News

ନର୍ମଦା ନଦୀକୁ ଖସିଲା ବସ, 13 ମୃତ

ମଧ୍ୟପ୍ରଦେଶ ଛାତି ଥରା ଦୁର୍ଘଟଣା । ର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି । ନଦୀରେ ଏବେ ଜାରି ରହିଛି ସର୍ଚ୍ଚ ଅପରେସନ ।

18 July, 2022 3:56 PM IST By: Shuvanshu Kar

ମଧ୍ୟପ୍ରଦେଶ ଛାତି ଥରା ଦୁର୍ଘଟଣା(Accident)। ଧାର ଜିଲ୍ଲାର ଖାଲଘାଟରେ ସୋମବାର ଏକ ବସ ପୋଲର ରେଲିଂରେ ପିଟି ହୋଇ ନର୍ମଦା ନଦୀ(Narmada rever)ରେ ଖସିପଡିଛି । ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି । ନଦୀରେ ଏବେ ଜାରି ରହିଛି ସର୍ଚ୍ଚ ଅପରେସନ । ଦୁର୍ଘଟଣାଗ୍ରସ୍ତ ବସକୁ ନଦୀରୁ ବାହାରି କରାଯାଇସାରିଛି ।

ସୂଚନା ଅନୁଯାୟୀ, ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ଏକ ବସ ଖାଲଘାଟରେ ନର୍ମଦା ନଦୀ ଉପରେ ନିର୍ମିତ ପୋଲରୁ ଖାସିପଡିଥିଲା । ବସଟି ପ୍ରଥମେ ଭାରସାମ୍ୟ ହରାଇ ପୋଲର ରେଲିଂରେ ପିଟି ହେବା ପରେ ତଳକୁ ଖସିପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏହି ପୋଲ ଧାର ଓ ଖରଗୋନ ଜିଲ୍ଲାର ସୀମାରେ ଥିବା ଜାତୀୟ ରାଜପଥ 3(ଆଗ୍ରା ମୁମ୍ବାଇ ରୋଡ)ରେ ଅବସ୍ଥିତ ।

ପୋଲିସର କହିବାନୁଯାୟୀ, ଇନ୍ଦୋରରୁ ବାହାରିବା ସମୟରେ ଏହି ବସରେ ଡ୍ରାଇଭର ସମେତ 13 ଜଣ ଯାତ୍ରା କରୁଥିଲେ । ଜଣେ କି ଦୁଇ ଜଣ ରାସ୍ତାରୁ ଉଠିଥିଲେ । ତେବେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଯଦି କେହି ନିଖୋଜ ଥିବେ ତେବେ ସର୍ଚ୍ଚ ଅପରେସନରେ ଖୋଜାଯିବ ବୋଲି ସୂଚନା ଦିଆଯାଇଛି ।

ଦୁର୍ଘଟଣା ସମୟରେ ବସରେ କେତେ ଯାତ୍ରୀ ଥିଲେ, ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ନଦୀକୁ ଖସିପଡିବା ପୂର୍ବରୁ ବସ ସର୍ବପ୍ରଥମେ ଏକ ଚଟାଣ ଉପରେ ପିଟି ହୋଇଥିଲା । ଏହାପରେ ଖଣ୍ଡଖଣ୍ଡ ହୋଇ ନଦୀରେ ପଡିଥିଲା ବସ । ଏହାପରେ ପୋଲିସକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଯେଉଁ ମୃତଦେହକୁ କାଢିଥିଲେ, ସେମାନେ ସମସ୍ତେ ବସ ଭିତରେ ହିଁ ଫସି ରହିଥିଲେ । ତେବେ ବସରେ ଥିବା ଜଣେ କି ଦୁଇ ଜଣ ଭାସିଯାଇଥିବା ଆଶଙ୍କା କରାଯାଉଛି ।

ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିଜନଙ୍କୁ 4 ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ଘୋଷଣା କରାଯାଇଛି । ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମୃତ ଦେହଗୁଡିକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା ହେଉଛି ।

ସେପଟେ ମହାରାଷ୍ଟ୍ର ସରକାର ମଧ୍ୟ ଦୁର୍ଘଟଣା ପ୍ରାଣ ହରାଇଥିବା ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହ 10 ଲକ୍ଷ ଲେଖାଏଁ ଘୋଷଣା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମଧ୍ୟ 2 ଲକ୍ଷ ଲେଖାଏଁ ଟଙ୍କା ମୃତଙ୍କ ପରିଜନଙ୍କୁ ଘୋଷଣା କରାଯାଇଛି ।

ଘାଟିକୁ ଓଲଟିଲା ବସ, 16 ମୃତ

ଛାତିଥରା ଘଟଣା ! ଟ୍ରକରୁ ମିଳିଲା 46 ମୃତଦେହ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)