News

କୃଷି ଜାଗରଣ କେଜେ ଚୌପାଲରେ ଯୋଗ ଦେଲେ ବ୍ରାଜିଲର କୃଷି ବିଶେଷଜ୍ଞ

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ ।

16 May, 2023 4:57 PM IST By: Tanushree Mahapatra

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ ।

ସେହିପରି କୃଷି ଜାଗରଣ ସଂସ୍ଥା ପାଇଁ ଆଜି ଏକ ବଡ ଖୁସିର ଦିନ l କାରଣ କୃଷି ଜାଗରଣ ପରିବାରରେ ଯୋଗ ଦେଇଥିଲେ ବ୍ରାଜିଲର କୃଷି ବିଶେଷଜ୍ଞ l  ତେବେ କୃଷି ଜାଗରଣ ପରିବାର ସହିତ ଯୋଗ ଦେବା ପରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏହି ନିମନ୍ତ୍ରଣ ପାଇଁ ଏବଂ କୃଷି କ୍ଷେତ୍ରରେ ନିଜର ଅନୁଭୂତି କହିଥିଲେ l

ପ୍ରକାଶ ଥାଉ ଯେ, ଦେଶର କୃଷି ଓ କୃଷକଙ୍କ ପାଇଁ ସର୍ବଦା ଚେଷ୍ଟିତ ଥିବା କୃଷି ଜାଗରଣର ସଂସ୍ଥା ଏବଂ ସମ୍ପାଦକ ଏମ.ସି ଡୋମିନିକଙ୍କ ପ୍ରୟାସକୁ ବ୍ରାଜିଲ ଏମବାସୀର ଏହି ସଦସ୍ୟ ଭୂରି ଭୂରି ପ୍ରଶଂସା ମଧ୍ୟକରିଥିଲେ । ତେବେ ଆଜି ଏହି କାର୍ଯ୍ୟକ୍ରମରେ ବ୍ରାଜିଲ ଏମ୍ବାସିର ଦୁଇ ସଦସ୍ୟ ଯଥା ଆଞ୍ଜେଲୋ ( Angelo (agriculture attache - ministry of agriculture,livestock & food supply of brazil) ଏବଂ ଫ୍ରାଙ୍କ ( Frank (intelligence attache emmbancy of brazil )। ଏଥି ସହ କୃଷି ଜାଗରଣ ଚୌପାଲ ପରିସରରେ ସମସ୍ତଙ୍କ ଦ୍ୱାରା ଦିଆଯାଇଥିବା ବକ୍ତବ୍ୟ କୃଷି ଜାଗରଣର ସମସ୍ତ ସଦସ୍ୟଙ୍କୁ ଉତ୍ସାହ ଯୋଗାଇଥିବା ଦେଖିବାକୁ ମିଳିଥିଲା । କୃଷି ଜାଗରଣ ସଂସ୍ଥାର ମୁଖ୍ୟ ସଂସ୍ଥାପକ ଓ ସମ୍ପାଦକ ଏମସି ଡୋମିନିକ ସ୍ୱାଗତ ଅଭିଭାଷଣ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଏଥିରେ ସଂସ୍ଥାର ଅନ୍ୟ ବରିଷ୍ଠ କର୍ମଚାରୀଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ l

ସେ କହିଛନ୍ତି ଯେ କୃଷି ଜାଗରଣ ( krishi jagran )ଗଣମାଧ୍ୟମର କାର୍ଯ୍ୟ ଯାହା ପ୍ରକୃତରେ କରୁଛି ତାହା ପ୍ରଶଂସନୀୟ । କୃଷି ଜାଗରଣ ଅନ୍ୟ ଗଣମାଧ୍ୟମ(media ) ତୁଳନାରେ ଏପରି ଏକ  ଗଣମାଧ୍ୟମ , ଯାହା କୃଷକ ତଥା କୃଷି କ୍ଷେତ୍ରର ଉନ୍ନତି ପାଇଁ କାର୍ଯ୍ୟ ପାଇଁ ଆଗେଇ ଆସିଛି ଯାହାକି ଅତ୍ୟନ୍ତ  ପ୍ରଶଂସନୀୟ କାର୍ଯ୍ୟ | କୃଷକ ଭାଇମାନଙ୍କ କଲ୍ୟାଣ ପାଇଁ ଏହି କାର୍ଯ୍ୟ କରିଥିବାରୁ କୃଷି ଜାଗରଣ ର ସମସ୍ତ ସଦସ୍ୟଙ୍କୁ  ସେ କୃତଜ୍ଞତା ଜଣାଇଛନ୍ତି । ବର୍ତ୍ତମାନ କୃଷକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଗଣମାଧ୍ୟମ ଚାଷୀଙ୍କ ନିକଟକୁ ଯାଇ ଏସବୁ ଜାଣିବା ଉଚିତ୍ |ସେମାନଙ୍କ ସମସ୍ୟା ବିଷୟରେ ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ସୂଚନା ପ୍ରାପ୍ତ କରନ୍ତୁ | ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରି କୃଷକମାନଙ୍କୁ ଉପଯୁକ୍ତ ସମାଧାନ ଦିଆଯିବା ଉଚିତ ବୋଲି ସେ କହିଛନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)