News

ଚାଷ ଜମିର ରୂପମୟ ରୂପକାର: ଏମ.ଏସ ସ୍ୱାମୀନାଥନ

ଦେଶରେ ସବୁଜ ବିପ୍ଳବର ପରିଣାମ ସ୍ୱରୂପ, ଆଜି ହେକ୍ଟର ପ୍ରତି ଗହମ, ଆଖୁ, ମକା ଏବଂ ମିଲେଟ ଭଳି ଫସଲର ମୋଟ ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି ପାଇଛି

07 August, 2024 11:32 AM IST By: Tanushree Mahapatra

ଚାଷ ଜମିର ରୂପମୟ ରୂପକାର ତଥା ସବୁଜ ବିପ୍ଳବ ପିତା ଏମ.ଏସ ସ୍ୱାମୀନାଥନଙ୍କ ଆଜି ହେଉଛି ୯୯ତମ ଜନ୍ମ ଜୟନ୍ତୀ l ଯାହାଙ୍କ ପ୍ରଚେଷ୍ଟାରେ କୃଷିରେ ଆସିଥିଲା ଏକ ବିରାଟ ପରିବର୍ତ୍ତନ l ଯାହାଙ୍କ ଅବଦାନ ଆଜି ପିଢ଼ି ପରେ ପିଢ଼ିକୁ ଏକ ପ୍ରେରଣା ପ୍ରଦାନ କରୁଛି l କୃଷି ଜଗତରେ କରିଥିଲା ଏକ ନୂଆ ପରିବର୍ତ୍ତନ l ଏ ଭଳି ମହାନ ବ୍ୟକ୍ତିତ୍ୱକୁ କୃଷି ଜାଗରଣ ପରିବାର ତରଫରୁ ବିନମ୍ର ବିନମ୍ର ଶ୍ରଦ୍ଧାଞ୍ଜଳି l

ସବୁଜ ବିପ୍ଳବ ଯୋଗୁଁ ଆଜି ଭାରତୀୟ କୃଷି କ୍ଷେତ୍ରରେ ବିକାଶ ଦେଖିବାକୁ ମିଳିଲା ଏବଂ କୃଷିରେ ଗୁଣାତ୍ମକ ଉନ୍ନତି ହେତୁ ଦେଶରେ କୃଷି ଉତ୍ପାଦନ ବୃଦ୍ଧି ପାଇଲା। ଚାଷୀଙ୍କ ଚାଷ ଦ୍ଵିଗୁଣ ହେଲା l ଦେଶର ଖାଦ୍ୟ ଶସ୍ୟରେ ଆତ୍ମନିର୍ଭରଶୀଳତା ମିଳିଲା l ବାଣିଜ୍ୟିକ କୃଷି ମଧ୍ୟ ଅଗ୍ରଗତି କରିବାରେ ଲାଗିଲା ଯାହା ଅନ୍ୟ ଦେଶରେ ଭାରତକୁ ପରିଚୟ ପ୍ରଦାନ କରିବାରେ ସହାୟକ ହୋଇଥିଲା ।

ସବୁଜ ବିପ୍ଳବ ପାଇଁ ବର୍ତ୍ତମାନ କୃଷକଙ୍କ ଦୃଷ୍ଟିକୋଣରେ ଆସିଛି ଏକ ବଡ଼ ପରିବର୍ତ୍ତନ l ଚାଷରେ ଦେଖିବାକୁ ମିଳିଛି ତୀବ୍ରତା । ଦେଶରେ ସବୁଜ ବିପ୍ଳବର ପରିଣାମ ସ୍ୱରୂପ, ଆଜି ହେକ୍ଟର ପ୍ରତି ଗହମ, ଆଖୁ, ମକା ଏବଂ ମିଲେଟ ଭଳି ଫସଲର ମୋଟ ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି ପାଇଛି । ସବୁଜ ବିପ୍ଳବ କୃଷି କ୍ଷେତ୍ରରେ ସଫଳତା ଆଣିବା ସହିତ ଉତ୍ପାଦନ ବୃଦ୍ଧିରେ ବୈଷୟିକ ଏବଂ ଆନୁଷ୍ଠାନିକ ପରିବର୍ତ୍ତନଗୁଡ଼ିକର ଏକ ସିକ୍ୱେଲ ଆଣିଛି ।

ସେ ହେଉଛନ୍ତି କୃଷି ବିଜ୍ଞାନ ଶିଳ୍ପୀ ଯାହାଙ୍କ ହାତରେ ମାଟି ଓ ଚାଷ ଦୁହେଁ ଜୀବନ୍ତ ହୁଅନ୍ତି l ସବୁଜ ବିପ୍ଲବର ନାଁ ଆସିଲେ ପ୍ରଥମେ ବିଶ୍ୱ ତାଙ୍କୁ ହିଁ ମାନେ ପକାଇଥାଏ l କୃଷି ବିଜ୍ଞାନୀଙ୍କ ଆଦର୍ଶର ଉଦାହରଣ ସ୍ୱର୍ଗତ ଡ଼ଃ ଏମ.ଏସ ସ୍ୱାମୀନାଥନ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ । କୃଷି ସଫଳତାର ସ୍ୱାଦ ନିଜେ ଚାଖିବା ସହିତ ସେ ବିଶ୍ୱକୁ ମଧ୍ୟ ଏହାର ସ୍ୱାଦ ଚଖାଇଥିଲେ l ଚାଷୀ କିପରି ସମସ୍ତ ପରିସ୍ଥିତିରେ ଚାଷ କରିପାରିବ ସେ ଦିଗରେ ନୂଆ ସମ୍ଭାବନା ସୃଷ୍ଟି କରିଥିଲେ l ପଦ୍ମବିଭୂଷଣ , ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ଉପାଧିରେ ଭୂଷିତ ସ୍ୱାମୀନାଥନ ସାରା ଜୀବନ ଚାଷୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିଗଲେ । ଓଡ଼ିଶା ସହ କୃଷି ସମ୍ମୋହନ ବି ତାଙ୍କର ଅତୁଳନୀୟ । ଓଡ଼ିଶାର କୋରାପୁଟ ଜିଲ୍ଲାର ଜୟପୁର ଠାରେ ଏମଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ତାଙ୍କର ଅନନ୍ୟ ଅବଦାନ । କହିବାକୁ ଗଲେ, ଚାଷ ଜମିର କୁଶଳୀ ଯାଦୁଗର ସ୍ୱାମୀନାଥନ । ଦେଶର କୃଷି ଓ କୃଷକମାନଙ୍କ ମଧ୍ୟରେ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ ।

ଅଧିକ ପଢ଼ନ୍ତୁ

ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି

ବେରୋଜଗାରଙ୍କୁ ସରକାର ଦେବେ ୭୫୦୦ !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)