News

ମଧ୍ୟପ୍ରଦେଶ ସରକାରଙ୍କର ବଡ଼ ନିଷ୍ପତି, କୃଷକମାନେ ହେବେ ଲାଭାନ୍ବିତ

କୃଷକମାନେ ହିଁ ଦେଶର ଅନ୍ନଦାତା l କୃଷକ ହିଁ ଆମ ଦେଶର ମାନ ସମ୍ମାନ l କୃଷକମାନେ ହିଁ ଆମ ଦେଶର ସ୍ତମ୍ଭ l କୃଷକ ହିଁ ଆମ ଦେଶର ମେରୁଦଣ୍ଡ l ଯଦି କୃଷକମାନେ ଦୁର୍ବଳ ହୋଇଯିବେ, ତେବେ ଦେଶ ମଧ୍ୟ ଦୁର୍ବଳ ହୋଇଯିବ l ଦେଶର ୧୩୩ କୋଟି ଜନ ସାଧାରଣ ମଧ୍ୟ ଦୁର୍ବଳ ହୋଇଯିବେ l

03 August, 2021 4:55 PM IST By: Sugyan Kumar Nayak

କୃଷକମାନେ ହିଁ ଦେଶର ଅନ୍ନଦାତା l କୃଷକ ହିଁ ଆମ ଦେଶର ମାନ ସମ୍ମାନ l କୃଷକମାନେ ହିଁ ଆମ ଦେଶର ସ୍ତମ୍ଭ l କୃଷକ ହିଁ ଆମ ଦେଶର ମେରୁଦଣ୍ଡ l ଯଦି କୃଷକମାନେ ଦୁର୍ବଳ ହୋଇଯିବେ, ତେବେ ଦେଶ ମଧ୍ୟ ଦୁର୍ବଳ ହୋଇଯିବ l ଦେଶର ୧୩୩ କୋଟି ଜନ ସାଧାରଣ ମଧ୍ୟ ଦୁର୍ବଳ ହୋଇଯିବେ l ଦେଶର ଅର୍ଥ ଵ୍ୟଵସ୍ଥା ମଧ୍ୟ ଦୁର୍ବଳ ହୋଇଯିବ l ସେଥିପାଇଁ କୃଷକମାନଙ୍କୁ ସମୃଦ୍ଧ କରିବା ପାଇଁ ସରକାର କିଛି ନା କିଛି ପଦକ୍ଷପ ଗ୍ରହଣ କରୁଥାନ୍ତି l ଯାହାର ସିଧା ସଳଖ ଲାଭ ଆମ କୃଷକ ଭାଇମାନଙ୍କୁ ମିଳିଥାଏ l

ଯଦିଓ ଏହା ମଧ୍ୟ ସତ ଯେ ଅଧିକାଂଶ ସମୟରେ କୃଷକମାନେ ଏହି ସୁଯୋଗର ସିଧା ସଳଖ ଲାଭ ଉଠାଇପାରନ୍ତି ନାହିଁ l କିନ୍ତୁ ସରକାର ସବୁବେଳେ ବିଭିନ୍ନ ପଦକ୍ଷପ ଗ୍ରହଣ କରୁଥାନ୍ତି, ଯାହାଦ୍ୱାରା କି ଆମ କୃଷକ ଭାଇମାନଙ୍କୁ ସୁରକ୍ଷା ମିଳିପାରିବ l ଏହିଭଳି ଏକ ପଦକ୍ଷପ ଅଳ୍ପ ଦିନ ପୂର୍ବେ ମଧ୍ୟପ୍ରଦେଶର ସରକାରଙ୍କ ଦ୍ୱାରା ମଧ୍ୟ ଗ୍ରହଣ କରାଯାଇଛି l ଯାହାକି ରାଜ୍ୟର କୃଷକମାନଙ୍କ ପାଇଁ ଲାଭପ୍ରଦ ହୋଇପାରିବ l ଆସନ୍ତୁ ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ମଧ୍ୟପ୍ରଦେଶ ସକାରଙ୍କ ଦ୍ୱାରା ନିଆଯାଇଥିବା ସେହି ପଦକ୍ଷପ ବିଷୟରେ ଜାଣିବା l

