News

ବାଣିଜ୍ୟିକ କୋଇଲା ବ୍ଲକର ଉତ୍ପାଦନ 79 ପ୍ରତିଶତ ବୃଦ୍ଧି

ବର୍ତ୍ତମାନ ସମୁଦାୟ 36 କ୍ୟାପଟିଭ୍ ଏବଂ ବାଣିଜ୍ୟିକ ଖଣିରୁ କୋଇଲା ଉତ୍ପାଦନ ହେଉଛି। ସେହିପରି ଆଶା କରାଯାଉଛି ଯେ ଚଳିତ ବର୍ଷ ଅତି କମରେ ଆଉ 12 ଟି ନୂଆ ଖଣିରେ ଉତ୍ପାଦନ ଆରମ୍ଭ ହୋଇଯିବ।

09 July, 2022 11:04 AM IST By: Shuvanshu Kar

କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏବଂ ମନୋନୀତ କର୍ତ୍ତୃପକ୍ଷ 6 ଜୁଲାଇ 2022 ରେ ପ୍ରକଳ୍ପ ପ୍ରସ୍ତାବକଙ୍କ ଉପସ୍ଥିତିରେ ଆର୍ଥିକ ବର୍ଷ 2022-23 ର ପ୍ରଥମ ତିନିମାସ ମଧ୍ୟରେ କୋଇଲା ବ୍ଲକ୍‌( coal blocks ) ଗୁଡ଼ିକର ଉତ୍ପାଦନ ସମୀକ୍ଷା କରିଛନ୍ତି । ପ୍ରଥମ ତିନିମାସ ସମୟରେ ସମୁଦାୟ 27.7 ମିଲିୟନ ଟନ୍ କୋଇଲା ଉତ୍ପାଦନ(coal production) ହୋଇଛି। ଏହା ଆର୍ଥିକ ବର୍ଷ 2021-22 ର ସମାନ ଅବଧିରେ ଉତ୍ପାଦିତ 15.5 ମିଲିୟନ ଟନ କୋଇଲାରୁ 79 ପ୍ରତିଶତ ଅଧିକ ଅଟେ।

ମନ୍ତ୍ରଣାଳୟ କୋଇଲା ଉତ୍ପାଦନ(coal production)ରେ ଏତେ ଅଧିକ ବୃଦ୍ଧି କରିଥିବାରୁ କୋଇଲା ବ୍ଲକ୍ ଆବଣ୍ଟକମାନଙ୍କର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ଏହା ସହିତ, ଏହା ଆଶା କରିଛନ୍ତି ଯେ ଆର୍ଥିକ ବର୍ଷ 2022-23 ର ଦ୍ବିତୀୟ ତ୍ରୟମାସରେ କୋଇଲା ବ୍ଲକ୍ ରୁ 32 ମିଲିୟନ ଟନ୍ ଉତ୍ପାଦନର ଲକ୍ଷ ପ୍ରାପ୍ତ କରାଯିବ। ଏହା ବ୍ୟତୀତ ଏହାର ପ୍ରଶଂସା କରାଯିବା ସହିତ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ବାଣିଜ୍ୟିକ ନିଲାମୀ ସଂସ୍କାର ଅନ୍ତର୍ଗତ 2021 ରେ ନିଲାମ କରାଯାଇଥିବା ଦୁଇଟି ଖଣି କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଏଥିରୁ ପ୍ରଥମ ତ୍ରୟମାସରେ 1.57 ନିୟୁତ ଟନ୍ ର ଉତ୍ପାଦନ କରାଯାଇଛି।

ବର୍ତ୍ତମାନ ସମୁଦାୟ 36 କ୍ୟାପଟିଭ୍ ଏବଂ ବାଣିଜ୍ୟିକ ଖଣିରୁ କୋଇଲା ଉତ୍ପାଦନ ହେଉଛି। ସେହିପରି ଆଶା କରାଯାଉଛି ଯେ ଚଳିତ ବର୍ଷ ଅତି କମରେ ଆଉ 12ଟି ନୂଆ ଖଣିରେ ଉତ୍ପାଦନ ଆରମ୍ଭ ହୋଇଯିବ। ଏହା ଦେଶରେ କୋଇଲାର ଚାହିଦାକୁ ପୂରଣ କରିବାରେ ନିଜର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ।

ଏହା ବ୍ୟତୀତ ପ୍ରକଳ୍ପ ପ୍ରସ୍ତାବକ ନିଜର ପ୍ରଚେଷ୍ଟା ଏବଂ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ମଧ୍ୟ ସୂଚନା ପ୍ରଦାନ କଲେ। ସେହିପରି କୋଇଲା ମନ୍ତ୍ରଣାଳୟ ଏହି ବିଷୟର ସମାଧାନରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଆଶ୍ବାସନା ପ୍ରଦାନ କରିଛନ୍ତି ।

PM Gati Shakti:ଓଡିଶା ଓ ଝାଡଖଣ୍ଡରେ ନିର୍ମିତ ହେବ 4 ପ୍ରକଳ୍ପ

ପାରାଦୀପ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହେବ ୩୦୦୪ କୋଟି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)