News

ଧାନ କିଣାକୁ ନେଇ ବଡ଼ ଘୋଷଣା କଲେ ସରକାର !

ଧାନ କିଣା ସମୟରେ କମ୍ପୁଟରୀ କରଣକୁ ଅଧିକ ଗୁରୁତ୍ୱ ଦିଆଯିବ ଏଥର । ପ୍ରତି ପଂଚାୟତରେ ହେବ ସମବାୟ ସମିତି ଯାହାର ଆବଶ୍ୟକ ରହିଛି ।

04 October, 2024 12:36 PM IST By: Tanushree Mahapatra

ନଭେମ୍ବର ମାସରୁ ଆରମ୍ଭ ହେବ ଚାଷୀଙ୍କ ଠାରୁ ଧାନ କିଣା । ସୋହେଲାରୁ ଧାନ କିଣା ଆରମ୍ଭ କରିବେ ରାଜ୍ୟ ସରକାର। ସୋହେଲାରୁ ଧାନ କିଣା ଆରମ୍ଭ କରାଯିବ ଏବଂ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୁଇଣ୍ଟାଲ ପିଛା ଏମଏସପି ଠାରୁ ୮ ଶହ ଟଙ୍କା ଅଧିକ ପ୍ରଦାନ କରି ଧାନ କିଣା ଆରମ୍ଭ କରିବେ ଚାଷୀଙ୍କ ଠାରୁ । ସମବାୟ ସମିତି ଗୁଡିକରେ ଛୋଟ ଚାଷୀ ଓ ନାମ ମାତ୍ର ଚାଷୀଙ୍କ ରେଜିଷ୍ଟେସନକୁ ଦିଆଯିବ ଗୁରୁତ୍ତ୍ଵ l ଯାହାଦ୍ୱାରା ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ। 

ରାଜ୍ୟରେ ମୋଟ ୨୫୧୦ ପାକ୍ସ ଆଉ ୨୧୦ ଲମ୍ପସ ରହିଛି । ଚାଷୀଙ୍କ ପାଇଁ ସମବାୟ ସମିତି ଡାଟା ବେଶ ଓ କମ୍ପୁଟରୀ କରଣ କରାଯାଉଛି । କେନ୍ଦ୍ର ସରକାର ଗତ ୧୦ ବର୍ଷ ହୋଇଯିବ ଚାଷୀଙ୍କ ପାଇଁ ସହାୟତା ଦେଉଛନ୍ତି । ଯାହାର ନେତୃତ୍ୱ ନେଉଛନ୍ତି ଅମିତ ସାହା ।

ଧାନ କିଣା ସମୟରେ କମ୍ପୁଟରୀ କରଣକୁ ଅଧିକ ଗୁରୁତ୍ୱ ଦିଆଯିବ ଏଥର । ପ୍ରତି ପଂଚାୟତରେ ହେବ ସମବାୟ ସମିତି ଯାହାର ଆବଶ୍ୟକ ରହିଛି । ଅନ୍ୟପଟେ ଧାନ କିଣା ପାଇଁ ସମବାୟ କାମକୁ ସୀମିତ ରଖିଯିବ ନାହିଁ ବରଂ ସମସ୍ତ କ୍ଷେତ୍ରରେ ଆଳୁ ଆଉ ଅନ୍ୟ ଚାଷ ଅମଳ ଲାଗି ସହାୟତା ମଧ୍ୟ ପ୍ରଦାନ କରାଯିବ।

ଆସନ୍ତା ଅକ୍ଟୋବର ୫ ତାରିଖରେ ଅର୍ଥାତ ଆସନ୍ତାକାଲି ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ୍ କିଷାନର ରାଶି ପ୍ରଦାନ କରିବେ। ପ୍ରତ୍ୟେକ ଜିଲ୍ଲା ସ୍ତରରେ ସମସ୍ତ ଚାଷୀଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ । ଯେଉଁଠି ଚାଷୀଙ୍କୁ ଉତ୍ସାହିତ କରାଯିବ ଚାଷ କାମ ପାଇଁ l

ଅଧିକ ପଢ଼ନ୍ତୁ

ଜାତୀୟ ମିଶନକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍‌

ପିଏମ-ଆରକେଭିୱାଇ ଏବଂ କୃଷୋନ୍ନତି ଯୋଜନାକୁ କ୍ୟାବିନେଟ ମଞ୍ଜୁର