News

ନୂଆଖାଇରେ ଚାଷୀଙ୍କୁ ବଡ଼ ଭେଟି !

ଚାଷୀଙ୍କୁ ମିଳିବ ପ୍ରଥମ କିସ୍ତି !

03 September, 2024 11:14 AM IST By: Tanushree Mahapatra

ଚାଷୀଙ୍କ ପାଇଁ ଓଡ଼ିଶା ସରକାର ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି l ଚାଷୀଙ୍କୁ ଅନ୍ୟାନ୍ୟ ଯୋଜନାରେ ସାମିଲ କରିବା ପାଇଁ ଚେଷ୍ଟା କରୁଛନ୍ତି ନୂଆ ସରକାର l ନିକଟରେ ଚାଷୀଙ୍କ ପାଇଁ ସରକାର ସିଏମ କିସାନ ଯୋଜନା ଘୋଷଣା କରିଥିଲେ l ଯେଉଁଥିରେ ଚାଷୀଙ୍କୁ ବର୍ଷକୁ କିସ୍ତି ମାଧ୍ୟମରେ ଟଙ୍କା ପ୍ରଦାନ କରାଯିବ ଚାଷ କାମ ପାଇଁ l ସେହିପରି ଗତକାଲି ଓଡ଼ିଶା ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ ରେ ଆୟୋଜନ ହୋଇଥିଲା l ସେଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ ।

ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳମାନେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏଥିରେ ସାମିଲ ହୋଇଥିଲେ । ତେବେ ଇ-ଚାଷ ଆପ୍‌ ଜରିଆରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି ରାଜ୍ୟର ବିଭିନ୍ନ ଜିଲ୍ଲାରେ l ଯେଉଁଥିରେ ଚାଷୀଙ୍କ ଫସଲ ଏବଂ ଚାଷଜମିର ତଥ୍ୟ ସରକାରଙ୍କ ପାଖରେ ସଂଗ୍ରହ କରି ରଖାଯାଉଛି ।

ରାଜ୍ୟରେ ଏହି ଫସଲ ସର୍ବେକ୍ଷଣ କାର୍ଯ୍ୟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସର୍ବେକ୍ଷଣ ଆଧାରରେ ଚାଷୀ ସିଏମ୍‌ କିଷାନ ତଥା ଅନେକ ଅନ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ସୁବିଧା ପାଇବେ। ସିଏମ କିସାନରେ ଚାଷୀଙ୍କୁ ଆସନ୍ତା ସେପ୍ଟେମ୍ବର ୮ ତାରିଖ ନୂଆଁଖାଇ ଦିନ ଡିବିଟି ମାଧ୍ୟମରେ ଏହାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ତେବେ ବାଦ ପଡିଥିବା ଅନ୍ୟ ସମସ୍ତ ଯୋଗ୍ୟ ଚାଷୀ ଏହାଦ୍ୱାରା ଉପକୃତ ହୋଇପାରିବେ l

ଏହି ଯୋଜନାରେ କୌଣସି ଚାଷୀ ଠକାମୀର ଶିକାର ହୋଇ ପାରିବେ ନାହିଁ କାରଣ କୃଷକଙ୍କ ସମସ୍ତ ତଥ୍ୟ ଏକ ରେଜିଷ୍ଟରରେ ଆଇଡି ସହ ରଖାଯିବ। ଏଥିପାଇଁ ପ୍ରତି ଜିଲ୍ଲାରେ ନୋଡାଲ ଅଧିକାରୀମାନେ ରହିବେ l ପ୍ରତ୍ୟକ୍ଷ ଭାବେ କ୍ଷେତ୍ର ପରିଦର୍ଶନରେ ଯାଇ ସର୍ବେକ୍ଷଣର ଅନୁଧ୍ୟାନ କରିବେ ନୋଡାଲ ଅଧିକାରୀମାନେ। ସିଏମ୍‌ କିଷାନ ପୋର୍ଟାଲ ବର୍ଷର ସାରା ଖୋଲା ରହିବ ପ୍ରମୁଖ ଶାସନ ସଚିବ ପାଢ଼ୀ ଏ ନେଇ ସୂଚନା ଦେଇଛନ୍ତି । ଚାଷୀମାନେ ନୂଆ ପୋର୍ଟାଲ ମାଧ୍ୟମରେ ଆବେଦନ କିମ୍ବା ନିଜ ତଥ୍ୟ ଅପଡେଟ କରିବା ପାଇଁ କୌଣସି ପ୍ରକାର ଦେୟ ଦେବାକୁ ପଡ଼ିବ ନାହିଁ । ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ

ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ୭ଟି ପ୍ରମୁଖ ଯୋଜନା

କେମିତି କରିବେ ଜିଆ ଖତ ପ୍ରସ୍ତୁତ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)