ପ୍ରକୃତରେ ଏହି ଯୋଜନା ବିଷୟରେ ଜାଣିବା ପୂର୍ବରୁ ଆପଣମାନଙ୍କର ଏହା ଜାଣିବା ଜରୁରିଯେ, ପ୍ରାୟ ଗରମ ସମୟ ଆସିଲେ ମୁଗର ଭଲ ଉତ୍ପାଦନ ଆରମ୍ଭ ହୋଇଥାଏ l ଯାହାର ଫାଇଦା ଯଦି କୃଷକ ଭାଇମାନେ ଚାହିଁବେ ଉଠାଇପାରିବେ l ଏହି ବର୍ଷ ମଧ୍ୟ ମଧ୍ୟପ୍ରଦେଶରେ ମୁଗ ଉତ୍ପାଦନ ବହୁତ ଭଲ ହୋଇଛି l ଯାହାର ଲାଭ କୃଷକମାନଙ୍କୁ ମିଳିପାରୁ ସେଥିପାଇଁ ସରକାର କିଛି ଯୋଜନା ପ୍ରସ୍ତୁତ କରିଛନ୍ତି l ଯାହା ଦ୍ୱାରା ସରକାର କୃଷକମାନଙ୍କର ମୁଗକୁ "ନ୍ୟୁନତମ ସମର୍ଥନ ମୂଲ୍ୟରେ" କିଣିବାର ଯୋଜନା କରିଛନ୍ତି l ଏମିତି କରିବା ଦ୍ୱାରା କୃଷକମାନଙ୍କୁ ନିଜ ଜିନିଷର ସଠିକ ମୂଲ୍ୟ ମିଳିପାରିବ ଓ ସେମାନେ ଲାଭାନ୍ବିତ ହୋଇପାରିବେ l ସରକାରଙ୍କର ଏହି ନିଷ୍ପତିର ସିଧା ସଳଖ ପ୍ରଭାବ ଆମ କୃଷକ ଭାଇଙ୍କ ଉପରେ ପଡ଼ିବ ଓ ଏହା ଦ୍ୱାରା କୃଷକମାନେ ଭଲ ଲାଭ ଉପାର୍ଜନ କରିପାରିବେ l

ମଧ୍ୟପ୍ରଦେଶର କୃଷି ମନ୍ତ୍ରୀ, ଶ୍ରୀଯୁକ୍ତ କମଲ ପଟେଲଙ୍କ କହିବା ଅନୁସାରେ, ତଦନ୍ତରୁ ଏହା ଜଣାଯାଇଛି କି ଚଳିତ ବର୍ଷ ସମଗ୍ର ରାଜ୍ୟରେ ୧୨ ଲକ୍ଷ ୧୬ ହଜାର ଟନ ମୁଗ ଉତ୍ପାଦନ କରାଯାଇଛି l କେନ୍ଦ୍ର ସରକାର କୃଷକମାନଙ୍କ ହିତକୁ ଧ୍ୟାନରେ ରଖି ୧ ଲକ୍ଷ ୩୪ ହଜାର ମୁଗକୁ କିଣିବାର ନିଷ୍ପତି ନେଇଥିଲେ l ଏହା ଦ୍ୱାରା ୩୦ଟି ଜିଲ୍ଲାର କୃଷକମାନଙ୍କୁ ଏହାର ଫାଇଦା ମଧ୍ୟ ମିଳିପାରିବ l ସରକାରଙ୍କର ଏହି ନିଷ୍ପତି ପରେ କୃଷକ ଭାଇମାନେ ଶାନ୍ତିରେ ନିଶ୍ୱାସ ମାରୁଥିବାର ଦେଖୁବାକୁ ମିଳୁଛି l ବାସ୍ତବରେ ସରକାରଙ୍କର ଏହି ନିଷ୍ପତି କୃଷକମାନଙ୍କ ମୁହଁରେ ହସ ଫୁଟାଇ ପାରିବ l