News

ମୋଦି ସରକାର ଦେଲେ ଆଶ୍ବସ୍ତି, ଖରାପ ଗହମକୁ MSP ଦରରେ ବିକ୍ରି କରିପାରିବେ ଚାଷୀ

ଗହମ ରପ୍ତାନି ଉପରେ ରୋକ ଲଗାଇବା ପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଖରାପ ଗହମକୁ କିଣିବା ପାଇଁ ସରକାର ନେଇଛନ୍ତି ନିଷ୍ପତ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପଞ୍ଜାବ ଓ ହରିୟାଣାର ଚାଷୀଙ୍କୁ ଲାଭ ପହଞ୍ଚାଇବ ।

16 May, 2022 5:26 PM IST By: Sudesna Nayak

ଗହମ ରପ୍ତାନି ଉପରେ ରୋକ ଲଗାଇବା ପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଖରାପ ଗହମକୁ କିଣିବା ପାଇଁ ସରକାର ନେଇଛନ୍ତି ନିଷ୍ପତ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପଞ୍ଜାବ ଓ ହରିୟାଣାର ଚାଷୀଙ୍କୁ ଲାଭ ପହଞ୍ଚାଇବ ।

ସରକାରଙ୍କ ଏହି ନିଷ୍ପତ୍ତି କ୍ରମେ ଏମଏସପି(MSP) ଦରରେ ହିଁ ଖରାପ ଗହମ ବିକ୍ରି କରିପାରିବେ ଚାଷୀ । ଭାରତୀୟ ଖାଉଟି ନିଗମ(FCI) ଏଥଇପାଇଁ ମୂଲ୍ୟରେ କୌଣସି କାଣ୍ଟଛାଣ୍ଟ କରିବ ନାହିଁ । 18 ପ୍ରତିଶତ ଯାଏଁ ଖରାପ ଗହମର କ୍ରୟକୁ ଅନୁମତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ବର୍ତ୍ତମାନ ଗହମ 6 ପ୍ରତିଶତ ରହିଛି । ଅର୍ଥାତ ଚାଷୀ ସରକାର ଏହାର ଲିମିଟରେ 3 ଗୁଣ ବୃଦ୍ଧି କରିଦେଇଛନ୍ତି । ହେଲେ ଏହି ରାଜ୍ୟଗୁଡିକ 20 ପ୍ରତିଶତ ଛାଡ ଦାବି କରିଥିଲେ । ପଞ୍ଜାବ ଓ ହରିୟାଣା ସରକାରଙ୍କୁ ଚିଠି ଲେଖି ରବି ଋୁତୁରେ ଗହମର ଫେୟାର ଆଣ୍ଡ ଆଭରେଜ କ୍ବାଲିଟି(FAQ)ରେ ଛାଡ ଦେବାକୁ ଦାବି ହୋଇଥଇଲା ।

ରବି ଫସଲ ଋୁତୁରେ ଗହମ ଉତ୍ପାଦନ 1095 ଲକ୍ଷ ମେଟ୍ରିକ ଟନ ହୋଇଥିଲା । ଏଥିରୁ 433 ମେଟ୍ରିକଟନ ଗହମ କିଣାଯାଇଥିଲା । ଏହି ସମୟରେ 2022023 ସମୟରେ 1113 ଏଲଏମଟି ଗହମ ଉତ୍ପାଦନର ଅନୁମାନ କରାଯାଇଥିଲା । ହେଲେ ଗ୍ରୀଷ୍ମଋତୁ ଆରମ୍ଭରେ ଫଳସ୍ବରୂପ ପଞ୍ଜାବ ଓ ହରିୟାଣାରେ ଖରାପ ଗହମ ଅମଳ ହୋଇଥିଲା ।

କମିବ ଗହମ ଦର! ଜାଣନ୍ତୁ କେତେ ଟଙ୍କାରେ ମିଳିବ...

ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)