News

ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ

ଭିତ୍ତିଭୂମି ସହାୟତା ନର୍ସରୀଗୁଡ଼ିକୁ ସ୍ୱଚ୍ଛ ବୃକ୍ଷରୋପଣ ସାମଗ୍ରୀର ଦକ୍ଷତାର ସହ ପ୍ରଚାର କରିବାରେ ସକ୍ଷମ କରିବ....

12 August, 2024 12:33 PM IST By: Tanushree Mahapatra

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତାବିତ ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମକୁ ଅନୁମୋଦନ ମିଳିଛି । ୧,୭୬୫.୬୭ କୋଟି ଟଙ୍କାର ଯଥେଷ୍ଟ ପୁଞ୍ଜିନିବେଶ ସହିତ ଏହି ଅଗ୍ରଣୀ ପଦକ୍ଷେପ ଭାରତରେ ଉଦ୍ୟାନ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଏବଂ ଉତ୍କର୍ଷତା ଏବଂ ସ୍ଥାୟୀତା ପାଇଁ ନୂତନ ମାନଦଣ୍ଡ ସ୍ଥାପିତ କରିବ ବୋଲି ଆଶା କରାଯାଉଛି । ଫେବୃଆରୀ ୨୦୨୩ରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣରେ ଘୋଷଣା କରାଯାଇଥିବା ସିପିପି ସମଗ୍ର ଦେଶରେ ଫଳ ଜାତୀୟ ଫସଲର ଗୁଣବତ୍ତା ଏବଂ ଉତ୍ପାଦକତା ବୃଦ୍ଧି ଦିଗରେ ଏକ ବଡ଼ ପଦକ୍ଷେପ ।

ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମର ପ୍ରମୁଖ ଲାଭ :

କୃଷକ : ସିପିପି ଭୂତାଣୁ ମୁକ୍ତ, ଉନ୍ନତ ମାନର ବୃକ୍ଷରୋପଣ ନିମନ୍ତେ ସାମଗ୍ରୀ ଉପଲବ୍ଧ କରାଇବ, ଯାହା ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଆୟ ସୁଯୋଗରେ ଉନ୍ନତି ହେବ ।

ନର୍ସରୀ : ସୁବ୍ୟବସ୍ଥିତ ପ୍ରମାଣୀକରଣ ପ୍ରକ୍ରିୟା ଏବଂ ଭିତ୍ତିଭୂମି ସହାୟତା ନର୍ସରୀଗୁଡ଼ିକୁ ସ୍ୱଚ୍ଛ ବୃକ୍ଷରୋପଣ ସାମଗ୍ରୀର ଦକ୍ଷତାର ସହ ପ୍ରଚାର କରିବାରେ ସକ୍ଷମ କରିବ, ଅଭିବୃଦ୍ଧି ଏବଂ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବ ।

ଉପଭୋକ୍ତା : ଏହି ପଦକ୍ଷେପ ଯେପରି ଗ୍ରାହକମାନେ ଭୂତାଣୁ ମୁକ୍ତ ଉତ୍ତମ ଉତ୍ପାଦ, ଯାହା ଫଳର ସ୍ୱାଦ, ରୂପ ଏବଂ ପୁଷ୍ଟିକର ଗୁଣ ବୃଦ୍ଧି କରିବ , ସେଥିରୁ ଉପକୃତ ହେବେ ତାହା ସୁନିଶ୍ଚିତ କରିବ ।

