News

କ୍ଷେତରେ ଫଳୁଛି ସବୁଜ, ହଳଦିଆ ଓ ଗୋଲାପୀ ରଙ୍ଗର ଫୁଲ କୋବି

ବଣାଇ : ଶୀତୁଆ ସକାଳରେ କ୍ଷେତରେ ଖେଳୁଛି ସବୁଜ, ହଳଦିଆ ଓ ପିଙ୍କ ରଙ୍ଗର ଫୁଲ କୋବି। ଇଣ୍ଟରନେଟ୍‌ରୁ କୋବି ଚାଷର ଫର୍ମୁଲା ପାଇ ନିଜ କ୍ଷେତରେ ପ୍ରୟୋଗ କରିଛନ୍ତି ଯୁବ ଚାଷୀ ଉତ୍ତମ ସାହୁ। ଆଉ ବଜାରରେ ଏହି କୋବିର ଚାହିଦା ଭଲ ଥିବାରୁ ଭଲ ରୋଜଗାର ମଧ୍ୟ କରୁଛନ୍ତି। ଏହି ଯୁବ ଚାଷୀ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଉତ୍ତମ ସାହୁ।

19 January, 2021 10:08 AM IST By: KJ Staff

ବଣାଇ : ଶୀତୁଆ ସକାଳରେ କ୍ଷେତରେ ଖେଳୁଛି ସବୁଜ, ହଳଦିଆ ଓ ପିଙ୍କ ରଙ୍ଗର ଫୁଲ କୋବି। ଇଣ୍ଟରନେଟ୍‌ରୁ କୋବି ଚାଷର ଫର୍ମୁଲା ପାଇ ନିଜ କ୍ଷେତରେ ପ୍ରୟୋଗ କରିଛନ୍ତି ଯୁବ ଚାଷୀ ଉତ୍ତମ ସାହୁ। ଆଉ ବଜାରରେ ଏହି କୋବିର ଚାହିଦା ଭଲ ଥିବାରୁ ଭଲ ରୋଜଗାର ମଧ୍ୟ କରୁଛନ୍ତି। ଏହି ଯୁବ ଚାଷୀ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଉତ୍ତମ ସାହୁ।

ତଳିତ ଗାଁର ଉତ୍ତମ ସାହୁ କୃଷି ବିଭାଗର ଜଣେ କର୍ମଚାରୀ। ଥରେ ମୋବାଇଲ୍‌ରେ ଖେଳାଉ ଖେଳାଉ ତାଙ୍କ ନଜରରେ ପଡ଼ିଲା ସବୁଜ, ହଳଦୀଆ ଓ ବାଇଗଣୀ ରଙ୍ଗ ଫୁଲ କୋବି ଉପରେ। ଏହା ପରେ ଉତ୍ତମ ଏନେଇ ନିଜ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ତା’ପରେ ତିନି ପ୍ରକାର ମଞ୍ଜି ଆଣି ନିଜ ବାପାଙ୍କୁ ଦେଇଥିଲେ।

ଉତ୍ତମଙ୍କ ବାପା ସେହି ବିହନକୁ ନିଜ କ୍ଷେତରେ ପ୍ରୟୋଗ କରିଥିଲେ। ଆଉ ଏବେ ବାଡ଼ିରେ ଖିଲି ଖିଲି ହୋଇ ହସୁଛି ୩ ପ୍ରକାର ଫୁଲ କୋବି। ଉତ୍ତମଙ୍କ ବାଡ଼ିରେ ବର୍ତ୍ତମାନ ୪ରୁ ୫ ହଜାର କୋବି ଫଳିଛି। ଏହି କୋବିର ଔଷଧୀୟ ଗୁଣ ଥିବାରୁ ବଜାରରେ ଚାହିଦା ମଧ୍ୟ ରହିଛି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)