News

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଜାତୀୟ କୃଷକ ଦିବସ ପାଳିତ

ଭଦ୍ରକ: ଜଣାଶୁଣା କୃଷକ ନେତା ତଥା ବିଭିନ୍ନ ସଂସ୍କାରମୂଳକ କୃଷକ ବିଲ୍ ପ୍ରଣୟନକାରୀ ଭାରତର ପଂଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଉଛି । ଦେଶର ଅର୍ଥନୈତିକ ତଥା ସାମାଜିକ ବିକାଶରେ କୃଷକଙ୍କ ଅବଦାନର ମହତ୍ତ୍ୱ ବୁଝିବାକୁ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ।

25 December, 2020 12:36 PM IST By: KJ Staff

ଭଦ୍ରକ: ଜଣାଶୁଣା କୃଷକ ନେତା ତଥା ବିଭିନ୍ନ ସଂସ୍କାରମୂଳକ କୃଷକ ବିଲ୍ ପ୍ରଣୟନକାରୀ ଭାରତର ପଂଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଉଛି । ଦେଶର ଅର୍ଥନୈତିକ ତଥା ସାମାଜିକ ବିକାଶରେ କୃଷକଙ୍କ ଅବଦାନର ମହତ୍ତ୍ୱ ବୁଝିବାକୁ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ କୃଷକମାନଙ୍କର ମହତ୍ତ୍ୱ ଓ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏହାର ବନ୍ଦର ପାରିପାଶ୍ୱର୍ିକ ଗ୍ରାମାଂଚଳ ଓ ରେଳ କରିଡରରେ ଥିବା ୨୫୦ କୃଷକଙ୍କୁ ନେଇ ଜାତୀୟ କୃଷକ ଦିବସ ପାଳନ କରାଯାଇଛି । ଏହି ଅବସରରେ ଫାଉଣ୍ଡେସନ ଦ୍ୱାରା ୩୪ ଜଣ କୃଷକ, ୪ଜଣ ମହିଳା ଉତ୍ପାଦକ ଗୋଷ୍ଠୀ ସଦସ୍ୟା ଏବଂ ୪୦ ପ୍ରଗତିଶୀଳ ଗୋ ପାଳକଙ୍କୁ ସମ୍ମାନିତ କରାଯାଇଛି । ଏଥିରେ କୃଷି ଓ କୃଷକ ସଶକ୍ତିକରଣ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ପଂଚାୟତିରାଜ ଓ ପାନୀୟ ଜଳ, ଓଡିଶା ଜୀବିକା ମିଶନ, କୃଷି ବିଜ୍ଞାନ କେନ୍ଦ୍ର, ଏବଂ ପଶୁପାଳନ ବିଭାଗର ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ବିଭିନ୍ନ ଯୋଜନା, ସରକାରୀ କାର୍ଯ୍ୟକ୍ରମ ଏବଂ ପ୍ରତି କାର୍ଯ୍ୟକ୍ରମରେ ରିହାତି ପ୍ରଦାନ ଉପରେ ଆଲୋଚନା କରିଥିଲେ ।

ଚାନ୍ଦବାଲି ବ୍ଲକ ଧାମରା ଅଂଚଳରେ ନିଆଯାଇଥିବା ପଦକ୍ଷେପଗୁଡିକ ଉପରେ ଆଲୋକପାତ କରି ସରକାରୀ ଅଧିକାରୀମାନେ ଧାଡି ରୁଆ ଧାନ ଚାଷ ଓ ଛତୁ ଚାଷର ସମ୍ପ୍ରସାରଣ, ଚାଷକୁ ଦ୍ୱିଗୁଣିତ କରିବା, କୃଷକ ସଂଗଠନ ଖୋଲିବା ତଥା ଜିଲ୍ଲାର କୃଷକ ସମ୍ପ୍ରଦାୟର କଲ୍ୟାଣ ପାଇଁ ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ଋଣ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଛି । ଅତିଥିମାନଙ୍କ ମଧ୍ୟରେ ଦୋସିଙ୍ଗାର ପୂର୍ବତନ ସରପଂଚ ଅଶୋକ କୁମାର ଜେନା, ଦୋସିଙ୍ଗା ପଂଚାୟତ ସମିତି ସଭ୍ୟ ନରେନ୍ଦ୍ର କୁମାର ମାଇତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକୁମାର ଜେନା, କୃଷି ବିଜ୍ଞାନ କେନ୍ଦ୍ରର ମୃତ୍ତିକା ବୈଜ୍ଞାନିକ ଡ. ଦେବୀ ପ୍ରସାଦ ଦାଶ, ଓଡିଶା ଜୀବିକା ମିଶନ ଡିପିଏମ୍ ତଥା ଡେପୁଟି ସିଇଓ ଓରମାସ୍ ସଞ୍ଜୟ କୁମାର ବାରିକ, ଚାନ୍ଦବାଲି ବ୍ଲକ କୃଷି ଅଧିକାରୀ ବୈରାଗୀ ଚରଣ ସେଠୀ, ଚାନ୍ଦବାଲି ସହକାରୀ ଉଦ୍ୟାନ କୃଷି ଅଧିକାରୀ ସାଧନା ପଣ୍ଡା ଦୋସିଙ୍ଗାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେହିପରି ରେଳ କରିଡରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ସଞ୍ଜୟ କୁମାର ପଣ୍ଡା, ତିହିଡି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ରଞ୍ଜନ କୁମାର ଦାସ, ଚାନ୍ଦବାଲି ଆଡିଶନାଲ ଭିଏସ୍ ସତ୍ୟଜିତ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ବିଶ୍ୱାଳ, ରାଜନଗର ସରପଂଚ ସନାତନ ବାରିକ,ଜାମୁଝଡି ସରପଂଚ ସୁଦର୍ଶନ ବିଶ୍ୱାଳ ଏବଂ ନୂଆଗାଁ ସରପଂଚ କାଳନ୍ଦୀ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)