News

କାହିଁକି ଆମାଜନକୁ ଲକ୍ଷେ ଟଙ୍କାର ଜରିମାନା? ଜାଣନ୍ତୁ...

ଇ - କମର୍ସ ପ୍ଲାଟଫର୍ମ ଆମାଜନ୍‌କୁ ଲକ୍ଷେ ଟଙ୍କାର ଜରିମାନା । ନିମ୍ନମାନର ପ୍ରେସରକୁକରକୁ ନିଜର ଇ - କମର୍ସ ପ୍ଲାଟଫର୍ମରେ ବିକ୍ରି ପାଇଁ ଅନୁମତି ଦେଇଥିବା ଅଭିଯୋଗ ।

06 August, 2022 11:41 AM IST By: Shuvanshu Kar

ଇ - କମର୍ସ ପ୍ଲାଟଫର୍ମ(e-commerce platform) ଆମାଜନ୍‌( Amazon)କୁ ଲକ୍ଷେ ଟଙ୍କାର ଜରିମାନା ତଲବ କରିଛି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA)। ବାଧ୍ୟତାମୂଳକ ମାନକ ଗୁଡିକର ଉଲ୍ଲଂଘନ କରି ଘରୋଇ ପ୍ରେସର କୁକର୍ ବିକ୍ରି ନିମନ୍ତେ ଅନୁମତି ଦେବା କାରଣରୁ କମ୍ପାନୀ ବିରୋଧରେ ଏହି ଜରିମାନା ଆଦେଶ ଜାରି ହୋଇଛି ।

ଆମାଜନ୍ ପ୍ରେସର କୁକର କିଣିଥିବା ସମସ୍ତ ୨,୨୬୫ ଗ୍ରାହକ ମାନଙ୍କୁ ଏହା ସମ୍ପର୍କରେ ସୂଚିତ କରିବା, ଏଭଳି ପ୍ରେସର କୁକର ଫେରସ୍ତ ନେବା ଏବଂ ତାହାର ମୂଲ୍ୟକୁ ଫେରସ୍ତ କରିବା ତଥା ୪୫ ଦିନ ଭିତରେ ଅନୁପାଳନ ରିପୋର୍ଟ ଦାଖଲ କରିବା ନିମନ୍ତେ ଆମାଜନ୍‌କୁ ନିର୍ଦ୍ଦେଶ ଦେଇଛି । କ୍ୟୁସିଓକୁ ଉଲ୍ଲଂଘନ କରି ଏବଂ ଉପଭୋକ୍ତା ମାନଙ୍କର ଅଧିକାର ଗୁଡିକୁ ଉଲ୍ଲଂଘନ କରି ପ୍ରେସର କୁକର ବିକ୍ରି ନିମନ୍ତେ ଅନୁମତି ଦେବା ଯୋଗୁଁ ଆମାଜନ୍‌କୁ୧,୦୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ।

ସିପିଏ କିଛି ଦିନ ତଳେ ଭ୍ରମାତ୍ମକ ବିଜ୍ଞାପନ ଗୁଡିକୁ ରୋକିବା ନିମନ୍ତେ ଏବଂ ଭ୍ରମାତ୍ମକ ବିଜ୍ଞାପନ ଗୁଡିକ ନିମନ୍ତେ ଏଣ୍ଡୋର୍ସମେଂଟ ମଧ୍ୟ ଜାରି କରିଛି । ନିର୍ଦ୍ଦେଶାବଳୀରେ ବୈଧ ଏବଂ ଅଣ ଭ୍ରମାତ୍ମକ ବିଜ୍ଞାପନ ନିମନ୍ତେ ସର୍ତାବଳୀ, ବିଜ୍ଞାପନ ଗୁଡିକର ଅନୁମୋଦନ ନିମନ୍ତେ ଆବଶ୍ୟକ ତତ୍ପରତା ଏବଂ ପିଲା ମାନଙ୍କ ଉଦ୍ଦେଶ୍ୟରେ କରା ଯାଇଥିବା ବିଜ୍ଞାପନ ଗୁଡିକ ପାଇଁ ବିଚାରର ମହତ୍ୱକୁ ନେଇ ନିର୍ଦ୍ଦେଶାବଳୀ ସାମିଲ୍ ଅଟେ ।

