News

ବିଶାଖାପାଟନରୁ କେନ୍ଦ୍ର କୃଷିମନ୍ତ୍ରଣାଳୟର ଅଧିକାରୀ ଗିରଫ

ଲାଞ୍ଚ ନେବା ମାମଲାରେ ସିବିଆଇ ଶନିବାର କେନ୍ଦ୍ର ସରକାଙ୍କ ଉଦ୍ଭିଦ ସୁରକ୍ଷା ନିର୍ଦ୍ଦେଶାଳୟ ଓ ସଂରକ୍ଷଣ ବିଭାଗର ଉଦ୍ଭିଦ ସୁରକ୍ଷା ଅଧିକାରୀଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ଗିରଫ କରିଛି ।

17 July, 2022 11:31 AM IST By: Shuvanshu Kar

କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟର ଉଦ୍ଭିଦ ସୁରକ୍ଷା ଅଧିକାରୀ(Plant Protection Officer)ଙ୍କୁ ଗିରଫ କରିଛି ସିବିଆଇ(CBI)। ଲାଞ୍ଚ ନେବା ମାମଲାରେ ସିବିଆଇ ଶନିବାର କେନ୍ଦ୍ର ସରକାଙ୍କ ଉଦ୍ଭିଦ ସୁରକ୍ଷା ନିର୍ଦ୍ଦେଶାଳୟ ଓ ସଂରକ୍ଷଣ ବିଭାଗର ଉଦ୍ଭିଦ ସୁରକ୍ଷା ଅଧିକାରୀଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ଗିରଫ କରିଛି । ଅଧିକାରୀଙ୍କ ସହ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଅଭିଯୁକ୍ତମାନେ ହେଉଛନ୍ତି ଉଦ୍ଭିଦ ସୁରକ୍ଷା ଅଧିକାରୀ ଆର ପଦ୍ମ ସିଂ, ବିଶାଖାପାଟନମରେ ଥିବା Exim Logistics Pvt Ltd ରିଜିଓନାଲ ମ୍ୟାନେଜର ଆଥୀ ବୁଲି ରେଡ୍ଡିଆ (ମୁରଲୀ), ବିଶାଖାପାଟନମର Quality Fumigation & Pest Control Services ର ମାଲିକ ଏସ୍ ଶିବ ରାମ ଗୁପ୍ତା ଏବଂ ମାଇଲା ଶ୍ରୀକୃଷ୍ଣ ବର୍ମା ।

ସିବିଆଇ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ପ୍ଲାଣ୍ଟ ପ୍ରୋଟେକସନ ଅଫିସରଙ୍କ ସମେତ ବିଶାଖାପାଟନମରେ ଘରୋଇ କମ୍ପାନୀର ଆଞ୍ଚଳିକ ପରିଚାଳକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ସିବିଆଇ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ସାମଗ୍ରୀ ରପ୍ତାନି ନେଇ ଫାଇଟୋସାନିଟାରୀ ସାର୍ଟିଫିକେଟ୍ ପ୍ରଦାନ ପାଇଁ CHA, ଫୁମିଗେଟର୍ସ ଏବଂ ସିପିଂ ଏଜେଣ୍ଟମାନଙ୍କ ଠାରୁ ବିପୁଳ ପରିମାଣର ଲାଞ୍ଚ ଦାବି କରୁଥିଲେ ଉଦ୍ଭିଦ ସୁରକ୍ଷା ଅଧିକାରୀ ଆର ପଦ୍ମ ସିଂ ।

ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ବିଚାରାଧୀନ ଆବେଦନ କ୍ଲିୟର କରିବା ଏବଂ କୃଷିଜାତ ଦ୍ରବ୍ୟର ଆମଦାନୀ / ରପ୍ତାନି ସାମଗ୍ରୀ ରିଲିଜ କରିବା ପାଇଁ କଷ୍ଟମ୍ସକୁ ଅନୁକୂଳ ପ୍ରମାଣପତ୍ର ପ୍ରଦାନ କରିବାରେ ବିଶାଖାପାଟନମ୍ ସ୍ଥିତ ଏକ ଘରୋଇ କମ୍ପାନୀର ଆଞ୍ଚଳିକ ପରିଚାଳକଙ୍କ ଠାରୁ ସରକାରୀ କର୍ମଚାରୀ ବେଆଇନ ଭାବରେ ଅର୍ଥ ଦାବି କରୁଥିଲେ ।

ବିବୃତ୍ତି ଅନୁଯାୟୀ ସିବିଆଇ ଆର ପଦ୍ମ ସିଂ ଏବଂ ଆଥୀ ବୁଲୀ ରେଡ୍ଡିଆଙ୍କ ଠାରୁ ରେଡହ୍ୟାଣ୍ଡେଡ 6,000 ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରାଯିବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

ଅଭିଯୁକ୍ତଙ୍କମାନଙ୍କ ବିଶାଖାପାଟନମ୍, କାକିନାଡା, ରୁରକିରେ ଥିବା ବିଭିନ୍ନ ଠିକଣାରେ ରେଡ କରାଯାଇଥିଲା । ଏହି ରେଡରୁ ଅଧିକାରୀଙ୍କ ପାଖରୁ ପାଖାପାଖି 1,29,63,450 ଟଙ୍କା ଏବଂ ତାଙ୍କ ସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ଠିକଣାରୁ 56,86,000 ଟଙ୍କା ଜବତ ହୋଇଥିଲା । କେତେକ ନିର୍ଦ୍ଦିଷ୍ଟ ଜରୁରୀ ଦଲିଲ ମଧ୍ୟ ଜବତ କରାଯାଇଛି ।

ଅପରେସନ ନାର୍କୋସକୁ ବଡ ସଫଳତା, ଜବତ ହେଲା 7 କୋଟିର ନିଶାଦ୍ରବ୍ୟ

ଦେଶର ୧୪ଟି ସ୍ଥାନରେ ୪୨,୦୦୦ କିଗ୍ରା ନିଶା ଦ୍ରବ୍ୟ ନଷ୍ଟକଲା CBIC

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)