News

କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ୍ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୨୦୨୪ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଞ୍ଜୁର କରିଛନ୍ତି । ୨୦୨୪ ଋତୁ ପାଇଁ ଧାର୍ଯ୍ୟ ଏମଏସପିରେ ପୂର୍ବ ଋତୁ ତୁଳନାରେ ମିଲିଂ କୋପ୍ରା ପାଇଁ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ଏବଂ ବଲ୍ କୋପ୍ରା ପାଇଁ କ୍ୱିଣ୍ଟାଲ ପିଛା ୨୫୦ ଟଙ୍କା ବୃଦ୍ଧି କରାଯାଇଛି ।

28 December, 2023 11:54 AM IST By: Tanushree Mahapatra

୨୦୨୪ ଋତୁ ପାଇଁ ମିଲିଂ କୋପ୍ରାର ଉପଯୁକ୍ତ ହାରାହାରୀ ଗୁଣବତ୍ତା ପାଇଁ ଏମଏସପି କ୍ୱିଣ୍ଟାଲ ପିଛା ୧୧,୧୬୦ ଟଙ୍କା ଏବଂ ବଲ୍ କୋପ୍ରା ପାଇଁ କ୍ୱିଣ୍ଟାଲ ପିଛା ୧୨,୦୦୦/- ଟଙ୍କା ଧାର୍ଯ୍ୟ କରାଯାଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୨୦୨୪ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଞ୍ଜୁର କରିଛନ୍ତି । ୨୦୨୪ ଋତୁ ପାଇଁ ଧାର୍ଯ୍ୟ ଏମଏସପିରେ ପୂର୍ବ ଋତୁ ତୁଳନାରେ ମିଲିଂ କୋପ୍ରା ପାଇଁ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ଏବଂ ବଲ୍ କୋପ୍ରା ପାଇଁ କ୍ୱିଣ୍ଟାଲ ପିଛା ୨୫୦ ଟଙ୍କା ବୃଦ୍ଧି କରାଯାଇଛି । କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନ କରିବା ପାଇଁ ସରକାର ୨୦୧୮-୧୯ର କେନ୍ଦ୍ର ବଜେଟରେ ଘୋଷଣା କରିଥିଲେ ଯେ ସମସ୍ତ ବାଧ୍ୟତାମୂଳକ ଫସଲର ଏମଏସପି ସର୍ବଭାରତୀୟ ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସ୍ତରରେ ସ୍ଥିର କରାଯିବ । ୨୦୨୪ ଋତୁ ପାଇଁ ମିଲିଂ କୋପ୍ରାର ଉପଯୁକ୍ତ ହାରାହାରୀ ଗୁଣବତ୍ତା ପାଇଁ ଏମଏସପି କ୍ୱିଣ୍ଟାଲ ପିଛା ୧୧,୧୬୦ ଟଙ୍କା ଏବଂ ବଲ୍ କୋପ୍ରା ପାଇଁ କ୍ୱିଣ୍ଟାଲ ପିଛା ୧୨,୦୦୦/- ଟଙ୍କା ଧାର୍ଯ୍ୟ କରାଯାଇଛି।

ଏହା ଦ୍ୱାରା ମିଲିଂ କୋପ୍ରା ପାଇଁ ୫୧.୮୪ ପ୍ରତିଶତ ଏବଂ ବଲ୍ କୋପ୍ରା ପାଇଁ ୬୩.୨୬ ପ୍ରତିଶତ ଲାଭ ସୁନିଶ୍ଚିତ ହେବ, ଯାହା କି ସର୍ବଭାରତୀୟ ଭାରପ୍ରାପ୍ତ ହାରାହାରୀ ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣରୁ ଅଧିକ। ମିଲିଂ କୋପ୍ରା ବା ଶୁଖିଲା ଖଣ୍ଡ ନଡ଼ିଆ ଶସ ତେଲ ବାହାର କରିବା ପାଇଁ ବ୍ୟବହୃତ ହୁଏ, ଅନ୍ୟପଟେ ଶୁଖିଲା ଗୋଲାକୃତି ନଡ଼ିଆ ଶସ ବା ବଲ/ଖାଇବା କୋପ୍ରାକୁ ଶୁଖିଲା ଫଳ ଭାବରେ ସେବନ କରାଯାଏ ଏବଂ ଧାର୍ମିକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। କେରଳ ଏବଂ ତାମିଲନାଡୁ ମିଲିଂ କୋପ୍ରାର ମୁଖ୍ୟ ଉତ୍ପାଦନକାରୀ ହୋଇଥିବା ବେଳେ ବଲ୍ କୋପ୍ରା ମୁଖ୍ୟତଃ କର୍ଣ୍ଣାଟକରେ ଉତ୍ପାଦିତ ହୁଏ।