ସିସିପିଏ ଆଇନ୍‌ର ଧାରା ୧୮ (୨) (ଞ) ଅଧୀନରେ ସୁରକ୍ଷା ବିଜ୍ଞପ୍ତି ଜାରି କରିଛି, ଯାହା ଉପଭୋକ୍ତା ମାନଙ୍କୁ ଏଭଳି ସାମଗ୍ରୀ କ୍ରୟ କରିବା ବିରୋଧରେ ସତର୍କ ଏବଂ ସାବଧାନ କରାଇବ, ଯେଉଁଥିରେ ବୈଧ ଆଇଏସ୍‌ଆଇ ମାର୍କ ନ ଥିବ ଏବଂ ଯେଉଁଥିରେ ବାଧ୍ୟତାମୂଳକ ବିଆଇଏସ୍ ମାନକର ଉଲ୍ଲଂଘନ କରା ଯାଇଥିବ । ହେଲ୍‌ମେଟ, ପ୍ରେସର କୁକର ଏବଂ ରୋଷେଇ ଗ୍ୟାସ୍ ସିଲିଣ୍ଡର ସମ୍ବନ୍ଧରେ ପ୍ରଥମ ସୁରକ୍ଷା ବିଜ୍ଞପ୍ତି ଜାରି କରା ଯାଇଥିବା ବେଳେ ଦ୍ୱିତୀୟ ସୁରକ୍ଷା ବିଜ୍ଞପ୍ତି ବୈଦ୍ୟୁତିକ ଇମର୍ସନ୍ ୱାଟର ହିଟର, ସିଲେଇ ମେସିନ୍‌, ମାଇକ୍ରୋୱେଭ୍ ଓଭନ, ଏଲ୍‌ପିଜି ସହିତ ଘରୋଇ ଗ୍ୟାସ୍ ଷ୍ଟୋଭ୍ ଇତ୍ୟାଦି ଘରୋଇ ସାମଗ୍ରୀ ସମ୍ବନ୍ଧରେ ଜାରି କରା ଯାଇଥିଲା ।

କମ୍ପାନୀ ଦ୍ୱାରା ଦାଖଲ ହୋଇଥିବା ପ୍ରତିକ୍ରିୟାର ଯାଂଚ ପରେ, ଏହା ଦେଖା ଯାଇଛି ଯେ, ବାଧ୍ୟତାମୂଳକ ମାନକ ଗୁଡିକ ଅନୁଯାୟୀ ମୋଟ୍ ୨,୨୬୫ ପ୍ରେସର କୁକର କ୍ୟୁସିଓ ଅଧିସୂଚନା ପରେ ଆମାଜନ୍ ମାଧ୍ୟମରେ ବିକ୍ରି କରା ଯାଇ ଥିଲା । ଆମାଜନ୍ ଦ୍ୱାରା ନିଜର ପ୍ଲାଟଫର୍ମ ମାଧ୍ୟମରେ ଏଭଳି ପ୍ରେସର କୁକର ବିକ୍ରି ଦ୍ୱାରା ଅର୍ଜନ କରା ଯାଇଥିବା ମୋଟ ଅର୍ଥ ୬,୧୪,୮୨୫.୪୧ ଟଙ୍କା ଥିଲା ।

ଆମାଜନ୍ ଏହା ସ୍ୱୀକାର କରିଛି ଯେ, ତାହା ନିଜ ପ୍ଲାଟଫର୍ମରେ ବିକ୍ରି କରା ଯାଇଥିବା ପ୍ରେସର କୁକର ନିମନ୍ତେ 'ବିକ୍ରି କମିଶନ' ଦେୟ ଅର୍ଜନ କରିଛି । ସିସିପିଏ ଦ୍ୱାରା ଏହା ଦେଖା ଯାଇଥିଲା ଯେ, ଯେତେବେଳେ ଆମାଜନ୍ ନିଜ ଇକମର୍ସ ପ୍ଲାଟଫର୍ମରେ ତାଲିକାଭୁକ୍ତ ସାମଗ୍ରୀର ପ୍ରତ୍ୟେକ ବିକ୍ରିରୁ ବ୍ୟବସାୟିକ ରୂପରେ ରୋଜଗାର କରିଥାଏ, ତେଣୁ କମ୍ପାନୀ ନିଜ ପ୍ଲାଟଫର୍ମ ମାଧ୍ୟମରେ ସାମଗ୍ରୀ ଗୁଡିକର ବିକ୍ରିକୁ ନେଇ ସମସ୍ୟା ଉପୁଜିଲେ ସେଥିରୁ ନିଜକୁ ଅଲଗା କରି ପାରିବ ନାହିଁ ।

ଇ-କମର୍ସ ୱେବସାଇଟ ଉପରେ ସରକାରଙ୍କ ଆଖି

ଓଲା ଏବଂ ଉବେରକୁ ନୋଟିସ୍ ଜାରି କଲା CCPA

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)