ରପ୍ତାନି : ଉନ୍ନତ ମାନର, ରୋଗମୁକ୍ତ ଫଳ ଉତ୍ପାଦନ କରି ଭାରତ ଏକ ଅଗ୍ରଣୀ ବିଶ୍ୱ ରପ୍ତାନିକାରୀ ଭାବରେ ନିଜର ସ୍ଥିତି ସୁଦୃଢ଼ କରିବ, ବଜାର ସୁଯୋଗ ବୃଦ୍ଧି କରିବ ଏବଂ ଅନ୍ତର୍ଜାତୀୟ ଫଳ ବ୍ୟବସାୟରେ ଏହାର ଭାଗୀଦାରୀ ବୃଦ୍ଧି କରିବ । ଏହି କାର୍ଯ୍ୟକ୍ରମ ସମସ୍ତ କୃଷକମାନଙ୍କ ପାଇଁ ସେମାନଙ୍କର ଜମି ଧାରଣ ଆକାର କିମ୍ବା ସାମାଜିକ - ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ସ୍ୱଚ୍ଛ ଉଦ୍ଭିଦ ସାମଗ୍ରୀର ସୁଲଭ ଉପଲବ୍ଧତାକୁ ପ୍ରାଥମିକତା ଦେବ । ଏହି କାର୍ଯ୍ୟକ୍ରମ ମହିଳା କୃଷକମାନଙ୍କୁ ଏହାର ଯୋଜନା ଏବଂ କାର୍ଯ୍ୟକାରିତାରେ ସକ୍ରିୟ ଭାବରେ ନିୟୋଜିତ କରିବ, ସମ୍ବଳ, ପ୍ରଶିକ୍ଷଣ ଏବଂ ନିଷ୍ପତ୍ତି ନେବାର ସୁଯୋଗ ସୁନିଶ୍ଚିତ କରିବ । ଏହି କାର୍ଯ୍ୟକ୍ରମ ଅଞ୍ଚଳ ଭିତ୍ତିକ ସ୍ୱଚ୍ଛ ଉଦ୍ଭିଦ ପ୍ରଜାତି ଏବଂ ଜ୍ଞାନକୌଶଳର ବିକାଶ କରି ସମଗ୍ର ଭାରତରେ ବିଭିନ୍ନ କୃଷି ଜଳବାୟୁ ପରିସ୍ଥିତିର ସମାଧାନ କରିବ ।

ସିପିପିର ମୁଖ୍ୟ ଉପାଦାନ :

ସ୍ୱଚ୍ଛ ଉଦ୍ଭିଦ କେନ୍ଦ୍ର (ସିପିସି) : ଉନ୍ନତ ନୈଦାନିକ ଚିକିତ୍ସା ବିଜ୍ଞାନ ଏବଂ ଟିସୁ କଲଚର ଲ୍ୟାବ୍ ସହିତ ସଜ୍ଜିତ ୯ଟି ବିଶ୍ୱସ୍ତରୀୟ ଅତ୍ୟାଧୁନିକ ସିପିସି ସମଗ୍ର ଭାରତରେ ପ୍ରତିଷ୍ଠା କରାଯିବ । ସେଗୁଡ଼ିକ ମଧ୍ୟରେ ଅଙ୍ଗୁର (ଏନଆରସି, ପୁଣେ), ସମଶୀତୋଷ୍ଣ ଫଳ - ସେଓ, ବାଦାମ, ଅଖରୋଟ ଇତ୍ୟାଦି (ସିଆଇଟିଏଚ, ଶ୍ରୀନଗର ଏବଂ ମୁକ୍ତେଶ୍ୱର), ଖଟା ଜାତୀୟ ଫଳ (ସିସିଆରଆଇ, ନାଗପୁର ଏବଂ ସିଆଇଏଏଏଚ, ବିକାନେର), ଆମ୍ବ / ପିଜୁଳି / ଆଭାକାଡୋ (ଆଇଆଇଏଚଆର, ବେଙ୍ଗାଲୁରୁ), ଆମ୍ବ / ପିଜୁଳି / ଲିଚୁ (ସିଆଇଏସଏଚ, ଲକ୍ଷ୍ନୌ), ଡାଳିମ୍ବ (ଏନଆରସି, ସୋଲାପୁର) ଏବଂ ପୂର୍ବ ଭାରତର ଟ୍ରପିକାଲ / ସବ୍‌- ଟ୍ରପିକାଲ ଫଳ ଗୁଡିକ ଅନ୍ତର୍ଭୁକ୍ତ । ଏହି କେନ୍ଦ୍ରଗୁଡ଼ିକ ବୃହତ ପ୍ରସାର ପାଇଁ ଉଦ୍ଦିଷ୍ଟ ଭୂତାଣୁ ମୁକ୍ତ ରୋପଣ ସାମଗ୍ରୀ ଉତ୍ପାଦନ ଏବଂ ରକ୍ଷଣାବେକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ପ୍ରମାଣନ ଏବଂ ଆଇନଗତ ଢାଂଚା : ବିହନ ଅଧିନିୟମ ୧୯୬୬ ଅଧୀନରେ ଏକ ନିୟାମକ ଢାଞ୍ଚା ଦ୍ୱାରା ଏକ ସୁଦୃଢ଼ ପ୍ରମାଣୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ, ଯାହା ଦ୍ରବ୍ୟ ଉତ୍ପାଦନ ଏବଂ ବିକ୍ରୟରେ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱକୁ ଏବଂ ଏହା ସମ୍ପର୍କରେ ଜାଣିବାର କ୍ଷମତାକୁ ସୁନିଶ୍ଚିତ କରିବ ।

