News

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ନାଗରିକ ସମ୍ମାନ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ । ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଲେ ଭୁଟାନ ପ୍ରଧାନମନ୍ତ୍ରୀ ।

17 December, 2021 3:53 PM IST By: Sudesna Nayak

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ । ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଲେ ଭୁଟାନ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ(Bhutan confers highest civilian award on PM Modi)

ସବୁ ପ୍ରକାରର ସମସ୍ୟା ବେଳେ ଆଗକୁ ଆସି ସହଯୋଗର ହାତ ବଢ଼ାଉଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି(ଶୁକ୍ରବାର) ଭୁଟାନ ନିଜ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ନଗାଦା ପେଲ ଗି ଖୋରଲୋରେ ସମ୍ମାନୀତି କରିଛି । ଭୁଟାନର ପ୍ରଧାନମନ୍ତ୍ରୀ ଲୋଟୟା ଟଶେରିଙ୍ଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏଥିସହ ଉଭୟ ଫେସବୁକ ଓ ଟ୍ୱିଟରେ ମୋଦୀଙ୍କ ସହ ଲୋଟୟାଙ୍କ ଗୋଟିଏ ଫଟୋ ମଧ୍ୟ ସେୟାର କରାଯାଇଛି । ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପୁରସ୍କାର ପାଇଁ ଯୋଗ୍ୟ ଓ ଭୁଟାନବାସୀଙ୍କ ତରଫରୁ ତାଙ୍କୁ ଅଭିନନ୍ଦନ ।

“ଦୀର୍ଘ ବର୍ଷ ହେଲାଣି ନିଃସର୍ତ୍ତ ସମର୍ଥନ ଓ ବନ୍ଧୁତାର ଡୋର ମୋଦୀ ଅଧିକ ସୁଦୃଢ଼ କରିଛନ୍ତି । ବିଶେଷ କରି ମହାମାରୀ ସମୟରେ ଭୁଟାନ ସହ ଭାରତ ଛିଡ଼ା ହୋଇଥିଲା । ସମସ୍ତ ଆଲୋଚନାରେ ଆପଣଙ୍କ ଯୋଗଦାନ ମହାନ ଭଳି ମନେ ହେଉଛି । ଆପଣ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି । ଆପଣଙ୍କ ସହ ବ୍ୟକ୍ତିଗତ ଭାବେ ଏହି ସମ୍ମାନ ଉତ୍ସବ ପାଳନ କରିବାକୁ ଆଶାବାଦୀ।”

ମହାମାରୀ କୋରୋନା ସମୟରେ ଭାରତ ସରକାର ପଡ଼ୋଶୀ ଭୁଟାନ ସମେତ ଏକାଧିକ ରାଷ୍ଟ୍ରକୁ ଟିକା ପଠାଇଥିଲେ । ପଡ଼ୋଶୀ ପ୍ରଥମ ନୀତିରେ ଭାରତ ସରକାର କାମ କରୁଛନ୍ତି । ଏହି କାରଣରୁ ଭୁଟାନ ପକ୍ଷରୁ ମୋଦୀଙ୍କ ସହାୟତାକୁ ସମ୍ମାନୀତ କରାଯାଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)