କେନ୍ଦ୍ର ସରକାର ବିଗତ ୧୦ ବର୍ଷ ମଧ୍ୟରେ ଲଗାତର ଭାବେ କୋପ୍ରାର ଏମଏସପି ବୃଦ୍ଧି ଜାରି ରଖିଛନ୍ତି । ୨୦୧୪-୧୫ରେ ମିଲିଂ କୋପ୍ରା ଓ ବଲ୍ କୋପ୍ରାର ଏମ୍‌ଏସ୍‌ପି ଯଥାକ୍ରମେ କୁଇଣ୍ଟାଲ ପିଛା ୫୨୫୦ ଟଙ୍କା ଓ କ୍ୱିଣ୍ଟାଲ ପିଛା ୫୫୦୦ ଟଙ୍କା ତୁଳନାରେ ୨୦୨୪-୨୫ରେ ଯଥାକ୍ରମେ ୧୧୩ ପ୍ରତିଶତ ଓ ୧୧୮ ପ୍ରତିଶତ ବୃଦ୍ଧି କରି କ୍ୱିଣ୍ଟାଲ ପିଛା ୧୧,୧୬୦ ଟଙ୍କା ଓ ୧୨,୦୦୦ ଟଙ୍କାରେ ଧାର୍ଯ୍ୟ କରିଛନ୍ତି। ଅଧିକ ଏମଏସପି କେବଳ ନଡ଼ିଆ ଚାଷୀଙ୍କୁ ଉତ୍ତମ ଲାଭଦାୟକ ଲାଭ ସୁନିଶ୍ଚିତ କରିବ ନାହିଁ ବରଂ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ନଡ଼ିଆ ଉତ୍ପାଦର ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ କୃଷକମାନଙ୍କୁ କୋପ୍ରା ଉତ୍ପାଦନ ସମ୍ପ୍ରସାରଣ କରିବାକୁ ପ୍ରୋତ୍ସାହିତ କରିବ ।

ଚଳିତ ଋତୁ ୨୦୨୩ରେ ସରକାର ୧,୪୯୩ କୋଟି ଟଙ୍କା ବ୍ୟୟରେ ୧.୩୩ ଲକ୍ଷ ମେଟ୍ରିକ୍ ଟନ୍‌ରୁ ଅଧିକ କୋପ୍ରା କ୍ରୟ କରିଛନ୍ତି, ଯାହାଦ୍ୱାରା ପ୍ରାୟ ୯୦,୦୦୦ କୃଷକ ଉପକୃତ ହୋଇଛନ୍ତି । ପୂର୍ବ ଋତୁ (୨୦୨୨) ତୁଳନାରେ ଚଳିତ ଋତୁ ୨୦୨୩ରେ ୨୨୭ ପ୍ରତିଶତ ଅଧିକ କୋପ୍ରା କିଣାଯାଇଛି । ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଭାବରେ ମୂଲ୍ୟ ସମର୍ଥନ ଯୋଜନା ଅଧୀନରେ କୋପ୍ରା ଏବଂ ଚୋପାଛଡ଼ା ନଡ଼ିଆ କିଣିବା ଜାରି ରଖିବେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)