ଉନ୍ନତ ଭିତ୍ତିଭୂମି : ଭିତ୍ତିଭୂମି ସଂରଚନାର ବିକାଶ ପାଇଁ ବୃହତ ସ୍ତରର ନର୍ସରୀଗୁଡ଼ିକୁ ସହାୟତା ପ୍ରଦାନ କରାଯିବ, ସ୍ୱଚ୍ଛ ବୃକ୍ଷରୋପଣ ସାମଗ୍ରୀର କୁଶଳୀ ଗୁଣୀକରଣକୁ ସୁଗମ କରାଯିବ ।

ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମ ମିଶନ ଏଲଆଇଏଫଇ ଏବଂ ୱାନ ହେଲ୍‌ଥ ଇନିସିଏଟିଭ୍ (ଏକ ସ୍ୱାସ୍ଥ୍ୟ ପଦକ୍ଷେପ) ସହିତ ଯୋଡ଼ି ହୋଇ ଭାରତର ଉଦ୍ୟାନ କୃଷି କ୍ଷେତ୍ରକୁ ଉଲ୍ଲେଖନୀୟ ଭାବରେ ପ୍ରୋତ୍ସାହିତ କରିବ । ଏହା ସ୍ଥାୟୀ ଏବଂ ପରିବେଶ ଅନୁକୂଳ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବ ଏବଂ ଆମଦାନୀ ହୋଇଥିବା ରୋପଣ ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ କରିବ । ଭାରତକୁ ଫଳର ଏକ ଅଗ୍ରଣୀ ବିଶ୍ୱ ରପ୍ତାନୀକାରୀ ଭାବରେ ପ୍ରତିଷ୍ଠିତ କରିବା ଏବଂ ସମଗ୍ର କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ଜାତୀୟ ଉଦ୍ୟାନ କୃଷି ବୋର୍ଡ ଏବଂ ଇଣ୍ଡିକାନ୍ କାଉନସିଲ୍ ଅଫ୍ ଏଗ୍ରିକଲଚରାଲ୍ ରିସର୍ଚ୍ଚ (ଆଇସିଏଆର) ସହଯୋଗରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ।

ଅଧିକ ପଢ଼ନ୍ତୁ

୧୦୯ ଉଚ୍ଚ ଉତ୍ପାଦନକ୍ଷମ ଏବଂ ଜଳବାୟୁ ସହନଶୀଳ ପ୍ରଜାତି ଫସଲ ଜାରି

ମଧ୍ୟବିତ୍ତ ପରିବାରଙ୍କ ପାଇଁ ନିର୍ମାଣ ହେବ ୧ କୋଟି ଘର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)