News

BSKY କୁ ନେଇ କାହିଁକି ଏମିତି କହିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ !

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଚଳିତ ବର୍ଷ ସେପ୍ଟେମ୍ବର ୧୦ ତାରିଖରୁ ପର୍ଯ୍ୟାୟକ୍ରମେ ଏହା କାର୍ଯ୍ୟକାରୀ ହେବ

05 August, 2024 4:46 PM IST By: Tanushree Mahapatra

ବିଜ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବଡ ଖବର । BSKY କାର୍ଡକୁ ନେଇ ଶନିବାର ବଡ ବୟାନ l ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଛନ୍ତି ବଡ଼ ବୟାନ । ବନ୍ଦ ହୋଇଯିବ ବିଏସ୍‌କେଓ୍ବାଇ ସ୍ୱାସ୍ଥ୍ୟ କାର୍ଡ । ତା' ବଦଳରେ ଲୋକଙ୍କୁ ମିଳିବ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ । ଏହା ମଧ୍ୟ ସ୍ୱାସ୍ଥ୍ୟ ଯୋଜନା କାର୍ଡ l ଏହାରି ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବଡ ଖବର ।

BSKY କାର୍ଡକୁ ନେଇ ଶନିବାର ବଡ ବୟାନ ଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ l ବନ୍ଦ ହେବାକୁ ଯାଉଛି ବିଏସ୍‌କେଓ୍ବାଇ କାର୍ଡ । ତା' ବଦଳରେ ରାଜ୍ୟରେ ଲୋକଙ୍କୁ ମିଳିବ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ । ଏହି କାର୍ଡ ମାଧ୍ୟମରେ ଗରିବ ଲୋକ ମାଗଣା ଚିକିତ୍ସା ପାଇବେ l

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଚଳିତ ବର୍ଷ ସେପ୍ଟେମ୍ବର ୧୦ ତାରିଖରୁ ପର୍ଯ୍ୟାୟକ୍ରମେ ଏହା କାର୍ଯ୍ୟକାରୀ ହେବ l ଯାହାର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବା GJAY । ବଜେଟ୍‌ରେ ମଧ୍ୟ ଏ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ । ସରକାର କରିଥିବା ଘୋଷଣା ମୁତାବକ ଏହି ଯୋଜନା ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିଥିବା ସମସ୍ତ BSKY କାର୍ଡ ଜାରି ରହିବ ଜଣ ସାଧାରଣଙ୍କ ପାଇଁ । ପୂର୍ବଭଳି ଯେଉଁ ସମସ୍ତ ହସ୍ପିଟାଲରେ ଏହା କାର୍ଯ୍ୟକାରୀ ଜାରି ରହିବ ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବଜେଟରେ ନୂତନ କରି ପ୍ରଚଳିତ ହେବାକୁ ଯାଉଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟର ସମସ୍ତଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । ପୂର୍ଣ୍ଣ ବଜେଟ ସେପ୍ଟେମ୍ବର ୧୦ରେ ଆଗତ କରାଯିବ । ଏହା ପରେ ପର୍ଯ୍ୟାୟକ୍ରମେ ଏହି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ। ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ନେଇ କହିଛନ୍ତି, ସେପ୍ଟେମ୍ବର ୧୦ ତାରିଖରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ଏହା ହେବା ପରେ ପର୍ଯ୍ୟାୟକ୍ରମେ ଏହାକୁ ଲାଗୁ କରାଯିବ । ପୂର୍ବ ପ୍ରଚଳିତ  BSKY କାର୍ଡ ବଦଳରେ ଜନତାଙ୍କୁ ମିଳିବ ନୂଆ ସ୍ୱାସ୍ଥ୍ୟ କାର୍ଡ । ନୂତନ ଯୋଜନା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ   ସରକାରୀ ଓ ଘରୋଇ ହସ୍ପିଟାଲରେ ଏହି BSKY ଜାରି ରହିବ। ଏ ନେଇ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ l

ଅଧିକ ପଢ଼ନ୍ତୁ

ପ୍ରବଳ ବର୍ଷାରେ ୫୦୦ ଏକର ଚିନାବାଦାମ ଚାଷ ନଷ୍ଟ

ଥାଇରଏଡ ନିୟନ୍ତ୍ରଣ କରିବ ଏହି ହର୍ବାଲ ଡ୍ରିଙ୍କ !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)