ୍ବାଇ ଓ ଭୁବନେଶ୍ୱର ରହିଛି
ତେବେ ଏହା ଲାଗି ୨୦୨୦ ଅଲମ୍ପିକ୍ସ ରେ ଭାରତ କୁ ୨ ଅଙ୍କ ବିଶିଷ୍ଟ ପଦକ ଜିତିବା ପରେ ୨୦୨୫ ରେ ୨୫ ଟି ଏବଂ ୨୦୧୭ ରେ ୩୫ ରୁ ୪୦ ଟି ପଦକ ଜିତିବାକୁ ପଡିବ |ଅନ୍ୟଥା ଅଲମ୍ପିକ୍ସ ଆୟୋଜନ ପାଇଁ ଆଇଓସି ଦାବି ଉପସ୍ଥାପନା କରିବାକୁ ସୁଯୋଗ ଦେବେ ନାହିଁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)