News

ମିଶନ 2024: ହାଇଦ୍ରାବାଦରୁ ବିଜେପିର ଶଙ୍ଖନାଦ !

ହାଇଦ୍ରାବାଦରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆଜି ଦ୍ବିତୀୟ ଦିନ । ଆଜି ବୈଠକକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

03 July, 2022 11:19 AM IST By: Shuvanshu Kar

ଭାରତୀୟ ଜନତା ପାର୍ଟିର ମିଶନ 2024 । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପୂର୍ବରୁ ହିଁ ନିଜର ଦବଦବା ଜାହି କରିସାରିଥିବା ବିଜେପି ଫୋକସରେ ଏବେ ଦକ୍ଷିଣ ଭାରତ । ଏନେଇ ହାଇଦ୍ରାବାଦରେ ଚାଲିଛି ଦଳର ମହା ରଣନୀତି । ହାଇଦ୍ରାବାଦରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ(bjp national working committee meeting )ର ଆଜି ଦ୍ବିତୀୟ ଦିନ । ଆଜି ବୈଠକକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) ।

ଆଜି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଶେଷ ଦିନ । କାର୍ଯ୍ୟକାରିଣୀ ବୈଠକ ଅପରାହ୍ନ 4 ଟାରେ ଶେଷ ହେବ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିର ପ୍ରାୟ 340 ପ୍ରତିନିଧୀ ଅଂଶଗ୍ରହଣ କରିଛନ୍ତି।

ଏହି ବୈଠକ ପରେ ହାଇଦ୍ରାବାଦର ସିକନ୍ଦରାବାଦ ସହରର ପରେଡ ଗ୍ରାଉଣ୍ଡରେ ବିଜେପିର ଏକ ବିଶାଳ ଜନସଭା ହେବାକୁ ଯାଉଛି, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିବେ। ଏହି ସାଧାରଣ ସଭାରେ 10 ଲକ୍ଷ ଲୋକ ଯୋଗଦେବେ ବୋଲି ବିଜେପି ଦାବି କରିଛି। ଏଥି ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡାଙ୍କ ସମେତ ଦଳର ବହୁ ବଡ ବଡ ନେତା ମଧ୍ୟ ସାମିଲ ହେବେ ।

ବିଜେପି ଏବେ ଦକ୍ଷିଣରେ କାୟା ବିସ୍ତାର କରିବାକୁ ସମ୍ଭାବନା ଖୋଜୁଛି । କର୍ଣ୍ଣାଟକରେ ଦଳର ସ୍ଥିତି ମଜବୁତ ଥିବାବେଳେ ଗତ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ବିଜେପିର ଦମଦାର ପ୍ରଦର୍ଶନ ଦଳର ମନୋବଳକୁ ବଢାଇଛି । ଏନେଇ ଆଗାମୀ 2024 ସାଧାରଣ ନିର୍ବାଚନ ପାଇଁ ହାଇଦ୍ରାବାରୁ ସଙ୍ଖନାଦ କରିବାକୁ ଚାହୁଁଛି ବିଜେପି ।

ମୋଦି ସରକାରଙ୍କ ବଡ ଘୋଷଣା; ୧୦ ଲକ୍ଷ ଲୋକଙ୍କ ପାଇଁ ଚାକିରି ଘୋଷଣା

ବେଙ୍ଗାଲୁରୁରେ ଟଙ୍କା ବର୍ଷା କଲେ ମୋଦି, କୃଷି କ୍ଷେତ୍ରକୁ ହେବ ବଡ ଲାଭ

ଏହି ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ପଡୋଶୀ ମହାରାଷ୍ଟ୍ରରେ ବିଜେପି ପୁଣି ଥରେ କ୍ଷମତାକୁ ଆସିସାରିଛି । ଏହି ବୈଠକର ମୂଳ ଉଦ୍ଦେଶ୍ୟ ହେଉଛି 2024 ର ଲୋକସଭା ନିର୍ବାଚନ ପାଇଁ ରଣନୀତି ଏବଂ 2023 ରେ ତେଲେଙ୍ଗାନା ସମେତ ଅନ୍ୟ ରାଜ୍ୟର ବିଧାନସଭା ନିର୍ବାଚନ। ହାଇଦ୍ରାବାଦରେ ଦୀର୍ଘ 18 ବର୍ଷ ପରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆୟୋଜନ କରିବା ପଛରେ ମିଶନ ତେଲେଙ୍ଗାନାର ବିଶେଷ ଉଦ୍ଦେଶ୍ୟ ଥିବା ମଧ୍ୟ କୁହାଯାଇଛି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)