News

ଖାଇବା ତେଲରେ ଦେଶକୁ ଆତ୍ମନିର୍ଭରଶୀଳ ପାଇଁ ନୂତନ ନିଷ୍ପତି !!

ଆମ ଦେଶରେ ଖାଇବା ତେଲର ଚାହିଦା ଦିନକୁ ଦିନ ବଢିବା ସହିତ ଏହାର ଦାମ ମଧ୍ୟ ଅଧିକ ରହୁଛି l ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସମସ୍ୟା କରିବା ପାଇଁ ନୂତନ ନିଷ୍ପତି ଗ୍ରହଣ କରିଛନ୍ତି l

25 September, 2021 11:35 AM IST By: Sugyan Kumar Nayak

ଆମ ଦେଶରେ ଖାଇବା ତେଲର ଚାହିଦା ଦିନକୁ ଦିନ ବଢିବା ସହିତ ଏହାର ଦାମ ମଧ୍ୟ ଅଧିକ ରହୁଛି l ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସମସ୍ୟା କରିବା ପାଇଁ ନୂତନ ନିଷ୍ପତି ଗ୍ରହଣ କରିଛନ୍ତି l ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା କୃଷକ ଏବଂ କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କୈଳାଶ ଚୌଧୁରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କୃଷି ମନ୍ତ୍ରୀଙ୍କ ସହ ଦୁଇ ଦିନିଆ ବୈଠକରେ ଅଂଶଗ୍ରହଣ କରିଛନ୍ତି । ବୈଠକର ଦ୍ୱିତୀୟ ଦିନରେ  ରାଜ୍ୟ କୃଷି ମନ୍ତ୍ରୀ କୈଳାଶ ଚୌଧୁରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଅଗ୍ରଗତି ତଥା ପ୍ରୟାସ ଉପରେ ଆଲୋକପାତ କରିଛନ୍ତି।  ସେ କହିଛନ୍ତି ଯେ, ପିଏମ କିସାନ ଭଳି ଯୋଜନା ଆମ କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ତୃଣମୂଳ ସ୍ତରରେ କୃଷି ଭିତ୍ତିଭୂମିର ବ୍ୟବଧାନକୁ ଦୂର କରିବାରେ ମଧ୍ୟ ସହାୟ ହୋଇଛି | ଜାତୀୟ ମିଶନ ମାଧ୍ୟମରେ ଦେଶ ଆଗାମୀ ବର୍ଷରେ ଖାଇବା ତେଲରେ ଆତ୍ମନିର୍ଭରଶୀଳ ହୋଇପାରିବ ସେ ବିଷୟରେ ମାନ୍ୟବର ମନ୍ତ୍ରୀ ଆଲୋଚନା କରିଛନ୍ତି l ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଏବଂ କୃଷି ସମ୍ବନ୍ଧୀୟ ଅଧିକାରୀ ଏବଂ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

ରାଜ୍ୟ କୃଷି ମନ୍ତ୍ରୀ କୈଳାଶ ଚୌଧୁରୀ  କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ ୭ ବର୍ଷ ମଧ୍ୟରେ କ୍ରମାଗତ ଭାବରେ କୃଷି କ୍ଷେତ୍ରରେ ଏଭଳି ନିଷ୍ପତ୍ତି ନେଇଛନ୍ତି, ଯାହା ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ସେମାନଙ୍କୁ ମହଙ୍ଗା ଫସଲ ଆଡକୁ ଆକର୍ଷିତ କରାଇବ । ଯାହା ଦ୍ଵାରା ଚାଷୀମାନେ ଲାଭବାନ ହୋଇପାରିବେ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)