News

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର;୧୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ମିଳିବ ୩ ମାସର ବକେୟା ରାଶି

ବିଗତ ଦିନରେ କେନ୍ଦ୍ର ସରକାର ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି କରିଥିଲେ । ବର୍ତ୍ତମାନ ପଞ୍ଚମ ଓ ଷଷ୍ଠ ବେତନ ଆୟୋଗ ଅଧୀନରେ ଆସୁଥିବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସ ଖବର ରହିଛି । ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୩ ପ୍ରତିଶତ ବୃଦ୍ଧି କରାଯାଇଛି ।

13 May, 2022 11:42 AM IST By: Sudesna Nayak

ବିଗତ ଦିନରେ କେନ୍ଦ୍ର ସରକାର (Central Government)ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ଲକ୍ଷ ଲକ୍ଷ କର୍ମଚାରୀ (Employees) ଓ ପେନସନଭୋଗୀ (Pensioners)ଙ୍କ ମହଙ୍ଗା ଭତ୍ତା (Dearness Allowance)ରେ ବୃଦ୍ଧି କରିଥିଲେ । ବର୍ତ୍ତମାନ ପଞ୍ଚମ (5th Pay Commission) ଓ ଷଷ୍ଠ ବେତନ ଆୟୋଗ (6th Pay Commission) ଅଧୀନରେ ଆସୁଥିବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସ ଖବର ରହିଛି । ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ ୧୩ ପ୍ରତିଶତ ବୃଦ୍ଧି କରାଯାଇଛି ।

ସୂଚନା ଅନୁଯାୟୀ, ଅର୍ଥାତ ବର୍ତ୍ତମାନ ଏହି କର୍ମଚାରୀମାନଙ୍କୁ ଅନ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ପରି ମହଙ୍ଗା ଭତ୍ତା ମଧ୍ୟ ଦିଆଯିବ । କେନ୍ଦ୍ର କର୍ମଚାରୀଙ୍କ ମଧ୍ୟରେ ଏପରି ଅନେକ କର୍ମଚାରୀ ଅଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସପ୍ତମ ବେତନ ଆୟୋଗ (7th Pay Commission) ର ସୁବିଧା ପାଇନାହାଁନ୍ତି ।

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ପଞ୍ଚମ ବେତନ ଆୟୋଗ ଅଧୀନରେ ଦରମା ପାଇଥିବା କର୍ମଚାରୀଙ୍କ ଡିଏ (DA)ବୃଦ୍ଧି ଘଟି ୩୮୧ ପ୍ରତିଶତକୁ ପହଞ୍ଚିଛି ଓ ଷଷ୍ଠ ବେତନ ଆୟୋଗ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଡିଏ (DA) ୧୯୬ ପ୍ରତିଶତରୁ ୨୦୩ ପ୍ରତିଶତକୁ ବୃଦ୍ଧି ପାଇଛି । ଅର୍ଥାତ୍ ଏଥିରେ ୭ ପ୍ରତିଶତ ବୃଦ୍ଧି ହେବ । ବର୍ଦ୍ଧିତ ଡିଏର ଲାଭ ଜାନୁଆରୀ, ୨୦୨୨ରୁ ଲାଗୁ ହେବ । ଏହି କର୍ମଚାରୀମାନଙ୍କୁ ୩ ମାସର ବକେୟା ମଧ୍ୟ ଦିଆଯିବ ।

ସୂଚନାଯୋଗ୍ୟ, ଏହି କର୍ମଚାରୀମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସପ୍ତମ ବେତନ ଆୟୋଗର ସୁବିଧା ମିଳିନାହିଁ । କେନ୍ଦ୍ରୀୟ ବିଭାଗ କିମ୍ବା ସ୍ୱୟଂଶାସିତ ସଂସ୍ଥାରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ଏପର୍ଯ୍ୟନ୍ତ ସପ୍ତମ ବେତନ ଆୟୋଗରେ ସାମିଲ ହୋଇନାହାଁନ୍ତି । କିନ୍ତୁ ଅର୍ଥ ମନ୍ତ୍ରଣାଳୟର ଏହି ଘୋଷଣା ପରେ ପଞ୍ଚମ ଓ ଷଷ୍ଠ ବେତନ ଆୟୋଗ(6th Pay Commission) ର ସୁପାରିଶ ଅନୁଯାୟୀ କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନଙ୍କୁ ୭ ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାର ଲାଭ ମିଳିବ । ଏହି ଘୋଷଣା ସହିତ କର୍ମଚାରୀଙ୍କ ବେତନରେ ବମ୍ପର ବୃଦ୍ଧି ଘଟିବ ।

ପ୍ରକାଶ ଥାଉ ଯେ, ବିଗତ ଦିନରେ କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର (MODI GOVT)ବଡ଼ ରିହାତି ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜାନୁଆରୀ ୧, ୨୦୨୨ରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ DA ଓ DR ରେ ୩ ପ୍ରତିଶତ ବୃଦ୍ଧି ଅନୁମୋଦନ କରିଥିଲେ । ଏହାପୂର୍ବରୁ ଅକ୍ଟୋବର ୨୦୨୧ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA କୁ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୃଦ୍ଧି ପରେ DA ୩୪ ପ୍ରତିଶତକୁ ପହଞ୍ଚିଥିଲା ।

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର, ୩% ବଢିଲା ମହଙ୍ଗା ଭତ୍ତା

EPFO Latest Update:ଆଉ ରହିବନି ପେନସନର ଟେନସନ, EPFO ଆଣିଲା ନୂଆ ନିୟମ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)